ଭୁବନେଶ୍ୱର: ଓଡ଼ିଶାରେ ଯାହା ହୋଇଛି କଂଗ୍ରେସ କରିଛି, ଆଜି ଓଡିଶା ବଞ୍ଚାଅ ସମାବେଶରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ଏଭଳି କହିଛନ୍ତି ଖଡ଼ଗେ | ସେ କହିଛନ୍ତି ମୋଦୀ ସବୁବେଳେ କହୁଛନ୍ତି ୭୦ ବର୍ଷରେ କଣ କରିଛି କଂଗ୍ରେସ । ଯଦି ୭୦ ବର୍ଷରେ କଂଗ୍ରେସ କିଛି କରିନଥାନ୍ତା ତେବେ ମୋଦୀ ମୁଖ୍ୟମନ୍ତ୍ରୀ ମଧ୍ୟ ହୋଇପାରିନଥାନ୍ତେ । ଦେଶର ସମ୍ବିଧାନ, ଲୋକତନ୍ତ୍ରକୁ ବଞ୍ଚାଇଛି କଂଗ୍ରେସ, ଭାରତର ଲୋକତନ୍ତ୍ର, ସମ୍ବିଧାନକୁ ନଷ୍ଟ କରୁଛନ୍ତି ମୋଦୀ । ବଡ ବଡ ଧନୀ ଲୋକ ମୋଦୀ, ନବୀନ ପଟ୍ଟନାୟକଙ୍କ ସହ ଅଛନ୍ତି କିନ୍ତୁ ଗରିବଙ୍କ ପାଇଁ କେବଳ କଂଗ୍ରେସ ଛିଡା ହୋଇଛି । ବିଜେପିକୁ ଟାର୍ଗେଟ କରି ମଲ୍ଲିକାର୍ଜୁନ କହିଛନ୍ତି, ବିଜେପି-ଆରଏସଏସ ଘୃଣାର ଦୋକାନ ଖୋଲିକି ବସିଛନ୍ତି ।
ସେଥିପାଇଁ ଏମାନଙ୍କ ଠାରୁ ସତର୍କ ରହିବା ଉଚିତ୍।
ସେ କହିଛନ୍ତି ଯେ କଂଗ୍ରେସ ପାଇଁ ଓଡିଶା ସବୁବେଳେ ମହତ୍ୱପୂର୍ଣ୍ଣ ସ୍ଥାନ ନେଇଛି। ବିଜୁ ପଟ୍ଟନାୟକଙ୍କ ସହ ନେହେରୁଙ୍କ ଘନିଷ୍ଠ ସମ୍ପର୍କ ଥିଲା। କିନ୍ତୁ ଏବେକାର ପଟ୍ଟନାୟକ ବିଜେପି ସହ ସମ୍ପର୍କରେ ଅଛନ୍ତି। ବିଜେପି ଓ ବିଜେଡି ମଧ୍ୟରେ ଆମେ ବାହାଘର କରିଛୁ। ଉଭୟଙ୍କ ମଧ୍ୟରେ ଲଭମ୍ୟାରେଜ ହୋଇଯାଇଛି । କେବେ ଡବଲ ଇଂଜିନ କାମ ନ କଲେ ପ୍ରଥମ ଇଂଜିନ ଅଚଳ ହୁଏ। ପାରାଦ୍ବୀପ ବନ୍ଦର ସହ ରାଉରକେଲା ଷ୍ଟିଲ ପ୍ଲାଣ୍ଟ କଂଗ୍ରେସ କରିଛି । ମଂଚେଶ୍ୱରରେ ରେଳ କୋଚ କଂଗ୍ରେସ ସରକାରରେ ହୋଇଛି । ସେହିପରି ଖଡ଼ଗେ ପ୍ରଶ୍ନ କରିଛନ୍ତି ଯେ ନବୀନ ପଟ୍ଟନାୟକ ଓ ମୋଦୀ ଓଡ଼ିଶାରେ କଣ କରିଛନ୍ତି। ପିସିସି ସଭାପତି ଶରତ ପଟ୍ଟନାୟକ, ପ୍ରଭାରୀ ଡକ୍ଟର ଅଜୟ କୁମାରଙ୍କ ସମେତ ଓଡ଼ିଶା କଂଗ୍ରେସର ସମସ୍ତ ବିଧାୟକ ଓ ବରିଷ୍ଠ ନେତାମାନେ ସମାବେଶରେ ଉପସ୍ଥିତ ଅଛନ୍ତି।