junior mining officer suspended on charges of sand smuggling
ବାଲି ଚୋରା ଚାଲାଣରେ ସମ୍ପୃକ୍ତ ଅଭିଯୋଗରେ ଆସିକା ଜୁନିଅର ମାଇନିଙ୍ଗ ଅଫିସର ପ୍ରବୀଣ କୁମାର ରଥଙ୍କୁ ନିଲମ୍ବନ କରାଯାଇଛି । ରାଜ୍ୟ ସରକାରଙ୍କ ଇସ୍ପାତ ଏବଂ ଖଣି ବିଭାଗର ନିର୍ଦ୍ଦେଶ ଅନୁଯାୟୀ, ନିଲମ୍ବନ ଅବଧି ମଧ୍ୟରେ, ପ୍ରବୀଣ କୁମାର ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ଅନୁମତି ବିନା ମୁଖ୍ୟାଳୟ ଯାଇପାରିବେ ନାହିଁ ।
 
ଲଘୁ ଖଣିଜ ଦ୍ରବ୍ୟର ସୁରକ୍ଷା ଓ ଚୋରା ଚାଲାଣ ରୋକିବା ପାଇଁ ରାଜ୍ୟ ସରକାର ପ୍ରତିଶୃତିବଦ୍ଧ ବୋଲି ବାଣିଜ୍ୟ ଓ ପରିବହନ, ଖଣୀ ଓ ଇସ୍ପାତ ମନ୍ତ୍ରୀ ବିଭୁତି ଭୂଷଣ ଜେନା କହିଛନ୍ତି ।
 
ବେଆଇନ କାରବାରରେ ସମ୍ପୃକ୍ତ ବ୍ୟକ୍ତି ଯିଏ କେହି ବି ହେଉ ସେମାନଙ୍କ ବିରୁଦ୍ଧରେ ଆଇନ ଅନୁସାରେ ରାଜ୍ୟ ସରକାର ଦ୍ୱାରା ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ବୋଲି ମନ୍ତ୍ରୀ କହିଛନ୍ତି ।
junior mining officer suspended on charges of sand smuggling
 

By Nirvay

Leave a Reply

Your email address will not be published. Required fields are marked *