କନ୍ଧମାଳ : କନ୍ଧମାଳ ଲୋକସଭା ଅନ୍ତର୍ଗତ କଂଟାମାଳ ବିଧାନସଭା ନିର୍ବାଚନ ମଣ୍ଡଳୀର ୨ଟି ବୁଥରେ ଆଉଥରେ ମତଦାନ ପାଇଁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ୨୩ତାରିଖରେ କଂଟାମାଳ ବିଧାନସଭା ମଣ୍ଡଳୀର ୨୬ ଓ ୨୮ ନମ୍ବର ବୁଥରେ ମତଦାନ ହେବ । ଏନେଇ ଉକ୍ତ ଦୁଇ ବୁଥର ସମସ୍ତ ଭୋଟର ଓ ନିର୍ବାଚନମଣ୍ଡଳୀର ସମସ୍ତ ପ୍ରାର୍ଥୀମାନଙ୍କୁ ଅବଗତ କରାଇବା ପାଇଁ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଗତକାଲି ଏଠାରେ ନିର୍ବଚନୀକୁ ନେଇ ଗଣ୍ଡଗୋଳ ହେବା ଯୋଗୁଁ  ନିର୍ବାଚନ ସ୍ଥଗିତ ରହିଥିଲା । ୨୩ତାରିଖ ସକାଳ ୭ଟାରୁ ୪ଟା ପର୍ଯ୍ୟନ୍ତ ମତଦାନ ଚାଲିବ ।

ସୂଚନାଯୋଗ୍ୟ, ଗତକାଲି ୨୦ତାରିଖରେ କନ୍ଧମାଳ ସଂସଦୀୟ କ୍ଷେତ୍ରରେ ମତଦାନ ହୋଇଥିଲା । ପୋଲିସ ଓ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଗଣ୍ଡଗୋଳ ଲାଗିବାରୁ ଏଠାରେ ମତଦାନ ସ୍ଥଗିତ ରହିଥିଲା । ତେବେ ଏହି ଦୁଇ ବୁଥରେ ମତଦାନକୁ ନେଇ ଅଭିଯୋଗ ହେବାପରେ ନିର୍ବାଚନ କମିଶନ ଆଉଥରେ ଭୋଟ ହେବା ପାଇଁ ନିଷ୍ପତ୍ତି ନେଇଛନ୍ତି ।

 

 

 

By Nirvay

Leave a Reply

Your email address will not be published. Required fields are marked *