jp-nadda-inaugurates-bjp-training-camp in puri
ଆଜି ରାଜ୍ୟର ବିଜେପି ସରକାରକୁ ୧୦ ମାସ ପୂରୁଛି । ଏହି ଅବସରରେ ପୁରୀରେ ଆରମ୍ଭ ହୋଇଛି ବିଧାୟକ ଓ ସାଂସଦ ପ୍ରଶିକ୍ଷଣ ଶିବିର । ଏହାକୁ ଭାରତୀୟ ଜନତା ପାର୍ଟି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେ.ପି. ନଡ୍ଡା ଉଦଘାଟନ କରିଛନ୍ତି ।
 
ଏହି ଅବସରରେ ଦଳର ପଦାଧିକାରୀ ଏବଂ ସମସ୍ତ ମନ୍ତ୍ରୀ, ବିଧାୟକ ଓ ସାଂସଦମାନେ ସଭାରେ ଉପସ୍ଥିତ ଅଛନ୍ତି । ଏଥିରେ ୩ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ ଓ ଜୁଏଲ ଓରାମ, ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଦୁଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ କନକବର୍ଦ୍ଧନ ସିଂହଦେଓ ଓ ବିଜେପିର ରାଷ୍ଟ୍ରୀୟ ସାଧାରଣ ସଂପାