ଅଶୋକ କୁମାର ପରିଜା ନିଜ ପଦରୁ ଇସ୍ତଫା ଦେବା ପରେ ହାଇକୋର୍ଟର ସରକାରୀ ଓକିଲ ଜ୍ୟୋତିପ୍ରକାଶ ପଟ୍ଟନାୟକଙ୍କୁ ଭାରପ୍ରାପ୍ତ ଆଡ୍ଭୋକେଟ ଜେନେରାଲ ଭାବେ ନିଯୁକ୍ତି ମିଳିଛି। ଏନେଇ ରାଜ୍ୟ ଆଇନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସୂଚନାଅନୁଯାୟୀ ଆଡ୍ଭୋକେଟ୍ ଜେନେରାଲ ଅଶୋକ କୁମାର ପରିଜା ନିଜ ପଦରୁ ଇସ୍ତଫା ଦେବା ପରେ ତାହା ଖାଲି ପଡ଼ିଥିଲା। ତେବେ ଉକ୍ତ ପଦ ପୂରଣ ହେବା ଯାଏ ଆଡ୍ଭୋକେଟ୍ ଜେନେରାଲ କାର୍ଯ୍ୟାଳୟର ଦୈନନ୍ଦିନ କାର୍ଯ୍ୟଭାର ଜ୍ୟୋତିପ୍ରକାଶ ତୁଲାଇବେ।ବର୍ତ୍ତମାନ ସେ ନିଜର ପୂର୍ବ ଦାୟିତ୍ୱ ସମ୍ଭାଳିବା ସହ ଅତିରିକ୍ତ ଭାବେ ଆଡ୍ଭୋକେଟ ଜେନେରାଲଙ୍କ କାର୍ଯ୍ୟ ସମ୍ଭାଳିବେ।ବିଜେଡି ସରକାର ୨୦୧୯ ମସିହାରେ ପରିଜାଙ୍କୁ ଆଡ୍ଭୋକେଟ ଜେନେରାଲ ଭାବେ ନିଯୁକ୍ତି ଦେଇଥିଲେ। ଆଡ୍ଭୋକେଟ ଜେନେରାଲ ସୂର୍ଯ୍ୟ ପ୍ରସାଦ ମିଶ୍ରଙ୍କ ପରେ ସେ ଏହି ଦାୟିତ୍ୱ ଗ୍ରହଣ କରିଥିଲେ। Post navigation ଇସ୍ତଫା ଦେଲେ ଅଶୋକ ପରିଜା ବନ୍ଦ ହେଲା ଅର୍ପଣ ଚାଉଳରୁ ପ୍ରସ୍ତୁତ ମହାପ୍ରସାଦ ବଣ୍ଟନ