ୱାନ୍ ନେସନ୍ ୱାନ୍ ଇଲେକ୍ସନ୍ ବିଲ୍ ଜେପିସିରେ ସାମିଲ୍ ହେଲେ ବୈଜୟନ୍ତ ପଣ୍ଡା । ୱାନ୍ ନେସନ୍ ୱାନ୍ ଇଲେକ୍ସନ୍ ବିଲ୍ ଉପରେ ଆଲୋଚନା ଗଠନ ହୋଇଥିବା ଯୁଗ୍ମ ସଂସଦୀୟ କମିଟି(ଜେପିସି)ରେ ଆଉ ୮ ଜଣ ସଦସ୍ୟଙ୍କ ନାମ ଯୋଡ଼ା ଯାଇଛି । ଲୋକସଭାର ୬ ଏବଂ ରାଜ୍ୟସଭାର ୨ ସଦସ୍ୟଙ୍କୁ ସାମିଲ କରାଯାଇଛି । ଫଳରେ ପୂର୍ବରୁ ଏହି କମିଟିରେ ୩୧ ଜଣ ସଦସ୍ୟ ରହିଥିବାବେଳେ ତାହା ୩୯କୁ ବୃଦ୍ଧି ପାଇଛି । ଜେପିସିରେ ଲୋକସଭାର ୨୭ ଓ ରାଜ୍ୟସଭାର ୧୨ ସାଂସଦ ସାମିଲ ହୋଇଛନ୍ତି । ଏଥିରେ କେନ୍ଦ୍ରାପଡ଼ା ବିଜେପି ସାଂସଦ ବୈଜୟନ୍ତ ପଣ୍ଡାହଙ୍କ ନାମ ମଧ୍ୟ ସାମିଲ ହୋଇଛି । ପୂର୍ବରୁ ଜେପିସିରେ କଟକ ସାଂସଦ ଭର୍ତ୍ତୃହରି ମହତାବ ଓ ପୁରୀର ସାଂସଦ ଡ. ସମ୍ବିତ ପାତ୍ର ରହିଛନ୍ତି । Post navigation ଆଜିଠୁ ରାଜ୍ୟରେ ବର୍ଷା ସମ୍ଭାବନା ନାବାଳିକାଙ୍କୁ ରାସ୍ତାରୁ ଉଠାଇ ନେଇ ଗଣଦୁଷ୍କର୍ମ