ଦିଲ୍ଲୀ ଆମ୍ ଆଦମୀ ପାର୍ଟି ସଭାପତି ତଥା ଦିଲ୍ଲୀ ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଅଡୁଆ ବଢାଇଛି ତଥାକଥିତ ‘ଶୀଶମହଲ’ । ପ୍ରାଥମିକ ରିପୋର୍ଟ ମିଳିବା ପରେ ଅରବିନ୍ଦ କେଜ୍ରିୱାଲଙ୍କ ସରକାରୀ ବାସଭବନ ୬ ଫ୍ଲାଗଷ୍ଟାଫ୍ ବଙ୍ଗଲୋ ନବୀକରଣର ପୁଙ୍ଖାନୁଫୁଙ୍ଖ ତଦନ୍ତ ପାଇଁ ସିପିଡବ୍ଲୁଡିକୁ ନିର୍ଦ୍ଦେଶ ଦେଇଛି ସେଣ୍ଟ୍ରାଲ୍ ଭିଜିଲାନ୍ସ କମିଶନ । ବଙ୍ଗଲୋ ସହିତ ୪ଟି ସରକାରୀ ସମ୍ପତ୍ତିର ସମିଶ୍ରଣକୁ ଅବୈଧ ଘୋଷଣା ଦାବି କରିଛି ବିଜେପି । ୨୦୧୫ରୁ ୨୦୨୪ ଯାଏ ଏହି ବଙ୍ଗଲୋରେ ରହୁଥିଲେ ଅରବିନ୍ଦ କେଜ୍ରିୱାଲ । ଦିଲ୍ଲୀରେ ନିର୍ବାଚନ ସମୟରେ ବଡ ମୁଦ୍ଦା ହୋଇଥିଲା ଶୀଶମହଲ । ଏଥିସହ ପାର୍ଟି କ୍ଷମତାକୁ ଆସିଲେ ଶୀଶମହଲରେ କେହି ରହିବେ ନାହିଁ ବୋଲି ମଧ୍ୟ ବିଜେପି ଘୋଷଣା କରିଥିଲା । Post navigation କଂଗ୍ରେସକୁ ଫେରିଲେ ବରିଷ୍ଠ ନେତା ସୁର ରାଉତରାୟ ବିଳମ୍ବିତ ରାତିରେ ନୂଆଦିଲ୍ଲୀ ରେଳ ଷ୍ଟେସନରେ ଦଳାଚକଟା: ୧୮ ମୃତ