ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ 2026-27 ଆର୍ଥିକ ବର୍ଷ ନିମନ୍ତେ ୩ ଲକ୍ଷ ୧୦ ହଜାର କୋଟି ଟଙ୍କାର ବାର୍ଷିକ ବଜେଟ୍ ବିଧାନସଭାରେ ଅନୁମୋଦନ ପାଇଁ ଉପସ୍ଥାପନ କରିଛନ୍ତି । ‘ଲୋକାଙ୍କ ଉନ୍ନତିରେ ରାଜ୍ୟର ପ୍ରଗତି’ର ପ୍ରତିବଦ୍ଧତାକୁ ସାକାର କରିବା ପାଇଁ, ଛଅଟି ଦୃଢ଼ ସ୍ତମ୍ଭ ଉପରେ ଏହି ବଜେଟରେ ବିଶେଷ ଗୁରୁତ୍ୱ ଦିଆଯାଇଛି, ଯେଉଁଥିରେ ସାଧାରଣ ଲୋକ, ପ୍ରଗତି ଓ ସ୍ଵାଭିମାନକୁ ଅଗ୍ରାଧିକାର ଦିଅଯାଇଛି । ଏହି ଛଅଟି ସ୍ତମ୍ଭ ହେଉଛି : ୧) ନାଗରିକଙ୍କୁ ପ୍ରାଥମିକତା ୨) ଗ୍ରାମୀଣ ସଶକ୍ତିକରଣ, ୩) ସମସ୍ତଙ୍କର ସମୃଦ୍ଧି, ୪) ଆମ ପରମ୍ପରା, ଆମ ସ୍ଵାଭିମାନ, ୫) ପଥ ପ୍ରଦର୍ଶନକାରୀ ପ୍ରଯୁକ୍ତି, ୬) ଲୋକକୈନ୍ଦ୍ରିକ ଶାସନ । 2025-26 ଆର୍ଥିକ ବର୍ଷର ବଜେଟ୍ ଆକଳନ ଏବଂ 2026-27 ଆର୍ଥିକ ବର୍ଷର ବଜେଟ୍ ଆକଳନ ତୁଳନାତ୍ମକ ବିବରଣୀ ନିମ୍ନଲିଖିତ ସାରଣୀରେ ଦର୍ଶାଯାଇଛି । (କୋଟି ଟଙ୍କା) କ୍ରମିକ ସଂଖ୍ୟା ପ୍ରକାର 2025-26 ବଜେଟ୍ ଆକଳନ 2026-27 ବଜେଟ୍ ଆକଳନ 1. ପ୍ରଶାସନିକ ଖର୍ଚ୍ଚ 1,08,000 1,14,000 2. କାର୍ଯ୍ୟକ୍ରମ ଖର୍ଚ୍ଚ 1,70,000 1,80,000 3. ବିପର୍ଯ୍ୟୟ ବିପଦ ପରିଚାଳନା ପାଣ୍ଠି 4,000 5,375 4. ରାଜ୍ୟ ସରକାରଙ୍କ ଦ୍ୱାରା ହସ୍ତାନ୍ତର 8,000 10,625 ମୋଟ 2,90,000 3,10,000 1. ରାଜ୍ୟ ବଜେଟର ଗୁଣାତ୍ମକ ଦିଗ କାର୍ଯ୍ୟକ୍ରମ ବ୍ୟୟ ପାଇଁ 1,80,000 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । କାର୍ଯ୍ୟକ୍ରମ ବ୍ୟୟ ମୋଟ ବଜେଟ୍ ଆକାରର 58% ରୁ ଅଧିକ ଅଟେ । 2026-27ରେ ପୁଞ୍ଜି ବ୍ୟୟ ଅଟକଳ 72,100 କୋଟି ଟଙ୍କା, ଯାହାକି GSDPର 5 ପ୍ରତିଶତ ଏବଂ ରାଜ୍ୟ ବଜେଟ ଆକଳନର ୨୩.୩ ପ୍ରତିଶତ ଅଟେ । ଓଡ଼ିଶାର ପୁଞ୍ଜି ବ୍ୟୟର ଅନୁପାତ ଦେଶର ସମସ୍ତ ପ୍ରମୁଖ ରାଜ୍ୟ ମଧ୍ୟରେ ସର୍ବାଧିକ । କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ପାଇଁ 42,492 କୋଟି ଟଙ୍କାର ବ୍ୟୟବରାଦ ହୋଇଛି, ଯାହା ପୂର୍ବ ବର୍ଷ ତୁଳନାରେ 3% ଅଧିକ ଅଟେ । ରାଜସ୍ୱ ବଳକା GSDPର 3% ହେବ ବୋଲି ଆକଳନ କରାଯାଇଛି; ବିତ୍ତୀୟ ନିଅଣ୍ଟ GSDPର 3.2 % ରହିବ ବୋଲି ଆକଳନ କରାଯାଇଛି । ବର୍ଷ ଶେଷ ଋଣ ଭାର GSDPର 11% ରହିବ ବୋଲି ଆକଳନ କରାଯାଇଛି । ତେଣୁ 2026-27 ବାର୍ଷିକ ବଜେଟ୍ ସମ୍ପୂର୍ଣ୍ଣ ଭାବେ FRBM ଅଧିନିୟମ ପରିପାଳକ ଅଟେ । 2. 2025-26 ବଜେଟରେ ନୂଆ ପଦକ୍ଷେପ 1000 କୋଟି ଟଙ୍କା ବ୍ୟୟରେ ପୁରୀରେ ଶ୍ରୀ ଜଗନ୍ନାଥଙ୍କ Interpretation Centre ଏବଂ ପୁରୀରେ ବିଶ୍ୱ ପର୍ଯ୍ୟଟନ କେନ୍ଦ୍ର (WTC) ଶ୍ରୀ ଜଗନ୍ନାଥ ମନ୍ଦିର ପାଇଁ ଅନଲାଇନ୍ ଦାନ ପ୍ଲାଟଫର୍ମ “ଡିଜିଟାଲ୍ ହୁଣ୍ଡି-ସମର୍ପଣ” ମଧୁବାବୁ ପେନସନ ଯୋଜନା ଅଧୀନରେ 6 ଲକ୍ଷ ହିତାଧିକାରୀଙ୍କୁ ଅତିରିକ୍ତ କଭରେଜ୍ ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନା ଅଧୀନରେ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ବର୍ଗର ପରିବାରରେ ଜନ୍ମ ହୋଇଥିବା ଝିଅ ନାମରେ 20,000 ଟଙ୍କାର ସଞ୍ଚୟ ଉପକରଣ । ସ୍ନାତକ ସମାପ୍ତ କରିବା ପରେ ତାଙ୍କୁ 1 ଲକ୍ଷ 1 ଟଙ୍କା ପ୍ରଦାନ କରାଯିବ କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ ଓ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟାଳୟରେ ୪ଟି ନୂତନ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାରାଦୀପ ଏବଂ ବଲାଙ୍ଗୀରରେ ଦୁଇଟି ନୂତନ ସରକାରୀ ଇଞ୍ଜିନିୟରିଂ କଲେଜ ପ୍ରତିଷ୍ଠା ମୟୂରଭଞ୍ଜ ଏବଂ ବଲାଙ୍ଗୀରରେ ନୂତନ କୃଷି ମହାବିଦ୍ୟାଳୟ ପ୍ରତିଷ୍ଠା ଚିପିଲିମାରେ ନୂତନ ପ୍ରାଣୀ ଚିକିତ୍ସା ମହାବିଦ୍ୟାଳୟ ଏବଂ ସୋନପୁରରେ ମତ୍ସ୍ୟ ମହାବିଦ୍ୟାଳୟ ପ୍ରତିଷ୍ଠା ଗଜପତି, ମାଲକାନଗିରି ଏବଂ ରାୟଗଡ଼ାରେ ତିନୋଟି ନୂତନ ଆୟୁର୍ବେଦିକ ମେଡିକାଲ କଲେଜ ଏବଂ ନୟାଗଡ଼ ଏବଂ ନୂଆପଡ଼ାରେ ଦୁଇଟି ନୂତନ ହୋମିଓପାଥି ମେଡିକାଲ କଲେଜ ପ୍ରତିଷ୍ଠା ଦକ୍ଷିଣ ଓଡ଼ିଶା ବିକାଶ ଯୋଜନା ଅଧୀନରେ 3 ବର୍ଷରେ 240 କୋଟି ଟଙ୍କା Rare Earth Corridor ପାଇଁ 10 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି 23 କୋଟି ଟଙ୍କାର ବ୍ୟୟବରାଦ ସହିତ ଓଡ଼ିଶା AI ମିଶନ 100 କୋଟି ଟଙ୍କା ବ୍ୟବସ୍ଥା ସହିତ ମୁଖ୍ୟମନ୍ତ୍ରୀ ସ୍ମାର୍ଟ ସିଟି ମିଶନ ନୂତନ CSS ଯୋଜନା ବିକଶିତ ଭାରତ – ରୋଜଗାର ଏବଂ ଆଜୀବିକା ମିଶନ (ଗ୍ରାମୀଣ) (ଭିବି-ଜି ରାମ ଜି) ପାଇଁ 5575 କୋଟି ଟଙ୍କା ଆବଣ୍ଟନ ସଂଯୋଗ ହୋଇନଥିବା ଜନବସତିକୁ ସଂଯୋଗ ସୁନିଶ୍ଚିତ କରିବା ପାଇଁ 1000 କୋଟି ଟଙ୍କା ଆବଣ୍ଟନ ସମସ୍ତ ଅସମ୍ପୂର୍ଣ୍ଣ ଅଙ୍ଗନୱାଡ଼ି କେନ୍ଦ୍ର (AWC)କୁ ସମ୍ପୂର୍ଣ୍ଣ କରିବା ପାଇଁ ସମୃଦ୍ଧ ଅଙ୍ଗନୱାଡ଼ି ଯୋଜନ ପାଇଁ 635 କୋଟି ଟଙ୍କା ଆବଣ୍ଟନ ଔଦ୍ୟୋଗିକ ଭିତ୍ତିଭୂମି ରକ୍ଷଣାବେକ୍ଷଣ ପାଣ୍ଠି (IIMF) ପାଇଁ 320 କୋଟି ଟଙ୍କା ଆବଣ୍ଟନ ସମନ୍ୱିତ ଜଳ ନିଷ୍କାସନ ଉନ୍ନତି ଏବଂ ଆଧୁନିକୀକରଣ କାର୍ଯ୍ୟକ୍ରମ ପାଇଁ 235 କୋଟି ଟଙ୍କା ଆବଣ୍ଟନ Livelihood Augmentation through Graduation Approach ମାଧ୍ୟମରେ ଜୀବିକା ବୃଦ୍ଧି ଅଧୀନରେ 220 କୋଟି ଟଙ୍କା । ଓଡ଼ିଶା ସାମୁଦ୍ରିକ ବୋର୍ଡ ପାଇଁ 200 କୋଟି ଟଙ୍କା ବ୍ୟୟବରାଦ ପର୍ଯ୍ୟଟନ ଭିତ୍ତିଭୂମି ପାଇଁ ଲ୍ୟାଣ୍ଡ ବ୍ୟାଙ୍କ ସୃଷ୍ଟି ପାଇଁ 150 କୋଟି ଟଙ୍କା | ଭୁବନେଶ୍ବରରେ ସାଇନ୍ସ ସିଟି ପ୍ରତିଷ୍ଠା ତିନୋଟି ନୂତନ ଏକ୍ସପ୍ରେସୱେ: କୋରାପୁଟ ଜିଲ୍ଲାର ଦକ୍ଷିଣ ସହର ଜୟପୁରକୁ ଉପକୂଳବର୍ତ୍ତୀ ବ୍ରହ୍ମପୁର ସହର ସହିତ ସଂଯୋଗ କରିବା ପାଇଁ ପ୍ରାୟ 9000 କୋଟି ଟଙ୍କା ବ୍ୟୟରେ 287 କିଲୋମିଟର ଦୈର୍ଘ୍ୟ ବ୍ରହ୍ମପୁର-ଜୟପୁର ରାସ୍ତା ନମୋ ଏକ୍ସପ୍ରେସୱେ ଯାହା ପୂର୍ବ-ପଶ୍ଚିମ କରିଡରର ଏକ ଅଂଶ ଭାବରେ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡିକୁ ବରଗଡ ଜିଲ୍ଲାର ଅମ୍ବାହୋନା ସହିତ ସଂଯୋଗ କରିବ ଅଟଳ ଏକ୍ସପ୍ରେସ ୱେ (969 କିମି) ଉତ୍ତର-ଦକ୍ଷିଣ କରିଡରର ଏକ ଅଂଶ ଭାବରେ ମାଲକାନାଗିରି ଜିଲ୍ଲାର ମୋଟୁକୁ ମୟୂରଭଞ୍ଜ ଜିଲ୍ଲାର ତିରିଙ୍ଗୀ ସହିତ ସଂଯୋଗ କରିବ ଆଗାମୀ ପିଢ଼ିର ଆବଶ୍ୟକତା ପୂରଣ ପାଇଁ ଭୁବନେଶ୍ୱରରେ ନୂତନ ସରକାରୀ ଭିତ୍ତିଭୂମି ନିର୍ମାଣ ବିଭିନ୍ନ କାର୍ଯ୍ୟ ପାଇଁ ରାଜଧାନୀକୁ ଆସୁଥିବା ବିଭିନ୍ନ ଜିଲ୍ଲାରୁ ଆସୁଥିବା ଲୋକଙ୍କ ଆବଶ୍ୟକତା ପୂରଣ କରିବା ପାଇଁ ଭୁବନେଶ୍ୱରର ଏକ ଗେଷ୍ଟ ହାଉସ୍ ଜନ ଆଶ୍ରୟ ଭବନ ନୂତନ ରାଜ୍ୟ ବିଧାନସଭା ନୂତନ ରାଜ୍ୟ ସଚିବାଳୟ ଏକ ନୂତନ ବିଶ୍ୱ ସ୍ତରୀୟ ସଂଗ୍ରହାଳୟ ଏବଂ ଓଡ଼ିଶା ମଣ୍ଡପ ସମ୍ମିଳନୀ କେନ୍ଦ୍ର ଭୁବନେଶ୍ବରରେ ପୁଲିସ ସ୍ମାରକୀ ନିର୍ମାଣ ପାଇଁ 10 କୋଟି ଟଙ୍କା 3. କ୍ଷେତ୍ରୀୟ ମୁଖ୍ୟଂଶ A. କୃଷି ଓ ଆନୁଷଙ୍ଗିକ କ୍ଷେତ୍ର “ସମୃଦ୍ଧ କୃଷକ” ଯୋଜନା ଅଧୀନରେ କ୍ୱିଣ୍ଟାଲ ପିଛା ୩୧ ଶହ ଟଙ୍କା ମୂଲ୍ୟରେ ଧାନ କ୍ରୟ ପାଇଁ ୬ ହଜାର ୮୮ କୋଟି ଟଙ୍କାର ପ୍ରସ୍ତାବ । ଚାଷୀମାନଙ୍କୁ ସମୟୋଚିତ ପୈଠ ଏବଂ ଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଅଧୀନରେ ୫ ହଜାର କୋଟି ଟଙ୍କାର ଏକ ଆବର୍ତ୍ତନ ପାଣ୍ଠି (Revolving Fund) ଗଠନ । ଆସନ୍ତା ୩ ବର୍ଷ ମଧ୍ୟରେ ପ୍ରାୟ ୧୧ ଲକ୍ଷ ମେଟ୍ରିକ ଟନ୍ ବିଶିଷ୍ଟ ଆଧୁନିକ ଗୋଦାମ ନିର୍ମାଣ କରାଯିବାର ପ୍ରସ୍ତାବ । ଗ୍ରାମାଞ୍ଚଳ ଓ ସହରାଞ୍ଚଳର ଚାଷୀ, ଜମି ମାଲିକ, ଭୂମିହୀନ ପରିବାର ଏବଂ ବିଶେଷ ଭାବେ ସମ୍ବେଦନଶୀଳ ଜନଜାତିଙ୍କ ପାଖରେ ଅତିରିକ୍ତ ସହାୟତା ନିମନ୍ତେ ପ୍ରଧାନମନ୍ତ୍ରୀ-କିଷାନ ଯୋଜନାକୁ ମୁଖ୍ୟମନ୍ତ୍ରୀ-କିଷାନ ଯୋଜନା ଜରିଆରେ କାର୍ଯ୍ୟକାରୀ କରିବା ପାଇଁ ୨ ହଜାର ୩୦ କୋଟି ଟଙ୍କାର ପ୍ରସ୍ତାବ । ‘ଶ୍ରୀ ଅନ୍ନ ଅଭିଯାନ‘ ପାଇଁ ୪ ଶହ କୋଟି ଟଙ୍କାର ବ୍ୟବସ୍ଥା । ଫସଲ ବିବିଧକରଣ କାର୍ଯ୍ୟକ୍ରମ, ସ୍ୱଦେଶୀ ପ୍ରଜାତିର ଧାନକୁ ପ୍ରୋତ୍ସାହନ ଏବଂ ଅମଳ ପରବର୍ତ୍ତୀ ଧାନ ପଡ଼ିଆର ବ୍ୟାପକ ପରିଚାଳନା ଆଦି ପଦକ୍ଷେପ ପାଇଁ ମୋଟ ୪ ଶହ ୬୯ କୋଟି ଟଙ୍କାର ବ୍ୟୟ ବରାଦ । ୬ ଟି ଜିଲ୍ଲା ରେ କଫି ଚାଷ ପାଇଁ ୧ ଶହ ୫୦ କୋଟି ଟଙ୍କାର ପ୍ରସ୍ତାବ, “ପ୍ରଯୁକ୍ତିବିଦ୍ୟା ଦ୍ଵାରା ଉନ୍ନତ ଆଖୁ ଚାଷ” ନିମନ୍ତେ ୨୭ କୋଟି ଟଙ୍କା ଏବଂ ବଳଭଦ୍ର ଜୈବିକ ଚାଷ ମିଶନ ନିମନ୍ତେ ୨୮ କୋଟି ଟଙ୍କାର ବ୍ୟବସ୍ଥା । “କୃଷି ଉପକରଣର ଲୋକପ୍ରିୟତା” ଯୋଜନା ଅଧୀନରେ କୃଷି ଯାନ୍ତ୍ରିକୀକରଣ ନିମନ୍ତେ ୪ ଶହ କୋଟି ଟଙ୍କା ବ୍ୟୟବରାଦର ପ୍ରସ୍ତାବ । ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ଦ୍ଵାରା ହେବାକୁ ଥିବା ଫୁଲ ଓ ଛତୁ ଚାଷ ବାବଦକୁ ୫୭ କୋଟି ଟଙ୍କା ବ୍ୟୟବରାଦ ପ୍ରସ୍ତାବ । କୃଷି ଉତ୍ପାଦକ କ୍ଲଷ୍ଟରଗୁଡ଼ିକୁ ସୁଦୃଢ଼ କରିବା ପାଇଁ ୩୮ କୋଟି ଟଙ୍କା ବ୍ୟୟବରାଦ । ସ୍ୱତନ୍ତ୍ର ଉଦ୍ୟାନ କୃଷି ଫସଲ-ନିର୍ଦ୍ଦିଷ୍ଟ ଯୋଜନା, ମସଲା ମିଶନ୍ ସମେତ ଆଳୁ ଚାଷର ଉନ୍ନୟନ ଏବଂ ଉଦ୍ୟାନ କୃଷି ମିଶନ ପ୍ଲସ ପାଇଁ ମୋଟ ୫ ଶହ ୪୪ କୋଟି ଟଙ୍କା ବ୍ୟୟ ପ୍ରସ୍ତାବ । କେନ୍ଦ୍ର ପ୍ରବର୍ତ୍ତିତ ଯୋଜନା: ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ଅଧୀନରେ ୧ ଶହ ୬୦ କୋଟି ଟଙ୍କା, କୃଷି ଯାନ୍ତ୍ରିକୀକରଣ ପାଇଁ କୃଷି ଯାନ୍ତ୍ରିକୀକରଣ ଉପ-ମିଶନ ଅଧୀନରେ ୨ ଶହ ୫୦ କୋଟି ଟଙ୍କା, କୃଷି ସମ୍ପ୍ରସାରଣ ଉପ-ମିଶନ ବାବଦକୁ ୧ ଶହ ୩୧ କୋଟି ଟଙ୍କା, ଜାତୀୟ ଖାଦ୍ୟ ସୁରକ୍ଷା ମିଶନ ଅଧୀନରେ ୨ ଶହ 2 କୋଟି ଟଙ୍କା, ତଥା ଉଦ୍ୟାନ କୃଷିର ସମନ୍ୱିତ ବିକାଶ ମିଶନ ଅଧୀନରେ ୧ ଶହ ୪ କୋଟି ଟଙ୍କା । ମତ୍ସ୍ୟ ଏବଂ ପ୍ରାଣିସମ୍ପଦ ବିକାଶ ପାଇଁ ୨ ହଜାର ୧୯ କୋଟି ଟଙ୍କା ଆବଣ୍ଟନ । ୧୦ ହଜାର ହେକ୍ଟରରୁ ଅଧିକ ପରିବେଶ ଅନୁକୂଳ ଜଳଚାଷକୁ ସମ୍ପ୍ରସାରଣ, ଚିଙ୍ଗୁଡ଼ି ରପ୍ତାନିକୁ ବାର୍ଷିକ ୨ ଲକ୍ଷ ଟନ୍ ବୃଦ୍ଧି କରି ୧୨ ହଜାର କୋଟି ଟଙ୍କା ଆୟ ଏବଂ ୨ ଲକ୍ଷରୁ ଅଧିକ ଚାଷୀଙ୍କ ନିଯୁକ୍ତି, ତାଲିମ ଏବଂ ଉଚ୍ଚ ଆୟ ପାଇଁ ଓଡ଼ିଶା ଚିଙ୍ଗୁଡ଼ି ମିଶନର ଶୁଭାରମ୍ଭ । ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା ଅଧୀନରେ ୨ ଶହ ୧ କୋଟି ଟଙ୍କା ଆବଣ୍ଟନର ପ୍ରସ୍ତାବ । ଅସ୍ତରଙ୍ଗ ମାଛଧରା ବନ୍ଦରର ଆଧୁନିକୀକରଣ ଏବଂ ଗୋପାଳପୁରରେ ଗଭୀର ସମୁଦ୍ରରେ ମାଛଧରା ବନ୍ଦର ନିର୍ମାଣ ସମେତ ୪୦ ଟି ହିତାଧିକାରୀ ଭିତ୍ତିକ ଯୋଜନାକୁ ପ୍ରଭାବଶାଳୀ କରିବା ନିମନ୍ତେ ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା ଅଧୀନରେ ୨ ଶହ ୪୫ କୋଟି ଟଙ୍କାର ପ୍ରସ୍ତାବ । ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ସହାୟତାରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି କରିବା ପାଇଁ ୧ ଶହ ୫୯ କୋଟି ଟଙ୍କା ବ୍ୟୟ ଅଟକଳ । ପ୍ରାଣୀ ସମୃଦ୍ଧି ଯୋଜନାରେ ୧ ଶହ ୮୫ କୋଟି ଟଙ୍କାର ପ୍ରସ୍ତାବ । ଠିକ୍ ସମୟରେ ନିଦାନ, ପ୍ରତିଷେଧକ ଯତ୍ନ ଏବଂ ପଶୁ ରୋଗର ପ୍ରଭାବଶାଳୀ ନିୟନ୍ତ୍ରଣ ପାଇଁ ଗୋମାତା ଯୋଜନା ଅଧୀନରେ ୫୭ କୋଟି ଟଙ୍କାର ପ୍ରସ୍ତାବ । ଉନ୍ନତ ପ୍ରାଣୀ ଚିକିତ୍ସା ସେବାର ବର୍ଦ୍ଧିତ ଚାହିଦାକୁ ପୂରଣ କରିବା ପାଇଁ ସରକାର ଫୁଲନଖରାରେ ଏକ 24×7 Referral ପ୍ରାଣୀ ଚିକିତ୍ସାଳୟ ପ୍ରତିଷ୍ଠା ପାଇଁ ବଜେଟ୍ ରେ ୧୦ କୋଟି ଟଙ୍କାର ପ୍ରସ୍ତାବ । ମୟୂରଭଞ୍ଜ ଜିଲ୍ଲାରେ ଏକ ନୂତନ କୃଷି ମହାବିଦ୍ୟାଳୟ ପ୍ରତିଷ୍ଠା ପାଇଁ ୨୦ କୋଟି ଟଙ୍କାର ପ୍ରସ୍ତାବ । ଚିପଲିମାରେ ଏକ ପଶୁଚିକିତ୍ସା ବିଜ୍ଞାନ ମହାବିଦ୍ୟାଳୟ, ବଲାଙ୍ଗିରରେ କୃଷି ମହାବିଦ୍ୟାଳୟ ଏବଂ ସୋନପୁରରେ ଏକ ମତ୍ସ୍ୟବିଜ୍ଞାନ ମହାବିଦ୍ୟାଳୟ ପ୍ରତିଷ୍ଠା ପାଇଁ, ମୋଟ ୩୦ କୋଟି ଟଙ୍କାର ବ୍ୟୟ ପ୍ରସ୍ତାବ । ମୁଖ୍ୟମନ୍ତ୍ରୀ ପ୍ରାଣୀ କଲ୍ୟାଣ ଯୋଜନା (MPKY) ଅଧୀନରେ ନୂତନ ଗୋଶାଳା ପ୍ରତିଷ୍ଠା, ସେମାନଙ୍କର ଖାଦ୍ୟ, ରକ୍ଷଣାବେକ୍ଷଣ ଏବଂ ସ୍ୱାସ୍ଥ୍ୟସେବା ପାଇଁ ୩୩ କୋଟି ଟଙ୍କା ବ୍ୟୟବରାଦ । ସମବାୟ ବିଭାଗ ଅଧୀନରେ ୨ ହଜାର ୩ ଶହ ୩୪ କୋଟି ଟଙ୍କା ବ୍ୟୟବରାଦର ପ୍ରସ୍ତାବ । ଅମଳ ପରବର୍ତ୍ତୀ ଭିତ୍ତିଭୂମିକୁ ସୁଦୃଢ଼ କରିବା ଏବଂ ଦକ୍ଷ ସଂରକ୍ଷଣ ସୁନିଶ୍ଚିତ କରିବା ପାଇଁ ଗୋଦାମ ନିର୍ମାଣ ନିମନ୍ତେ ୨ ଶହ ୪୦ କୋଟି ଟଙ୍କାର ବ୍ୟବସ୍ଥା । ଆଖୁ ଚାଷକୁ ପ୍ରୋତ୍ସାହନ ଦେବା ଏବଂ ଚିନି କଳ ଗୁଡିକୁ ପୁନର୍ଜୀବିତ କରିବାକୁ ଲକ୍ଷ୍ୟ ରଖି ଆଖୁ ସମ୍ପ୍ରସାରଣ ଯୋଜନା ଅଧୀନରେ ୫ କୋଟି ଟଙ୍କାର ବ୍ୟବସ୍ଥା । ନୂତନ ଯୋଜନା ” ବହୁଦ୍ଦେଶୀୟ କୃଷି ସହକାରୀ ସମିତି-MPACS ର ବ୍ୟବସାୟ ବିବିଧତା” ଅଧୀନରେ ୧୫ କୋଟି ଟଙ୍କାର ବ୍ୟବସ୍ଥା । ଆଧୁନିକ ଭିତ୍ତିଭୂମି ଏବଂ ଡିଜିଟାଲ୍ ପଦ୍ଧତି ଚାଳିତ ୧ ଶହ ଟି ମଡେଲ୍ ମଣ୍ଡି ବିକାଶ କରିବା ପାଇଁ ୧ ଶହ କୋଟି ଟଙ୍କାର ବଜେଟ ପ୍ରସ୍ତାବ । ଆର୍ଥିକ ବର୍ଷ ୨୦୨୬-୨୭ ରେ ୩୮ ଲକ୍ଷ ଚାଷୀଙ୍କୁ ୨୧ ହଜାର କୋଟି ଟଙ୍କାର ଫସଲ ଋଣ ପ୍ରଦାନ ବାବଦକୁ ଋଣ ରିହାତି ଯୋଜନା ରେ ୧ ହଜାର ୭୦ କୋଟି ଟଙ୍କାର ସହାୟତା ପ୍ରଦାନ । ଫସଲ ହାନିରୁ ରକ୍ଷା କରିବା ନିମନ୍ତେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ୫ ଶହ କୋଟି ଟଙ୍କାର ପ୍ରସ୍ତାବ । PACS ଓ LAMPCS ଗୁଡିକୁ କାର୍ଯ୍ୟସମ୍ପାଦନ ବାବଦକୁ ୨୦ କୋଟି ଟଙ୍କା ଏବଂ ଭିତ୍ତିଭୂମି ଉନ୍ନତିକରଣ ବାବଦକୁ 1 ଶହ କୋଟି ଟଙ୍କା ର ସହାୟତା ପ୍ରଦାନ B. ଜଳସେଚନ,ବନ୍ୟା ନିୟନ୍ତ୍ରଣ ଏବଂ ଜଳ ବ୍ୟବହାର ଦକ୍ଷତା ବନ୍ୟା