ରାଜଧାନୀରେ ବଦଳିଲା ପାଗ । ରାଜଧାନୀର ବିଭିନ୍ନ ସ୍ଥାନରେ ହଠାତ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେଉଥିବାବେଳେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । କିଛି ସ୍ଥାନରେ କୁଆପଥର ବର୍ଷା ମଧ୍ୟ ହୋଇଛି ।
 
ଭୁବନେଶ୍ୱରର ପୋଖରୀପୁଟ ଅଞ୍ଚଳରେ ଥିବା ଲିଙ୍ଗରାଜ ବିହାରରେ ଏକ ନିର୍ମାଣ ସ୍ଥଳରେ ପୁରୁଣା ଛାତ ଭାଙ୍ଗୁଥିବା ବେଳେ ଘରଟି ଭୁଶୁଡ଼ି ପଡ଼ିବାରୁ ତିନି ଜଣ ଶ୍ରମିକ ଚାପି ହୋଇଯାଇଛନ୍ତି । ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ଓ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି ।
 
ଭାରତୀୟ ପାଣିପାଗ ବିଭାଗ ଆଜି ଭୁବନେଶ୍ୱର ସମେତ ଓଡ଼ିଶାର ୧୦ଟି ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ଜାରି କରିଛି । ବିଭିନ୍ନ ରାସ୍ତାଘାଟରେ ପ୍ରବଳ ପାଣି ଜମି ଯାଇଛି, ରାସ୍ତା ମଧ୍ୟ ଦବି ଯାଇଛି ।
 
 
 

By Nirvay

Leave a Reply

Your email address will not be published. Required fields are marked *