କିସ୍ ଛାତ୍ର ହତ୍ୟା ମାମଲାରେ OSCPCR ଅଧ୍ୟକ୍ଷା ବବିତା ପାତ୍ରଙ୍କ କଡ଼ା ଆଭିମୁଖ୍ୟ । ଦେଢ଼ ଘଣ୍ଟା ଧରି ଅନୁଧ୍ୟାନ କରିବା ପରେ ପ୍ରତିକ୍ରିୟା ରଖିଲେ ବବିତା ପାତ୍ର । ସେ କହିଛନ୍ତି କିସ୍ କର୍ତ୍ତୃପକ୍ଷଙ୍କର ନିଶ୍ଚିତ ଭୁଲ ରହିଛି । କାହିଁକି ପୋଷ୍ଟମର୍ଟମ ନ କରି ମୃତଦେହ କେନ୍ଦୁଝର ପଠାଇଲେ । ଆମେ ଏନେଇ କିସ୍ କର୍ତ୍ତୃପକ୍ଷଙ୍କୁ ରିପୋର୍ଟ ମାଗିଛୁ । ସମଗ୍ର ଘଟଣାରେ କିସ୍ କର୍ତ୍ତୃପକ୍ଷ ଅବହେଳା କରିଛନ୍ତି । ଅନ୍ୟପଟେ ଛାତ୍ର ହତ୍ୟାରେ ନ୍ୟାୟ ମାଗିଲେ ପରିବାର । ସରକାର ଆମକୁ ନ୍ୟାୟ ଦିଅନ୍ତୁ ବୋଲି ଦାବି କରିଛନ୍ତି ଛାତ୍ରଙ୍କ ପରିବାର । ସେ କହିଛନ୍ତି ୩୦ ହଜାର ଛୁଆ ରହୁଛନ୍ତି, କିପରି ଦାୟିତ୍ବ ଜ୍ଞାନ ରହିଲା ନାହିଁ’। ଆଉ ଯେଉଁ ଛୁଆମାନେ ସେଠି ଅଛନ୍ତି, ସେମାନଙ୍କ ଭାଗ୍ୟ କଣ ହେବ। ମୋହନ ଭାଇ ସରକାର ଟିକେ ଏହି କଥା ବୁଝନ୍ତୁ । ସୂଚନା ଯୋଗ୍ୟ; କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ଘୁଝୁରାର ଟିକରଗୁମୁରା ଗ୍ରାମର ରଘୁନାଥ ମୁଣ୍ଡାଙ୍କ ପୁଅ ଶିବ ମୁଣ୍ଡା (୧୪) କିସ୍ ବିଦ୍ୟାଳୟରେ ପଢ଼ୁଥିଲେ । ଗତ ୧୨ ତାରିଖ ରାତିରେ ଶିବଙ୍କର ମୃତ୍ୟୁ ହୋଇଥିଲା । ଝାଡ଼ା ବାନ୍ତି ହେଉଥିଲା, ପାଇଖାନାକୁ ଯାଇଥିବାବେଳେ ପଡ଼ି ଯାଇଥିଲା । ତାକୁ ତୁରନ୍ତ କିମ୍ସ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ପାଇଖାନାରେ ପଡ଼ିଯିବାରୁ ମୃତ୍ୟୁ ହୋଇଥିବା ବିଦ୍ୟାଳୟ ପକ୍ଷରୁ ଅଭିଭାବକଙ୍କୁ କୁହାଯାଇଥିଲା । ବିନା ଶବ ବ୍ୟବଚ୍ଛେଦ ଏବଂ ବିନା ଏତଲାରେ ତରବରିଆଭାବେ ଛାତ୍ରର ମୃତ ଦେହଙ୍କୁ ବାପାଙ୍କୁ ଦେଇ କେନ୍ଦୁଝର ପଠାଇ ଦେଇଥିଲେ । ବେକରେ କିଛି ଦାଗ ଥିବାରୁ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣି କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ । କେନ୍ଦୁଝର ଟାଉନ ଥାନା ପୋଲିସ ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ଏହା ପରେ ଆଜି ତଦନ୍ତରୁ ଜଣାପଡ଼ିଲା ଯେ ଛାତ୍ର ମୃତ୍ୟୁ ଆକସ୍ମିକ ନୁହେଁ ହତ୍ୟା ଥିଲା ବୋଲି ପ୍ରାଥମିକ ସୂଚନାରୁ ଜଣାପଡ଼ିଛି । ଡାଲି ପଡ଼ିଯିବାରୁ ଛାତ୍ରଙ୍କୁ ତଣ୍ଟି ଚିପି ହତ୍ୟା କରିଛନ୍ତି ସହପାଠୀ । ୩ ଛାତ୍ରଙ୍କୁ ଅଟକ ରଖି ଇନ୍ଫୋସିଟି ଥାନା ପୋଲିସର ତଦନ୍ତ କରୁଛି। Post navigation Srimandir Inside Photo Viral: ଶ୍ରୀମନ୍ଦିର ରତ୍ନସିଂହାସନ ଫଟୋ ଭାଇରାଲ ମାମଲା: କଠୋର ଦଣ୍ଡବିଧାନ ପାଇଁ ଚିନ୍ତା କରୁଛନ୍ତି ସରକାର- ଆଇନ ମନ୍ତ୍ରୀ CM Attended Annual Festival: ବ୍ରହ୍ମପୁର ନୀଳକଣ୍ଠ ନଗର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକ ଉତ୍ସବରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