ନିୟନ୍ତ୍ରଣ ଏବଂ ଜଳ ଉପଲବ୍ଧତାରେ ଉନ୍ନତି ଆଣିବା ନିମନ୍ତେ ଆନ୍ତଃରାଜ୍ୟ ନଦୀ ସଂଯୋଗୀକରଣ ଯୋଜନା ପାଇଁ ୧୦ କୋଟି ଟଙ୍କାର ପ୍ରସ୍ତାବ । ମହାନଦୀ ତଟବର୍ତ୍ତୀ ସୁରକ୍ଷା, ସହରାଞ୍ଚଳ ସହନଶୀଳତା ଏବଂ ପର୍ଯ୍ୟଟନକୁ ପ୍ରୋତ୍ସାହନ ନିମନ୍ତେ ୮୦ କୋଟି ଟଙ୍କା ବ୍ୟୟ ଅଟକଳରେ ମହାନଦୀ ନଦୀ କୂଳ ବିକାଶ ଯୋଜନା ଜାରି ରହିବ । ପୁରୁଣା ଓ କ୍ଷତିଗ୍ରସ୍ତ ଜଳସେଚନ ଭିତ୍ତିଭୂମିର ପୁନରୁଦ୍ଧାର ପାଇଁ Improvement to Diversion Weirs Scheme ରେ ୧ ଶହ କୋଟି ଟଙ୍କାର ପ୍ରସ୍ତାବ । ବ୍ୟାପକ ବନ୍ୟା ପରିଚାଳନା ଯୋଜନାରେ ୫ ଶହ ୩୦ କୋଟି ଟଙ୍କାର ବ୍ୟୟ ବରାଦ । In-Stream Storage Structure Programme ଯୋଜନାରେ ୧ ହଜାର କୋଟି ଟଙ୍କାର ବ୍ୟୟ ବରାଦ । ନବକୃଷ୍ଣ ଚୌଧୁରୀ ସେଚ ଉନ୍ନୟନ ଯୋଜନା ଅଧୀନରେ ୧ ଶହ ୮୦ କୋଟି ଟଙ୍କା । ମୁଖ୍ୟମନ୍ତ୍ରୀ ଆଡିବନ୍ଧ ତିଆରି ଯୋଜନାରେ ୨ ଶହ ୮୦ କୋଟି ଟଙ୍କାର ବ୍ୟୟ ବରାଦରେ ଚେକ୍ ଡ୍ୟାମ୍ ନିର୍ମାଣ । ନଦୀ ପୁନରୁଦ୍ଧାର କାର୍ଯ୍ୟକ୍ରମ ‘ସଞ୍ଜୀବନୀ’ ପାଇଁ ୧ ଶହ କୋଟି ଟଙ୍କାର ବ୍ୟୟ ବରାଦ । ଆୟକଟର ସ୍ଥିରୀକରଣ ଲକ୍ଷ୍ୟ ରଖି ୮୦ କୋଟି ଟଙ୍କା ବ୍ୟବସ୍ଥା ସହିତ ଟ୍ୟାଙ୍କ ଏବଂ କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ଉନ୍ନତିକରଣ । ୨୦୨୬-୨୭ ଆର୍ଥିକ ବର୍ଷରେ ବୃହତ ଉଠା ଜଳସେଚନର ସମ୍ପ୍ରସାରଣ, ୨୦ ହଜାର ଗଭୀର ନଳକୂପ ଖନନ, ୨ ହଜାର ଗୋଷ୍ଠୀ ଉଠା ଜଳସେଚନ ପ୍ରକଳ୍ପର କାର୍ଯ୍ୟାନ୍ୱୟନ ଏବଂ ଉଠା ଜଳସେଚନ ଭିତ୍ତିଭୂମିର ପୁନରୁଦ୍ଧାର ଏବଂ ସୁଦୃଢ଼ୀକରଣ କରିବା ପାଇଁ ୨ ହଜାର ୨୯ କୋଟି ଟଙ୍କାର ବଜେଟ ବ୍ୟବସ୍ଥା । ସେଚାଞ୍ଚଳ ଉନ୍ନୟନ ଓ ଜଳ ପରିଚାଳନା ଯୋଜନା ଅଧୀନରେ ଶେଷ ମାଇଲ ପର୍ଯ୍ୟନ୍ତ ଦକ୍ଷ ଜଳ ଯୋଗାଣ ସୁନିଶ୍ଚିତ କରିବା ପାଇଁ ୨ ଶହ ୮୮ କୋଟି ଟଙ୍କାର ବଜେଟ ବ୍ୟବସ୍ଥା । ମୁଖ୍ୟମନ୍ତ୍ରୀ କେନାଲ ଲାଇନିଂ ଯୋଜନା ଅଧୀନରେ ପରିବହନ ଜନିତ କ୍ଷତି ହ୍ରାସ କରିବା ପାଇଁ ୧ ଶହ ୬୦ କିଲୋମିଟର କେନାଲ ଲାଇନିଂ ନିର୍ମାଣ ନିମନ୍ତେ ୪ ଶହ କୋଟି ଟଙ୍କା ଆବଣ୍ଟନ । ନବକୃଷ୍ଣ ଚୌଧୁରୀ ସେଚ ଉନୟନ ଯୋଜନା ଅଧୀନରେ ଆୟାକଟର ପୁନରୁଦ୍ଧାର, ସ୍ଥିରତା ଏବଂ ସମ୍ପ୍ରସାରଣ ନିମନ୍ତେ ୧ ଶହ ୮୦ କୋଟି ଟଙ୍କା ବ୍ୟୟବରାଦ । ବିଶ୍ୱ ବ୍ୟାଙ୍କ ସହାୟତାରେ ଚାଲୁଥିବା ଜଳବାୟୁ ସହନଶୀଳ କୃଷି ପାଇଁ ଓଡ଼ିଶା ସମନ୍ୱିତ ଜଳସେଚନ ପ୍ରକଳ୍ପ ଅଧୀନରେ ୩ ଶହ ୪୫ କୋଟି ଟଙ୍କାର ପ୍ରସ୍ତାବ । ବିଶ୍ୱ ବ୍ୟାଙ୍କ ସହାୟତାରେ ଡ୍ୟାମ୍ ଥଇଥାନ ଏବଂ ଉନ୍ନତି କାର୍ଯ୍ୟକ୍ରମର ତୃତୀୟ ପର୍ଯ୍ୟାୟରେ ହୀରାକୁଦ ଡ୍ୟାମ୍ର ଅତିରିକ୍ତ ସ୍ପିଲ୍ୱେ ନିର୍ମାଣ, ନିରୀକ୍ଷଣାଧୀନ ନିୟନ୍ତ୍ରଣ ଓ ତଥ୍ୟ ସଂଗ୍ରହ ପ୍ରଣାଳୀ ବ୍ୟବହାର କରି ଗେଟ୍ ସ୍ୱୟଂଚାଳିତକରଣ ଏବଂ ବିପର୍ଯ୍ୟସ୍ତ ଡ୍ୟାମ୍ଗୁଡ଼ିକର ସର୍ଭେ-ଭିତ୍ତିକ ଥଇଥାନ କାର୍ଯ୍ୟ ନିମନ୍ତେ ୧ ଶହ ୧୫ କୋଟି ଟଙ୍କାର ପ୍ରସ୍ତାବ । ପ୍ରଧାନମନ୍ତ୍ରୀ କୃଷି ସିଚାଇ ଯୋଜନା – ହର କ୍ଷେତ୍ କୋ ପାନି ଅଧୀନରେ ୫ ଶହ ୭୪ ଟି ଜଳସେଚନ ପ୍ରକଳ୍ପର ମରାମତି, ଏବଂ ପ୍ରାୟ ୧୨ ହଜାର ହେକ୍ଟରରୁ ଅଧିକ ଆୟାକଟ୍ କ୍ଷେତ୍ରର ସ୍ଥିରତାକୁ ଲକ୍ଷ୍ୟ କରି ପ୍ରକଳ୍ପର ମରାମତି, ପୁନର୍ନିର୍ମାଣ ଓ ପୁନରୁଦ୍ଧାର କାର୍ଯ୍ୟ ନିମନ୍ତେ ୧ ଶହ ୧ କୋଟି ଟଙ୍କାର ପ୍ରସ୍ତାବ । ୧ ହଜାର ୭ ଶହ କିଲୋମିଟର ନାଳ ଏବଂ ୨୫ ହଜାର ହେକ୍ଟର ଜଳବନ୍ଦୀ ଚାଷ ଜମି ପୁନରୁଦ୍ଧାର ନିମନ୍ତେ ଜଳ ନିଷ୍କାସନ ଉନ୍ନୟନ କାର୍ଯ୍ୟକ୍ରମ ଅଧୀନରେ ୩ ଶହ ୬୫ କୋଟି ଟଙ୍କାର ପ୍ରସ୍ତାବ । ଡ୍ୟାମ୍, ବ୍ୟାରେଜ୍ ଏବଂ ଆନ୍ତଃ-ନଦୀ ଜଳଭଣ୍ଡାରରେ ଥିବା ୫ ଶହ ୭୩ ଗେଟ୍ ଗୁଡିକୁ ସ୍ୱୟଂଚାଳିତକରଣ କରି ଦକ୍ଷ ଜଳ ନିୟନ୍ତ୍ରଣ ପାଇଁ ୩୦ କୋଟି ଟଙ୍କା ବଜେଟ୍ ବ୍ୟବସ୍ଥା । Gating of Ungated Spillways ଯୋଜନାରେ ପ୍ରାୟ ୧୯ ହଜାର ହେକ୍ଟର ଜମିରେ ସ୍ଥିରତା ଏବଂ ୨ ହଜାର ୭ ଶହ ୫୦ ହେକ୍ଟର ଜମିରେ ଅତିରିକ୍ତ ଜଳସେଚନ ସୁବିଧା ସୃଷ୍ଟି କରିବା ପାଇଁ ୪୦ କୋଟି ଟଙ୍କାର ବ୍ୟବସ୍ଥା । GOWATER IT Module ର ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମତା, ବ୍ୟାରେଜ ଏବଂ ଆନ୍ତଃନଦୀ ଜଳଭଣ୍ଡାର ଗେଟ୍ ଗୁଡିକର ସ୍ୱୟଂଚାଳିତକରଣ, OLIC ପାଇଁ ଏକ ବିକଶିତ MIS dashboard, ଏବଂ ଶିଳ୍ପ ଜଳ ଯୋଗାଣ ପରିମାପ ପାଇଁ IoT ମିଟର ସ୍ଥାପନା ଇତ୍ୟାଦି ପଦକ୍ଷେପ ନିମନ୍ତେ ୧୦ କୋଟି ଟଙ୍କାର ବଜେଟ୍ ବ୍ୟବସ୍ଥା । C. ସ୍ୱାସ୍ଥ୍ୟ କ୍ଷେତ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ନିମନ୍ତେ ୨୩ ହଜାର ୧୮୨ କୋଟି ଟଙ୍କାର ମୋଟ ବ୍ୟୟବରାଦ ‘ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟ ସେବା ମିଶନ’-୫୦୦୮ କୋଟି ଟଙ୍କା ନିର୍ମଳ ଯୋଜନା -୯୮୬ କୋଟି ଟଙ୍କା ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା-୬୩୦୯ କୋଟି ଟଙ୍କା ଜାତୀୟ ସ୍ୱାସ୍ଥ୍ୟ ମିଶନ (NHM) ରେ ୧,୯୫୮ କୋଟି ଟଙ୍କା “ନିରାମୟ” ଯୋଜନାରେ ୭୮୬ କୋଟି ଟଙ୍କାର ବ୍ୟୟବରାଦ ‘ନିଦାନ’ ପାଇଁ ୩୭୧ କୋଟି ଟଙ୍କା ଜରୁରୀକାଳୀନ ଚିକିତ୍ସା ଆମ୍ବୁଲାନ୍ସ ସେବା (EMAS) ପାଇଁ ୧୯୮ କୋଟି ଟଙ୍କା ଆଶାକର୍ମୀଙ୍କ କଲ୍ୟାଣ ନିମନ୍ତେ ‘ସ୍ୱାସ୍ଥ୍ୟ ସହାୟ’ ଯୋଜନା ଅଧୀନରେ ୧୮୩ କୋଟି ଟଙ୍କାର ବ୍ୟୟବରାଦ ରାଜ୍ୟର ସମସ୍ତ ମେଡିକାଲ କଲେଜରେ ରକ୍ତଭଣ୍ଡାର ପ୍ରତିଷ୍ଠା, ସମସ୍ତ ରକ୍ତଭଣ୍ଡାରର ଉନ୍ନତିକରଣ ଏବଂ ଆଧୁନିକୀକରଣ ପାଇଁ “ଅଟଳ ରକ୍ତ ଦାନ ଅଭିଯାନ”। ମୁଖ୍ୟମନ୍ତ୍ରୀ କର୍କଟ ଚିକିତ୍ସା ଅଭିଯାନ ପାଇଁ 311 କୋଟି ଟଙ୍କା ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ ବ୍ୟକ୍ତି, ଟ୍ରାନ୍ସଜେଣ୍ଡର ବ୍ୟକ୍ତି ଏବଂ ଭିକାରୀଙ୍କ ପାଇଁ ଆବାସିକ ଏବଂ ସହାୟକ ସୁବିଧା ପାଇଁ 109 କୋଟି ଟଙ୍କା D. ଶିକ୍ଷା କ୍ଷେତ୍ର ସମଗ୍ର ଶିକ୍ଷାକୁ ରାଜ୍ୟ ସହାୟତା ୧୧୩୧ କୋଟି ଟଙ୍କା ସମଗ୍ର ଶିକ୍ଷା- ୩୮୦୫ କୋଟି ଟଙ୍କା ଗଙ୍ଗାଧର ମେହେର ଶିକ୍ଷାମାନଙ୍କ ବୃଦ୍ଧି ଯୋଜନା -୩୮୫ କୋଟି ଟଙ୍କା ଓଡିଶା ଆଦର୍ଶ ବିଦ୍ୟାଳୟ -୧୨୨୪ କୋଟି ଟଙ୍କା ମଦ୍ରାସା ଶିକ୍ଷା ପାଇଁ -୨୩ କୋଟି ଟଙ୍କା ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ କାର୍ଯ୍ୟକ୍ରମ”-୧୦୧୦ କୋଟି ଟଙ୍କା “ଐତିହ୍ୟ ବିଦ୍ୟାଳୟ-୧୩୧ କୋଟି ଟଙ୍କା ପଞ୍ଚସଖା ଶିକ୍ଷା ସେତୁ -୨୩୪ କୋଟି ଟଙ୍କା PM –Shri –୫୩୬ କୋଟି ଟଙ୍କା E. କ୍ରୀଡ଼ା ଓ ଯୁବ ସେବା ୨୦୨୬-୨୭ ବଜେଟରେ କ୍ରୀଡା କ୍ଷେତ୍ର ପାଇଁ ୧,୩୫୯ କୋଟି ଟଙ୍କା କ୍ରୀଡା ଏବଂ ଅନ୍ୟାନ୍ୟ କ୍ରୀଡା ଭିତ୍ତିଭୂମିର ବିକାଶ ଏବଂ ପରିଚାଳନା ପାଇଁ ୯୦୦ କୋଟି ଟଙ୍କା କ୍ରୀଡା ପାଇଁ ଅନୁଦାନ ୬୦ କୋଟି ଟଙ୍କା ଆନ୍ତର୍ଜାତୀୟ ଅଂଶଗ୍ରହଣ ଏବଂ ଅଗ୍ରଣୀ ତାଲିମ ଏବଂ ପ୍ରଶିକ୍ଷଣ ପାଇଁ ଉତ୍କୃଷ୍ଟ କ୍ରୀଡାବିତଙ୍କୁ ଆର୍ଥିକ ସହାୟତା ପାଇଁ ୧୦ କୋଟି ଟଙ୍କା FIT ODISHA ମିଶନ ପାଇଁ ୧୦ କୋଟି ଟଙ୍କା F. ମହିଳା ଓ ଶିଶୁ ବିକାଶ ବିଭିନ୍ନ ମହିଳା ଏବଂ ଶିଶୁ କେନ୍ଦ୍ରିକ ନୀତି ଏବଂ କଲ୍ୟାଣମୂଳକ ପଦକ୍ଷେପ ଗ୍ରହଣ କରିବା ପାଇଁ ମୋଟ ୧୮,୯୫୭ କୋଟି ଟଙ୍କା ମମତା ଯୋଜନା ପାଇଁ ୩୨୦ କୋଟି ଟଙ୍କା ଓ PMMVY ପାଇଁ ୧୮୦ କୋଟି ଟଙ୍କା ସୁଭଦ୍ରା ଯୋଜନା ପାଇଁ ୧୦,୧୪୫ କୋଟି ଟଙ୍କା “ସମୃଦ୍ଧ ଅଙ୍ଗନୱାଡି ଯୋଜନା”-୬୩୫ କୋଟି ଟଙ୍କା ସମନ୍ୱିତ ବାତ୍ସଲ୍ୟ ସଦନ- ୬୨ କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା- ୫୫୨ କୋଟି ଟଙ୍କା ଓଡିଶା ପୁଷ୍ଟି ମିଶନ – ୧୦୦ କୋଟି ଟଙ୍କା ICDS କୁ ରାଜ୍ୟ ସହାୟତା -୧୨୮୦ କୋଟି ଟଙ୍କା “ପିଏମ ପୋଷଣ-୭୦୯ କୋଟି ଟଙ୍କା ଜାତୀୟ ଗ୍ରାମୀଣ ଜୀବିକା ମିଶନ (NRLM)-୧୩୦୩ କୋଟି ଟଙ୍କା ମିଶନ ଶକ୍ତି ପ୍ରୋଗ୍ରାମ-୧୨୧୫ କୋଟି ଟଙ୍କା G. ଭିନ୍ନକ୍ଷମ ବ୍ୟକ୍ତିଙ୍କ ସାମାଜିକ ସୁରକ୍ଷା ଓ ସଶକ୍ତୀକରଣ ସାମାଜିକ ସୁରକ୍ଷା ପଦକ୍ଷେପ ପାଇଁ ୨୫,୨୦୮ କୋଟି ଟଙ୍କା ବ୍ୟୟବରାଦ ସାମାଜିକ ସୁରକ୍ଷା ପେନସନ ଯୋଜନା ଅଧୀନରେ ହିତାଧିକାରୀଙ୍କ ପାଇଁ ମଧୁବାବୁ ପେନସନ ଯୋଜନା ପାଇଁ ୫୮୩୭ କୋଟି ଟଙ୍କା ବ୍ୟୟବରାଦ ବୃଦ୍ଧ।ଶ୍ରମ ପାଇଁ ୧୦୯ କୋଟି ଟଙ୍କା ବ୍ୟୟବରାଦ ଭୀମ ଭୋଇ ଭିନ୍ନ ଖିମା ସାମର୍ଥ୍ୟ ଅଭିଯାନ ପାଇଁ ୩୦ କୋଟି ଟଙ୍କା ବ୍ୟୟବରାଦ ଶୀତକାଳୀନ ଭତ୍ତା ପାଇଁ ୨୫୩ କୋଟି ଟଙ୍କା ଉନ୍ନତ ପୁନର୍ବାସ କେନ୍ଦ୍ର (ARC) ପାଇଁ ୧୭ କୋଟି ଟଙ୍କା ବ୍ୟୟବରାଦ ଇନ୍ଦିରା ଗାନ୍ଧୀ ଜାତୀୟ ପେନସନ ଯୋଜନା ପାଇଁ ୮୨୨ କୋଟି ଟଙ୍କା ବ୍ୟୟବରାଦ ନିଃସହାୟଙ୍କ ପାଇଁ ୨୧୨୨ କୋଟି ଟଙ୍କା ଜାତୀୟ ବାର୍ଦ୍ଧକ୍ୟ ପେନସନ H. ଅନୁସୂଚିତ ଜାତି, ଜନଜାତି, ଓବିସି ଓ ସଂଖ୍ୟାଲଘୁଙ୍କ ବିକାଶ ଆର୍ଥିକ ବର୍ଷ 2026-27 ରେ ଅନୁସୂଚିତ ଜନଜାତି ଏବଂ ଅନୁସୂଚିତ ଜନଜାତି ବିକାଶ, ସଂଖ୍ୟାଲଘୁ ଏବଂ ପଛୁଆ ବର୍ଗ କଲ୍ୟାଣ ବିଭାଗ ପାଇଁ ମୋଟ 6649 କୋଟି ଟଙ୍କା ବ୍ୟୟବରାଦ ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ଉତ୍ସାହ ଯୋଜନା ପାଇଁ 