Kartika month-govt-holiday-declared-in-these Dists
ନଭେମ୍ବର ୩ ତାରିଖରେ, କାର୍ତ୍ତିକ ମାସର ଶେଷ ସୋମବାରରେ ଦକ୍ଷିଣ ଓଡଶାର ୪ ଟି ଜିଲ୍ଲାରେ ସରକାରୀ ଛୁଟି ଘୋଷଣା କରାଯାଇଛି । ଗଞ୍ଜାମ, ଗଜପତି, ନବରଙ୍ଗପୁର ଏବଂ ମାଲକାନଗିରି ଜିଲ୍ଲାରେ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କ କାର୍ଯ୍ୟାଳୟ ତରଫରୁ ସ୍ଥାନୀୟ ଛୁଟି ଘୋଷଣା କରାଯାଇଛି ।
 
ଏହା ସହିତ କନ୍ଧମାଳ ଜିଲ୍ଲାର ବାଲିଗୁଡା ଉପଖଣ୍ଡରେ ବି କାର୍ତ୍ତିକ ମାସ ଶେଷ ସୋମବାର ପାଇଁ ସରକାରୀ ଛୁଟି ଘୋଷଣା କରିଛନ୍ତି ଆରଡିସି ।
 
କାର୍ତ୍ତିକ ମାସର ଶେଷ ପାଞ୍ଚଦିନ ପଞ୍ଚ ପର୍ବ ବା ମହାପଞ୍ଚକ ନାମରେ ପରିଚିତ । ଏହି ପାଞ୍ଚଦିନ ପ୍ରତ୍ୟେକ ହିନ୍ଦୁ ଆମିଷ ପରିହାର କରି ଭଗବାନଙ୍କୁ ପୂଜା କରିଥାନ୍ତି । ପଞ୍ଚୁକ ଭିତରେ ପଡୁଥିବା ସୋମବାର ହେଉଛି କାର୍ତ୍ତିକ ମାସର ଶେଷ ସୋମବାର ଯାହାକୁ ପବିତ୍ର ଦିନ ରୂପେ ପାଳନ କରାଯାଇଥାଏ ।
Kartika month-govt-holiday-declared-in-these Dists
 

By Nirvay

Leave a Reply

Your email address will not be published. Required fields are marked *