କଂଗ୍ରେସ ବିଧାୟକ ଦାଶରଥୀ ଗମାଙ୍ଗ ଫୋନ୍ ଉଠାଉ ନାହାନ୍ତି ବୋଲି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ସୂଚନା ଦେଇଛନ୍ତି । ପିସିସି ସଭାପତି ଏବଂ ଏଆଇସିସି ନେତା ଗମାଙ୍ଗଙ୍କ ସହିତ ଯୋଗାଯୋଗ କରୁଛନ୍ତି ବୋଲି ସେ କହିଛନ୍ତି । ଫୋନ୍ ନ ଉଠାଇଲେ ବି ତାଙ୍କ ଉପରେ କଂଗ୍ରେସ ଭରସା ରଖିଛି ବୋଲି କାଡାମ କହିଛନ୍ତି । ଦାଶରଥୀ ନିଶ୍ଚିତ ଦତ୍ତେଶ୍ୱର ହୋତାଙ୍କୁ ଭୋଟ୍ ଦେବେ ବୋଲି ସେ ଆଶା ପ୍ରକଟ କରିଛନ୍ତି । ଯେଉଁମାନେ କ୍ରସ୍ ଭୋଟିଂ କରିବେ, ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । ବିଜେପି ଯେଉଁ ଯୋଜନା କରୁଛି, ସଫଳ ହେବ ନାହିଁ ବୋଲି କାଡାମ କହିଛନ୍ତି । ଗଜପତି ଜିଲ୍ଲା ମୋହନା ବିଧାୟକ ଦାଶରଥୀ ଗମାଙ୍ଗ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରୁଛନ୍ତି । କହିରଖୁଛୁ ଯେ, ଦାଶରଥି ଗମାଙ୍ଗ ୨୦୨୪ ନିର୍ବାଚନ ରେ ୬୨, ୦୮୦ ଟି ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ପ୍ରଶାନ୍ତ ମଲ୍ଲିକ ୫୭, ୮୫୨ ଟି ଭୋଟ ପାଇଥିଲେ । Post navigation Maoist-Free India: ଆତ୍ମସମର୍ପଣ କରିବାକୁ ମନାକଲେ ମାଓ ନେତ୍ରୀ ଡ଼ ମାୟାଧର ମାନସିଂହଙ୍କୁ ଉପେକ୍ଷା ଓ ନନ୍ଦଳାକୁ ଅବହେଳା କରିବା ସରକାରଙ୍କ ହୀନମନ୍ୟତା: ବିଜେଡି