କିଟ୍ ବିଶ୍ୱବିଦ୍ୟାଳୟରେ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ମାମଲାରେ ପୁଣି ୬ ଜଣଙ୍କୁ ନୋଟିସ୍ ଜାରି ହୋଇଛି । ଉଚ୍ଚସ୍ତରୀୟ କମିଟି ପାଖରେ ୨୭ରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛନ୍ତି ଉଚ୍ଚ ଶିକ୍ଷା ବିଭାଗ । କିଟ୍ ଚିଫ୍ ପ୍ରୋକ୍ଟର୍ ପିକେ ପଟ୍ଟନାୟକ, ୪ ନମ୍ବର ହଷ୍ଟେଲର ସିନିୟର ସୁପରିଣ୍ଟେଣ୍ଡେଣ୍ଟ୍ ସଂହିତା ମିଶ୍ର, ସହକାରୀ ନିର୍ଦ୍ଦେଶକ ସ୍ମରିକା ପତି, ଇନଚାର୍ଜ ହେଡ୍ ଇପସିତା ଶତପଥୀ ଏବଂ ଆଡମିନିଷ୍ଟ୍ରେଟର୍ ଅଧିକାରୀ ସିଦ୍ଧାର୍ଥ ରାୟ । ରାଜ୍ୟ ଅତିଥି ଭବନରେ ହାଜର ହେବାକୁ ନିର୍ଦ୍ଦେଶ ରହିଛି । ଏହା ପୂର୍ବରୁ ୟୁଜିସି ପକ୍ଷରୁ କିଟକୁ ନୋଟିସ୍ ଜାରି ହୋଇଛି ।

ସୂଚନା ଯୋଗ୍ୟ; କିଟ୍ ବିଶ୍ୱବିଦ୍ୟାଳୟରେ ଛାତ୍ରୀ ନିବାସରେ ଜଣେ ନେପାଳୀ ଛାତ୍ରୀଙ୍କୁ ଆତ୍ମହତ୍ୟାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା । ଏହା ପରେ କିଟ୍ କର୍ତ୍ତୃପକ୍ଷ ସମସ୍ତ ନେପାଳୀ ଛାତ୍ରଛାତ୍ରୀଙ୍କ ପାଇଁ ସାଇନ୍ ଏ ଡାଏ ଘୋଷଣା କରି କଲେଜରୁ ବାହାର କରିଦେଇଥିଲେ ।

Leave a Reply

Your email address will not be published. Required fields are marked *