ଅସହ୍ୟ ତାତିରୁ ମିଳିବ ଆଶ୍ବସ୍ତି । ଭୁବନେଶ୍ୱର ଏବଂ କଟକ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି । ଓଡ଼ିଶାର ବିଭିନ୍ନ ଜିଲ୍ଲା ଗୁଡ଼ିକରେ ବିଜୁଳି, ଘଡ଼ଘଡ଼ି ସହ ବଜ୍ରପାତ ସମ୍ଭାବନା ରହିଥିବା ବେଳେ ଆଞ୍ଚଳିକ ୭ ଜିଲ୍ଲାକୁ ୨ ଘଣ୍ଟିଆ ରେଡ୍ ଆଲର୍ଟ ଜାରି କଲା ପାଣିପାଗ କେନ୍ଦ୍ର । ରେଡ୍ ଆଲର୍ଟ ଜାରି ହୋଇଥିବା ଜିଲ୍ଲାଗୁଡ଼ିକ ହେଲା କୋରାପୁଟ, କଟକ, ଖୋର୍ଦ୍ଧା, ନୟାଗଡ଼, ଯାଜପୁର, ବାଲେଶ୍ବର, ଗଞ୍ଜାମ। ଏହି ସ୍ଥାନରେ ଆସନ୍ତା ୨ ଘଣ୍ଟାରେ ୬୦ରୁ ୭୦ କିମି ପବନ ସହ ବର୍ଷା ସମ୍ଭାବନା ରହିଛି ସେହିପରି କାଳବୈଶାଖୀ ବର୍ଷାକୁ ନେଇ ୧୧ ଜିଲ୍ଲା କେନ୍ଦୁଝର, ଅନୁଗୁଳ, ବାଲେଶ୍ୱର, ଭଦ୍ରକ, ମୟୁରଭଂଜ, ନୂଆପଡା , କୋରାପୁଟ ,ମାଲକାନଗିରି ,ରାୟଗଡା, ଗଂଜାମ ଓ ଗଜପତିକୁ ଅରେଞ୍ଜ ୱାର୍ଣ୍ଣିଙ୍ଗ ଜାରି ହୋଇଛି । ବିଜୁଳି ଘଡଘଡି ସହ ହାଲୁକା ବର୍ଷା ସହ ୫୦ ରୁ ୬୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି । ୧୮ ତାରିଖ ଯାଏଁ ଏହି ଆଲର୍ଟ ଜାରି କରାଯାଇଛି। ସପ୍ତାହେ ଯାଏ ଦିନ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ସୂଚନା ଦେଇଛି ପାଣିପାଗ କେନ୍ଦ୍ର। Post navigation ଆତଙ୍କବାଦୀ ମସୁଦ ଅଜହର ପରିବାରକୁ ମିଳିବ ୧୪ କୋଟି ସହାୟକ ରାଶି ବଜ୍ରପାତରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ୬ ମୃତ