Key Witness in Naba Das Chef Death Case Injured in accident
ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ରୋଷେୟା ଲଳିତ ସାହୁ ମୃତ୍ୟୁ ଘଟଣାର ସାକ୍ଷୀ ମନୁ ପ୍ରସାଦ ଦୁର୍ଘଟଣାରେ ଗୁରୁତର ।
 
ସୂଚନା ଅନୁସାରେ ଝାରସୁଗୁଡା ଜିଲ୍ଲା ବେଲପାହାଡ଼ ମ୍ୟୁନିସିପାଲଟି ନିକଟରେ ମନୁ ବାଇକରେ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ପିକ୍‌ଅପ୍ ଭ୍ୟାନ୍ ସହ ଧକ୍କା ହୋଇଥିଲା । ଗୁରୁତର ଅବସ୍ଥାରେ ମନୁକୁ ବୁର୍ଲା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।
 
କେଉଁ ପରିସ୍ଥିତିରେ ଦୁର୍ଘଟଣା ଘଟିଲା ଏଯାବତ ସ୍ପଷ୍ଟ ହୋଇନି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହା ଦୁର୍ଘଟଣା ନା ହତ୍ୟା ଷଡଯନ୍ତ୍ର ସେ ନେଇ ଚର୍ଚ୍ଚା ବଢ଼ିଛି ।

By Nirvay

Leave a Reply

Your email address will not be published. Required fields are marked *