1443 କୋଟି ଟଙ୍କା ପ୍ରଦାନ ଧାର୍ତି ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନ (DA-JGUA) ପାଇଁ 326 କୋଟି ଟଙ୍କା ପ୍ରଦାନ ମାଧୋ ସିଂହ ହାତ ଖାରଚ ପାଇଁ 154 କୋଟି ଟଙ୍କା ପ୍ରଦାନ ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀଙ୍କ ଶିକ୍ଷା ପାଇଁ 407 କୋଟି ଟଙ୍କା ପ୍ରାକ-ମାଟ୍ରିକ୍ ଏବଂ ମାଟ୍ରିକ୍ ପରବର୍ତ୍ତୀ ଛାତ୍ରବୃତ୍ତି ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ (MMJJM) ପାଇଁ 150 କୋଟି ଟଙ୍କା ସ୍ୱତନ୍ତ୍ର ଶିକ୍ଷାଗତ ସହାୟତା ପାଇଁ 417 କୋଟି ଟଙ୍କା ପ୍ରଦାନ ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନା (PM-AGY) ପାଇଁ 300 କୋଟି ଟଙ୍କା, ପ୍ରଧାନମନ୍ତ୍ରୀ ଜନମାନ ପାଇଁ 50 କୋଟି ଟଙ୍କା, ପ୍ରଧାନମନ୍ତ୍ରୀ ଆଦି ଆଦର୍ଶ ଗ୍ରାମ ଯୋଜନା (PMAAGY) ପାଇଁ 20 କୋଟି ଟଙ୍କା MSP (LABHA) ଅଧୀନରେ ରାଜ୍ୟରେ ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ ପାଇଁ 25 କୋଟି ଟଙ୍କା I. ନଗର ଉନ୍ନୟନ ସହରାଞ୍ଚଳ ବିକାଶ ଯୋଜନା ଏବଂ ପ୍ରକଳ୍ପ ପାଇଁ ମୋଟ ୧୦,୭୩୮ କୋଟି ଟଙ୍କାର ବ୍ୟୟ ବରାଦ ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା ଅଧୀନରେ- ୧୧୬୧ କୋଟି ଟଙ୍କା ସହରାଞ୍ଚଳ ପରିବହନ ଭିତ୍ତିଭୂମିର ବିକାଶ ସହିତ ପିଏମ-ଇ-ବସ୍ ସେବା (PM-e-Bus Sewa) ଯୋଜନାରେ ୩୭୩ କୋଟି ଟଙ୍କା ସହରର, ବର୍ଷା ଜଳ ନିଷ୍କାସନ ଓ ନର୍ଦ୍ଦମା ପ୍ରକଳ୍ପ ପାଇଁ, ୬୨୦ କୋଟି ଟଙ୍କାର ବ୍ୟୟବରାଦ “ମୁଖ୍ୟମନ୍ତ୍ରୀ ସ୍ମାର୍ଟ ସିଟି ମିଶନ” ନାମରେ ୧୦୦ କୋଟି ଟଙ୍କାର ସମୃଦ୍ଧ ସହର” ଯୋଜନା ଅଧୀନରେ ୩୨୦ କୋଟି ଟଙ୍କା ସ୍ୱଚ୍ଛ ଓଡ଼ିଶା ପାଇଁ ୨୮୦ କୋଟି ଟଙ୍କା ଓ ସ୍ୱଚ୍ଛ ଭାରତ ମିଶନ ପାଇଁ ୪୩୦ କୋଟି ଟଙ୍କା J. ବାସଗୃହ ଜନସାଧାରଣଙ୍କୁ ବାସଗୃହ ନିର୍ମାଣ ପାଇଁ ୫,୧୬୦ କୋଟି ଟଙ୍କାର ମୋଟ ବ୍ୟୟ ବରାଦ PMAY-G ଅଧୀନରେ ୨,୪୪୫ କୋଟି ଟଙ୍କା, PM-ଜନମନ ଅଧୀନରେ ୩୦ କୋଟି ଟଙ୍କା, PMAY (U) 0 ଅଧୀନରେ ୫୬୫ କୋଟି ଟଙ୍କା, ଅନ୍ତ୍ୟୋଦୟ ଗୃହ ଯୋଜନା (Antyodaya Gruha Yojana) ଅଧୀନରେ ୨,୦୦୦ କୋଟି ଟଙ୍କା ଏବଂ PMAY Urban Bandhu ଅଧୀନରେ ୧୨୦ କୋଟି ଟଙ୍କାର ବ୍ୟୟ ବରାଦ ଅନ୍ତର୍ଭୁକ୍ତ ଅଟେ । K. ପାନୀୟ ଜଳ ଓ ପରିମଳ (ଗ୍ରାମୀଣ) ଯୋଜନା ଅଧୀନରେ ୧୪୯୫ କୋଟି ଟଙ୍କା, ଜଳ ଜୀବନ ମିଶନ ଅଧୀନରେ ୭,୦୦୦ କୋଟି ଟଙ୍କା ବ୍ୟବସ୍ଥା ସହରରେ ସମସ୍ତଙ୍କୁ ସୁରକ୍ଷିତ ପାନୀୟଜଳ ଯୋଗାଇବା ସୁଜଳା ଯୋଜନା -୮୨୦ କୋଟି ଟଙ୍କା ଓ ଅମୃତ ଯୋଜନା -୯୪୭ କୋଟି ଟଙ୍କାର ବ୍ୟୟବରାଦ ସ୍ୱଚ୍ଛ ଭାରତ ମିଶନ (ଗ୍ରାମୀଣ) ଅଧୀନରେ ୩୬୬ କୋଟି ଟଙ୍କା L. ମଜୁରି ରୋଜଗାର, ଜୀବିକା ଏବଂ ମୌଳିକ ସେବା ବିକଶିତ ଭାରତ – ରୋଜଗାର ପାଇଁ ଗ୍ୟାରେଣ୍ଟି ଏବଂ ଆଜୀବିକା ମିଶନ (ଗ୍ରାମୀଣ)” ଭିବି ଜି-ରାମ-ଜି ଯୋଜନା ଅଧିନରେ ୫ ହଜାର ୫ ଶହ ୭୫ କୋଟି ଟଙ୍କା ବ୍ୟୟ ବରାଦ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (MGNREGS) ଅଧୀନରେ ଅସମ୍ପୂର୍ଣ୍ଣ କାର୍ଯ୍ୟଗୁଡ଼ିକୁ ସମ୍ପୂର୍ଣ୍ଣ କରିବା ଲାଗି ୧୫00 କୋଟି ଟଙ୍କା “MGNREGSକୁ ଅତିରିକ୍ତ ରାଜ୍ୟ ସହାୟତା” ଅଧୀନରେ ୪00 କୋଟି ଟଙ୍କା ଡାଲଖାଇ (DALKHAI) “Dignified Access to Livelihood, Knowledge, Health and Allied Infrastructure”-୨୨୦ କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ-୧୫୦ କୋଟି ଟଙ୍କା ଧରତୀ ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନ (DAJGUA)ର କାର୍ଯ୍ୟାନ୍ୱୟନ ପାଇଁ ୩୨୬ କୋଟି ଟଙ୍କା M. ସଡ଼କ, ରେଳପଥ ଓ ପରିବହନ “ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା” ରେ ୩ ହଜାର ୪ ଶହ ୯୧ କୋଟି ଟଙ୍କା ସେତୁ ବନ୍ଧନ ଯୋଜନାରେ ୨ ହଜାର ୫୦ କୋଟି ଟଙ୍କା ସଡକ ସଂଯୋଗବିହୀନ ବସତିଗୁଡିକର ସଂଯୋଗୀକରଣ” ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ପାଇଁ ୧୦୦୦ କୋଟି ଟଙ୍କାର ବ୍ୟୟବରାଦ PMGSY କାର୍ଯ୍ୟ ଲାଗି ୭ ଶହ ୫୦ କୋଟି ଟଙ୍କା ଏବଂ PM-JANMAN କାର୍ଯ୍ୟ ଲାଗି ୧ ଶହ ୫୦ କୋଟି ଟଙ୍କା ବିକଶିତ ଗାଁ ବିକଶିତ ଓଡ଼ିଶା- ୨୦୦୦ କୋଟି ଟଙ୍କାର ବ୍ୟୟବରାଦ ସଡ଼କ ବିକାଶ କାର୍ଯ୍ୟକ୍ରମ – ୭,୫୦୦ କୋଟି ଟଙ୍କା ବିମାନ ସଂଯୋଗକୁ ଆହୁରି ସୁଦୃଢ଼ କରିବା ପାଇଁ ୫୧୧ କୋଟି ଟଙ୍କା ନିର୍ବାଚନମଣ୍ଡଳୀ ୱାରୀ ଆବଣ୍ଟନ ପାଇଁ ଆଉ ୧୪୨ କୋଟି ଟଙ୍କା ଓଡିଶାର ରେଳ ପରିବହନ ଇକୋସିଷ୍ଟମକୁ ମଜବୁତ କରିବା ପାଇଁ ୪୫୦ କୋଟି ଟଙ୍କା N. ଶକ୍ତି ଶକ୍ତି କ୍ଷେତ୍ରରେ ପୁଞ୍ଜି ଅଂଶ ବିନିଯୋଗ ପାଇଁ 120 କୋଟି ଟଙ୍କା ଆବଣ୍ଟନ ବିଜୁ ଗ୍ରାମ ଜ୍ୟୋତି ପାଇଁ 357 କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ଶକ୍ତି ବିକାଶ ଯୋଜନା ପାଇଁ 2323 କୋଟି ଟଙ୍କା ଓଡିଶା ଅକ୍ଷୟ ଶକ୍ତି ସଂରକ୍ଷଣ ଅଭିୟାନ ପାଇଁ 957 କୋଟି ଟଙ୍କା O. ଭବିଷ୍ୟତ ଅଭିବୃଦ୍ଧି ଇଞ୍ଜିନ୍ (ଶିଳ୍ପ ଏବଂ ଅଣୁ,କ୍ଷୁଦ୍ର,ମଧ୍ୟମ ଉଦ୍ୟୋଗ) ଅନ୍ୟାନ୍ୟ ଶିଳ୍ପର ପ୍ରୋତ୍ସାହନ ପାଇଁ 207 କୋଟି ଟଙ୍କା ବ୍ୟୟବରାଦ ଶିଳ୍ପ ଭିତ୍ତିଭୂମି ବିକାଶ ପାଣ୍ଠି (IIDF) ପାଇଁ 150 କୋଟି ଟଙ୍କା ସୂକ୍ଷ୍ମ, କ୍ଷୁଦ୍ର ଏବଂ ମଧ୍ୟମ ଶିଳ୍ପ ପାଇଁ ଅନୁଦାନ / ସହାୟତା ପାଇଁ 288 କୋଟି ଟଙ୍କା ସୁଧ ପରିଶୋଧ ପାଇଁ CM-SRIM ଯୋଜନା ଅଧୀନରେ 48 କୋଟି ଟଙ୍କା PM Formalization of Micro Food Processing Enterprises PM-FME ପାଇଁ 45 କୋଟି ଟଙ୍କା P. ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ଓଡ଼ିଶା ବନ କ୍ଷେତ୍ର ବିକାଶ ପ୍ରକଳ୍ପ ପାଇଁ 62 କୋଟି ଟଙ୍କା (EAP, JBIC ସହାୟତାରେ) ନନ୍ଦନକାନନ ପ୍ରାଣୀ ଉଦ୍ୟାନର ବିକାଶ ଏବଂ ସୌନ୍ଦର୍ଯ୍ୟକରଣ ପାଇଁ 40 କୋଟି ଟଙ୍କା। ରାଜ୍ୟରେ ସବୁଜ ଆଚ୍ଛାଦନ ବୃଦ୍ଧି ପାଇଁ 90 କୋଟି ଟଙ୍କା ବନ୍ୟପ୍ରାଣୀ ସୁରକ୍ଷା ଏବଂ ସଂରକ୍ଷଣ ପଦକ୍ଷେପ ପାଇଁ 75 କୋଟି ଟଙ୍କା ସବୁଜ ମହାନଦୀ ମିଶନ ପାଇଁ 90 କୋଟି ଟଙ୍କା CAMPA ପାଣ୍ଠି ପାଇଁ 510 କୋଟି ଟଙ୍କା ମୁଖ୍ୟମନ୍ତ୍ରୀ କେନ୍ଦୁ ପତ୍ର କଲ୍ୟାଣ ପାଣ୍ଠି ପାଇଁ 117 କୋଟି ଟଙ୍କା Q. ପର୍ଯ୍ୟଟନ ବିକାଶ,ହସ୍ତତନ୍ତ, ବୟନ ଶିଳ୍ପ ପର୍ଯ୍ୟଟକଙ୍କ ବାସସ୍ଥାନ ପାଇଁ 500 କୋଟି ଟଙ୍କା ପ୍ରସ୍ତାବ ପର୍ଯ୍ୟଟକ ସୂଚନା ଏବଂ ପ୍ରଚାର ପାଇଁ 388 କୋଟି ଟଙ୍କା ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନା ପାଇଁ 25 କୋଟି ଟଙ୍କା ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା ପାଇଁ 30 କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ହସ୍ତତନ୍ତ୍ର ବିକାଶ ଯୋଜନା ପାଇଁ 102 କୋଟି ଟଙ୍କା। ମୁଖ୍ୟମନ୍ତ୍ରୀ ବାୟାନା ଶିଳ୍ପ ବିକାଶ ଯୋଜନା ପାଇଁ 72 କୋଟି ଟଙ୍କା। R. ଯୋଜନା ଓ ସଂଯୋଜନ ପଶ୍ଚିମ ଓଡ଼ିଶା ଉନ୍ନୟନ ପରିଷଦ (ଡବ୍ଲ୍ୟୁଓଡିସି) ପାଇଁ ୫୦୦ କୋଟି, ଦକ୍ଷିଣ ଓଡ଼ିଶା ଉନ୍ନୟନ ପରିଷଦ (ଏସ୍ଓଡିସି) ଏବଂ ଉତ୍ତର ଓଡ଼ିଶା ବିକାଶ ପରିଷଦ (ଏନ୍ଓଡିସି) ପାଇଁ ୨୦୦ କୋଟି ଟଙ୍କା କେବିକେ ଜିଲ୍ଲାରେ ଭିତ୍ତିଭୂମି ବିକାଶ ପାଇଁ ୨୫୦ କୋଟି ଟଙ୍କା ଆବଣ୍ଟନ କରିବାକୁ ପ୍ରସ୍ତାବ ଦିଆଯାଇଛି। MLALAD ଯୋଜନା ଅଧୀନରେ ୭୩୫ କୋଟି ଟଙ୍କାର ବ୍ୟୟବରାଦ ପ୍ରସ୍ତାବ ରହିଛି । S. ବିପର୍ଯ୍ୟୟ ପରିଚାଳନା ବିପର୍ଯ୍ୟୟ ପରିଚାଳନା ପାଇଁ ୫୩୭୫ କୋଟି ଟଙ୍କା, ଯେଉଁଥିରେ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ଏବଂ ପ୍ରଶମନ ପାଣ୍ଠି (SDRMF) ଅଧୀନରେ ୨,୧୪୭ କୋଟି ଟଙ୍କା ଏବଂ ଜାତୀୟ ବିପର୍ଯ୍ୟୟ ମୁକାବିଲା ଏବଂ ପ୍ରଶମନ ପାଣ୍ଠି (NDRMF) ଅଧୀନରେ ୩,୨୨୮ କୋଟି ଟଙ୍କା ଅନ୍ତର୍ଭୁକ୍ତ T. ଅଭ୍ୟନ୍ତରୀଣ ନିରାପତ୍ତା ଓ ନ୍ୟାୟିକ ପ୍ରଶାସନ ନ୍ୟାୟପାଳିକା ପାଇଁ ଭିତ୍ତିଭୂମି ସୁବିଧା ବିକାଶ ପାଇଁ ୨୫୪ କୋଟି ଟଙ୍କା ଜେଲ ପାଇଁ କୋଠା ନିର୍ମାଣ ପାଇଁ ୧୯୦ କୋଟି ଟଙ୍କା କୋର୍ଟ ପାଇଁ କୋଠା ନିର୍ମାଣ ପାଇଁ ୪୨୬ କୋଟି ଟଙ୍କା ଅଗ୍ନିଶମ ସେବା ପାଇଁ କୋଠା ନିର୍ମାଣ ପାଇଁ ୧୪୩ କୋଟି ଟଙ୍କା ଏବଂ ପୋଲିସ କଲ୍ୟାଣ ପାଇଁ କୋଠା ନିର୍ମାଣ ପାଇଁ ୪୮୩ କୋଟି ଟଙ୍କା କ୍ରିମିନାଲ ଟ୍ରାକିଂ ନେଟୱାର୍କ ଏବଂ ସିଷ୍ଟମ (CCTNS) ପ୍ରକଳ୍ପ ପାଇଁ ୪୯ କୋଟି ଟଙ୍କା ଏବଂ POCSO ଆଇନ (ଫାଷ୍ଟ ଟ୍ରାକ ସ୍ୱତନ୍ତ୍ର କୋର୍ଟ (FTSCs)) ଅଧୀନରେ ସ୍ୱତନ୍ତ୍ର କୋର୍ଟ ପାଇଁ ୬୦ କୋଟି ଟଙ୍କା U. ଓଡିଆ ଭାଷା, ସଂସ୍କୃତି ଓ ଐତିହ୍ୟ ସଂସ୍କୃତି ନିର୍ଦ୍ଦେଶାଳୟ ପାଇଁ ୧୪୩ କୋଟି ଟଙ୍କା କଳା, ସଂସ୍କୃତି ଏବଂ ଐତିହ୍ୟର ପ୍ରୋତ୍ସାହନ ପାଇଁ ସାଂସ୍କୃତିକ ଅନୁଷ୍ଠାନଗୁଡ଼ିକୁ ଅନୁଦାନ ପାଇଁ ୫୧ କୋଟି ଟଙ୍କା ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା ପାଇଁ ୧୫୦ କୋଟି