କେନ୍ଦୁଝରରେ ବାଂଲାଦେଶୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାବି ଜୋରଦାର । ଜିଲ୍ଲାରୁ ବାଂଲାଦେଶ ଅନୁପ୍ରଦେଶକାରୀଙ୍କୁ ହଟାଇବା ପାଇଁ ଦାବି କରି ଆସନ୍ତାକାଲି ୧୨ ଘଣ୍ଟିଆ ଦିଆଯାଇଛି କେନ୍ଦୁଝର ଜିଲ୍ଲା ବନ୍ଦ ଡାକରା । ବନ୍ଦକୁ ସମର୍ଥନ ଦେବାକୁ ବିଶ୍ୱ ହିନ୍ଦୁ ପରିଷଦର ଅପିଲ୍ କରାଯାଇଛି । ସୂଚନାଯୋଗ୍ୟ, ରବିବାର ସଂଧ୍ୟାରେ କିଛି ସନ୍ଦିଗ୍ଧ ବାଂଲାଦେଶୀ ବେହେରାମପୁରରେ ଏକ ଘରେ ସନ୍ଦେହଜନକ କାରବାରରେ ଲିପ୍ତ ଥିବାର ଖବର ମିଳିଥିଲା । ଏହାପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆରମ୍ଭ କରିଥିଲା ତଦନ୍ତ । ଏହି ସମୟରେ ହଠାତ୍ ପୋଲିସ ଉପରକୁ ଆକ୍ରମଣ ହୋଇଥିଲା । ପୋଲିସ ଓ ସନ୍ଦିଗ୍ଧ ବାଂଲାଦେଶୀଙ୍କ ମଧ୍ୟରେ ଧସ୍ତାଧସ୍ତି ମଧ୍ୟ ହୋଇଥିଲା । ଯେଉଁଥିରେ ଆଡିସନାଲ ଏସ୍ପିଙ୍କ ସମେତ ୨ କନେଷ୍ଟବଳ ଆହତ ହୋଇଥିଲେ । ବେହେରାମପୁର ବସ୍ତିରୁ ଦୁଇ ବାଂଲାଦେଶୀ ଅଟକ ଅଛନ୍ତି । ଦୁଇ ମହିଳାଙ୍କୁ କୋର୍ଟଚାଲାଣ କରାଯାଇଛି। ସେମାନଙ୍କ ଠାରୁ ବନ୍ଧୁକ, ୫ଟି କଟୁରୀ ଓ ଆପତ୍ତି ଜନକ ସାମଗ୍ରୀ ଜବତ କରିଛି ପୋଲିସ । ଆଜି ସେହି ସନ୍ଦିଗ୍ଧ ‘ବାଂଲାଦେଶୀ’ଙ୍କ ଘର ଭାଙ୍ଗିଛି ପ୍ରଶାସନ । ମାଜିଷ୍ଟ୍ରେଟ୍ ଓ ଉପଜିଲ୍ଲାପାଳଭ୍ର ଉପସ୍ଥିତିରେ ଭଙ୍ଗାଗଲା ୧୦ ବଖରା ଘର । ସେମାନେ ସରକାରୀ ଜାଗାରେ ଘର ତିଆରି କରି ରହୁଥିଲେ। Post navigation Odisha Census2027: ୨୦୨୭ ଜାତୀୟ ଜନଗଣନା ପ୍ରକ୍ରିୟା ଆରମ୍ଭ