ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ। ବରଗଡ଼ ଡ଼ାଙ୍ଗବାହାଲ ପଞ୍ଚାୟତ ଗାଇସିଲଟ୍ ବ୍ଲକ୍ର କନିଷ୍ଠ ଯନ୍ତ୍ରୀ ସୁସ୍ମିତା ଓରାମ। ୮ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଛନ୍ତି। ଏହାପରେ ଭିଜିଲାନ୍ସ କନିଷ୍ଠ ଯନ୍ତ୍ରୀଙ୍କ ଘରେ ଏବଂ ଅଫିସ ଉପରେ ଚଢ଼ାଉ ଜାରି ରଖିଛି। ସୂଚନା ଯୋଗ୍ୟ, ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ଡ଼ାଙ୍ଗବାହାଲ ପଞ୍ଚାୟତ କନିଷ୍ଠ ଯନ୍ତ୍ରୀ ସୁସ୍ମିତା ଓରାମ ମନରେଗା ବିଲ୍ କରିବା ପାଇଁ ଲାଞ୍ଚ ନେଉଥିଲେ। ବିଶେଷ ସୂତ୍ରରୁ ଖବର ପାଇ ୮ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ଟିମ୍ ଚଢ଼ାଉ କରିଥିଲା। ଏହାପରେ କନିଷ୍ଠ ଯନ୍ତ୍ରୀଙ୍କ ଘରେ ଏବଂ ଅଫିସ ଉପରେ ଚଢ଼ାଉ ଜାରି ରଖିଛି ଭିଜିଲାନ୍ସ। ତେବେ ପୂର୍ବତନ ସରପଞ୍ଚଙ୍କ ଠାରୁ ଲାଞ୍ଚ ନେଉଥିଲେ ସୂଚନା ମିଳିଛି। Post navigation କେବଳ ଲମ୍ବା ଭାଷଣ, ବଡ ବଡ Advertisement ରେ ବିକାଶ ଆସେ ନାହିଁ: ନବୀନ ପଟ୍ଟନାୟକ ରାଜ୍ୟ ସରକାରଙ୍କ ଏକ ବର୍ଷ ପୂରଣ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ପ୍ରେସ ବିବୃତ୍ତି; ଏକ ବର୍ଷ ମଧ୍ୟରେ କ’ଣ କ’ଣ ପ୍ରତିଶ୍ରୁତି ପୂରଣ ହୋଇଛି ଜାଣନ୍ତୁ