ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ସୁପ୍ରିମକୋର୍ଟରୁ ମିଳିଛି ଆଶ୍ୱସ୍ତି। ଆଜି ସୁପ୍ରିମକୋର୍ଟ ତାଙ୍କୁ ଅନ୍ତରୀଣ ଜାମିନ ଦେଇଛନ୍ତି। ଦିଲ୍ଲୀ ଅବକାରୀ ନୀତିରେ ଅର୍ଥ ହେରଫେର ମାମଲାରେ ଜାମିନ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ।

ଇଡି ଗିରଫଦାରୀ ବିରୁଦ୍ଧରେ ସର୍ବୋଚ୍ଚ ଅଦାଲତର ଦ୍ୱାରସ୍ଥ ହୋଇଥିଲେ କେଜରିୱାଲ। ଏହି ମାମଲା ଉପରେ ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ। ଜଷ୍ଟିସ ସଞ୍ଜୀବ ଖାନ୍ନାଙ୍କୁ ନେଇ ଗଠିତ ଏକକ ଖଣ୍ଡପୀଠ ଆଜି ରାୟ ପ୍ରକାଶ କରିଛନ୍ତି। ଏଥିସହ ଇଡି ଗିରଫଦାରୀକୁ ବିରୋଧ କରି କେଜରିୱାଲ କରିଥିବା ଆବେଦନକୁ ବୃହତ୍ତ ଖଣ୍ଡପୀଠକୁ ପଠାଇଛନ୍ତି ଜଷ୍ଟିସ ସଞ୍ଜୀବ ଖାନ୍ନା।

Leave a Reply

Your email address will not be published. Required fields are marked *