ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାର କିଛି ଦିନ ପରେ ଆମ୍ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜରିୱାଲ ଶୁକ୍ରବାର ସିଏମ କ୍ୱାର୍ଟର୍ସ ଛାଡି ଦିଲ୍ଲୀର ଫିରୋଜଶାହା ରୋଡସ୍ଥିତ ବଙ୍ଗଳାକୁ ସ୍ଥାନାନ୍ତର। ଆପ୍ ମୁଖ୍ୟାଳୟ ନିକଟରେ ଥିବା ଏହି ବଙ୍ଗଳାରେ ଅରବିନ୍ଦ କେଜରିୱାଲ ତାଙ୍କ ପରିବାର ସହ ରହିବେ।

କେଜରିୱାଲ ଶୁକ୍ରବାର ପଞ୍ଜାବର ଆପ ସାଂସଦ ଅଶୋକ ମିତ୍ତଲଙ୍କ ୫ ନଂ ଫିରୋଜଶାହା ରୋଡ୍ ବାସଭବନକୁ ଯିବେ ବୋଲି ଆପ ନେତା ସୌରଭ ଭରଦ୍ୱାଜ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ୨୦୧୫ ମସିହାରୁ ମୁଖ୍ୟମନ୍ତ୍ରୀ ଥିବା ଉତ୍ତର ଦିଲ୍ଲୀର ସିଭିଲ୍ ଲାଇନ୍ସର ୬ ଫ୍ଲାଗଷ୍ଟାଫ୍ ରୋଡ୍ ଛାଡ଼ିବାକୁ ନିଷ୍ପତ୍ତି ନେବା ପରେ ସାଂସଦ, ବିଧାୟକ ଏବଂ କାଉନସିଲରଙ୍କ ସମେତ ଦଳର ଅନେକ ନେତା କେଜରିୱାଲଙ୍କୁ ସେମାନଙ୍କ ଘର ପ୍ରଦାନ ପାଇଁ ଅଫର ଦେଇଥିଲେ।

Leave a Reply

Your email address will not be published. Required fields are marked *