ବାଲେଶ୍ବରରେ ଛାତ୍ରୀ ଆତ୍ମାହୁତି ଘଟଣାକୁ ନେଇ ରାଜ୍ୟରେ ରାଜନୀତି ସରଗରମ ଥିବା ବେଳେ ତାଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିବା ଜ୍ୟୋତି ପ୍ରକାଶ ବିଶ୍ବାଳକୁ ସମସ୍ତେ ଭୁଲିଯାଇଛନ୍ତି। ଘଟଣା ଦିନ ଛାତ୍ରୀ ଜଣକ ଆତ୍ମାହୁତି ଦେବା ବେଳେ ଜଳୁଥିବା କାରଣରୁ ଅନେକ ଛାତ୍ରଛାତ୍ରୀ ଦୌଡ଼ି ପଳାଇଥିଲେ । ମାତ୍ର ସେହି ସମୟରେ ନିଜର ମାନବିକତା ଦେଖାଇ ଜୀବନକୁ ବାଜି ଲଗାଇ ଛାତ୍ରୀଙ୍କୁ ବଞ୍ଚାଇ ବାକୁ ଚେଷ୍ଟା କରି ଜ୍ୟୋତି ଗୁରୁତର ଆହତ ହୋଇଥିଲେ । ନିଜର ସାର୍ଟକୁ ଖୋଲି ଛାତ୍ରୀଙ୍କୁ ବଞ୍ଚାଇବାକୁ ଯାଇ ନିଜେ ଗୁରୁତର ହୋଇପଡ଼ିଥିଲେ । ଯୁକ୍ତ ତିନି ଛାତ୍ର ଜ୍ୟୋତି ପ୍ରକାଶ ବିଶ୍ଵାଳ ଏବେ ଏସସିବି ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ପୀଡ଼ିତାଙ୍କ ଦେହରୁ ନିଆଁ ଲିଭାଇବାକୁ ଯାଇ ସେ ପୋଡ଼ି ଯାଇଥିଲେ । ଗତ ରବିବାର ଦିନ କଟକ ବଡ଼ ମେଡିକାଲକୁ ଚିକିତ୍ସା ପାଇଁ ଆସିଥିଲେ । ପୂର୍ବ ଅବସ୍ଥା ଅପେକ୍ଷା ଏବେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ଥିବା ଜ୍ୟୋତିଙ୍କ ବାପା କହିଛନ୍ତି । ବାପା ହିସାବରେ ପୁଅର ଏପରି ପଦକ୍ଷେପକୁ ନେଇ ସେ ଗର୍ବ ଅନୁଭବ କରିଛନ୍ତି । ତେବେ ପୁଅର ଏପରି ସାହସିକତା କାର୍ଯ୍ୟ ପାଇଁ ରାଜ୍ୟ ସରକାର, ପ୍ରଶାସନିକ ଅଧିକାରୀ କିମ୍ବା କଲେଜ କର୍ତ୍ତୃପକ୍ଷ କେହି ପଚାରିଲେନାହିଁ ବୋଲି ତାଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ରାଜ୍ୟ ସରକାର କୌଣସି ଆର୍ଥିକ ସହାୟତା କରିଲେ ନାହିଁ ବୋଲି ବାପା ଅଭିଯୋଗ କରିଛନ୍ତି। ଜ୍ୟୋତିଙ୍କ ଶରୀରର ୧୫ ଭାଗ ପୋଡ଼ି ହୋଇ ଯାଇଥିବା ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି । ନିଆଁ ସଂସ୍ପର୍ଶରେ ଆସି ତାଙ୍କ ବେକ, ମୁହଁ ଓ ଛାତିର କିଛି ଅଂଶ ପୋଡ଼ି ହୋଇ ଯାଇଥିବାରୁ ଶ୍ଵାସନଳୀ ଓ ଫୁସ୍ଫୁସ୍ ପ୍ରଭାବିତ ହୋଇଥିବାର ଆଶଙ୍କା ରହିଛି । ତେଣୁ ଫୁସଫୁସ୍ ସଂକ୍ରମଣ ଆଶଙ୍କାକୁ ଏଡ଼ାଇବା ପାଇଁ ଜ୍ୟୋତିଙ୍କୁ ପ୍ଲାଷ୍ଟିକ୍ ସର୍ଜରୀ ବିଭାଗର ବର୍ଣ୍ଣ ୟୁନିଟ୍ ଆଇସିୟୁରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । ଫୁସଫୁସ୍ ସଂକ୍ରମଣ ହେଲେ ଅଧିକ କ୍ଷତି ହେବାର ଆଶଙ୍କା ଥିବାରୁ ଡାକ୍ତରୀ ଟିମ୍ ସ୍ଵତନ୍ତ୍ର ବ୍ୟବସ୍ଥାରେ ତାଙ୍କୁ ଚିକିତ୍ସା କରୁଛନ୍ତି । ବିଭାଗୀୟ ଡାକ୍ତର ଓ କର୍ମଚାରୀମାନେ ନିୟମିତ ବ୍ୟବଧାନରେ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରୁଛନ୍ତି । ଏବେ ଜ୍ୟୋତିର ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି । ତାଙ୍କର ଆଗାମୀ ୮ରୁ ୧୦ ଦିନ ମଧ୍ୟରେ ରିକଭରି ହୋଇଯିବ। ଜ୍ୟୋତିର ଖାଇବା ପିଇବା ମଧ୍ୟ ଠିକ ଭାବରେ କରି ପାରୁଛନ୍ତି ବୋଲି ପ୍ଲାଷ୍ଟିକ ସର୍ଜରୀ ବିଭାଗର ବିଭାଗୀୟ ମୁଖ୍ୟ ବିଭୁତି ଭୂଷଣ ନାୟକ ସୂଚନା ଦେଇଛନ୍ତି । ଜ୍ୟୋତିଙ୍କ ସହ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କଥା ହୋଇଛନ୍ତି । ଏସିବି ମେଡିକାଲର ବର୍ଣ୍ଣ ୟୁନିଟରେ ଚିକିତ୍ସିତ ହେଉଛନ୍ତି । ତାଙ୍କ ମା’ଙ୍କ ସହିତ ଫୋନ ଯୋଗେ କଥା ହୋଇ ଜ୍ୟୋତି ପ୍ରକାଶଙ୍କ ସାସ୍ଥ୍ୟବସ୍ଥା ପଚାରି ବୁଝିବା ସହ ବ୍ୟସ୍ତ ନହେବା ପାଇଁ ସାତ୍ତ୍ବନା ଦେଇଛି । ତାଙ୍କୁ ଉତ୍ତମ ଚିକିତ୍ସା ସୁବିଧା ଯୋଗାଇଦେବା ପାଇଁ ସରକାର ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରୁଛନ୍ତି । ଏଥିପ୍ରତି ବିଶେଷ ଧ୍ୟାନ ଦେବା ନିମନ୍ତେ ବର୍ଣ୍ଣ ୟୁନିଟର ଡାକ୍ତରୀ ଦଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ମହାପ୍ରଭୁଙ୍କ ନିକଟରେ ତାଙ୍କର ଆଶୁ ଆରୋଗ୍ୟ କାମନା କରୁଛି ବୋଲି ସୋସିଆଲ ମିଡିଆ ଏକ୍ସରେ ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ମହାଲିଙ୍ଗ ଲେଖିଛନ୍ତି । Post navigation ସମ୍ୱଲପୁରରେ ଛାତ୍ରୀଙ୍କୁ ନିର୍ଯ୍ୟାତନା: ଅଧ୍ୟାପକ ଗିରଫ କଟକ SCBରେ ଆହତ ଜ୍ୟୋତିପ୍ରକାଶ ବିଶ୍ୱାଳଙ୍କୁ ଭେଟିଲା କ୍ରାଇମବ୍ରାଞ୍ଚ ଟିମ୍