ଟଙ୍କା ଓଡ଼ିଆ ଅସ୍ମିତା ପାଇଁ ୭୪ କୋଟି ଟଙ୍କା 4. ବିଭାଗୱାରୀ ଆବଣ୍ଟନ (କୋଟି ଟଙ୍କାରେ) ଦାବି ନଂ ବିଭାଗ ପ୍ରଶାସନିକ ବ୍ୟୟ କାର୍ଯ୍ୟକ୍ରମ ବ୍ୟୟ ବିପର୍ଯ୍ୟୟ ପ୍ରଶମନ ରାଜ୍ୟରୁ ସ୍ଥାନାନ୍ତର ସର୍ବ ମୋଟ 1 ସ୍ୱରାଷ୍ଟ୍ର ବିଭାଗ 8665.28 2363.28 11028.56 2 ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ 555.11 250.00 805.11 3 ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ 1442.34 829.30 2271.64 4 ଆଇନ ବିଭାଗ 1016.41 78.00 1094.41 5 ଅର୍ଥ ବିଭାଗ 62789.27 2500.00 3.00 65292.27 6 ବାଣିଜ୍ୟ ବିଭାଗ 102.00 215.00 317.00 7 ନିର୍ମାଣ ବିଭାଗ 2725.00 10726.00 13451.00 8 ଓଡିଶା ବିଧାନ ସଭା 147.40 0.00 147.40 9 ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ 102.53 1435.75 1538.28 10 ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ 16148.23 15849.30 31997.53 11 ଅନିସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ 1249.33 5400.00 6649.33 12 ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ 5445.21 17736.93 23182.14 13 ଗୃହ ନିର୍ମାଣ ଓ ପୌର ଉନ୍ନୟନ ବିଭାଗ 583.70 6650.00 3334.08 10567.78 14 ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ବିଭାଗ 208.54 176.49 385.03 15 କ୍ରୀଡା ଓ ଯୁବସେବା ବିଭାଗ 209.29 1150.00 1359.29 16 ଯୋଜନା ଓ ସଂଯୋଜନ ବିଭାଗ 58.59 3388.98 3447.57 17 ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ 1874.90 25003.32 7287.92 34166.14 18 ସାଧାରଣ ଅଭିଯୋଗ ଓ ପେନସନ୍ ପ୍ରଶାସନ 3.11 0.00 3.11 19 ଶିଳ୍ପ ବିଭାଗ 7.50 1200.00 1207.50 20 ଜଳ ସମ୍ପଦ ବିଭାଗ 1988.92 14500.00 16488.92 21 ପରିବହନ ବିଭାଗ 230.17 3849.65 4079.81 22 ଜଙ୍ଗଲ, ପରିବେଶ ଓ ଜଳ ବାୟୁ ପରିବର୍ତ୍ତନ 718.86 1187.19 1906.05 23 କୃଷି ଓ କୃଷକ ସଶକ୍ତିକରଣ ବିଭାଗ 1109.22 13592.17 14701.39 24 ଇଷ୍ପାତ ଓ ଖଣି ବିଭାଗ 106.36 258.76 365.11 25 ସୂଚନା ଓ ଲୋକସମ୍ପର୍କ ବିଭାଗ 76.54 90.00 166.54 26 ଅବକାରୀ ବିଭାଗ 202.16 80.00 282.16 27 ବିଜ୍ଞାନ ଓ ବୈଷୟିକ ବିଭାଗ 13.33 340.12 353.45 28 ଗ୍ରାମ୍ୟ ଉନ୍ନୟନ ବିଭାଗ 2404.61 7800.00 10204.61 29 ସଂସଦୀୟ ବ୍ୟାପାର ବିଭାଗ 74.88 0.04 74.92 30 ଶକ୍ତି ବିଭାଗ 91.70 4505.00 4596.70 31 ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗ 82.35 300.00 382.35 32 ପର୍ଯ୍ୟଟନ ବିଭାଗ 22.75 1000.00 1022.75 33 ମତ୍ସ୍ୟ ଓ ପ୍ରାଣି ସମ୍ପଦ ଉନ୍ନୟନ ବିଭାଗ 626.84 1392.51 2019.35 34 ସମବାୟ ବିଭାଗ 164.91 2169.55 2334.46 35 ସାଧାରଣ ଉଦ୍ୟୋଗ ବିଭାଗ 4.00 7.00 11.00 36 ମହିଳା ଓ ଶିଶୁ କଲ୍ୟାଣ ବିଭାଗ 30.00 16122.93 16152.93 37 ଇଲେକ୍ଟ୍ରୋନିକ୍ସ୍ ଓ ସୂଚନା ପ୍ରଯୁକ୍ତିବିଦ୍ୟା 8.02 1100.00 1108.02 38 ଉଚ୍ଚ ଶିକ୍ଷା ବିଭାଗ 1865.86 1798.54 3664.40 39 ଦକ୍ଷତା ବୃଦ୍ଧି ଓ ବୈଷୟିକ ଶିକ୍ଷା ବିଭାଗ 575.11 1248.00 1823.11 40 ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ 90.38 672.40 762.78 41 ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ 110.85 9500.00 9610.85 42 ବିପର୍ଯ୍ୟୟ ପରିଚାଳନା ବିଭାଗ 23.27 159.80 5375.00 5558.07 43 ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ 40.97 574.00 614.97 44 ମିଶନ ଶକ୍ତି ବିଭାଗ 4.23 2800.00 2804.23 ସର୍ବ ମୋଟ ବ୍ୟୟବରାଦ 114000.00 180000.00 5375.00 10625.00 310000.00 Post navigation Foundation Day Of Arunachal Pradesh, Mizoram: ଲୋକ ଭବନରେ ଅରୁଣାଚଳ ପ୍ରଦେଶ ଏବଂ ମିଜୋରାମର ପ୍ରତିଷ୍ଠା ଦିବସ ପାଳିତ Odisha Budget 2026: ବଜେଟରେ “ସମୃଦ୍ଧ ଓଡିଶା” ଗଠନ ପାଇଁ ବିଜେପିର ପ୍ରତିବଦ୍ଧତା ସ୍ପଷ୍ଟ ପ୍ରତିଫଳିତ ହେଉଛି: ମନମୋହନ ସାମଲ