କିଟ୍‌ ବିଶ୍ବବିଦ୍ୟାଳୟରେ ନେପାଳୀ ଛାତ୍ରଙ୍କୁ ମାଡ଼ ଘଟଣାରେ ଆଉ ୫ ଗିରଫ ହୋଇଥିବା ସୂଚନା ମିଳିଛି । ୪ ବାଉନସର୍‌ଙ୍କ ସହ ଜଣେ ଆସିଷ୍ଟାଣ୍ଟ ଫିଲ୍ଡ ଅଫିସରଙ୍କୁ ଗିରଫ କରାଯାଇଛି ।

ବାଉନସର ଅଜୟ ସ୍ବାଇଁ, ସରୋଜ ରାଉତରାୟ, ଚନ୍ଦନ ସ୍ବାଇଁ ଓ ସୁଧାଂଶୁ ଶେଖର ବେହେରାଙ୍କ ସମେତ ଆସିଷ୍ଟାଣ୍ଟ ଫିଲ୍ଡ ଅଫିସର ରମାକାନ୍ତ ସେଠୀ ମଧ୍ୟ ଗିରଫ ହୋଇଛନ୍ତି ।

ଭାଇରାଲ୍ ଭିଡିଓକୁ ଆଧାରରେ ଗିରଫ କଲା ଇନ୍‌ଫୋସିଟି ପୋଲିସ ଏମାନଙ୍କୁ ଗିରଫ କରିଛି । ପୂର୍ବରୁ ଗିରଫ ହୋଇଥିବା ୫ ଜଣ ବ୍ୟକ୍ତିଙ୍କୁ ଭୁବନେଶ୍ୱର କୋର୍ଟରୁ ଜାମିନ ମିଳିଥିଲା ।

By Nirvay

Leave a Reply

Your email address will not be published. Required fields are marked *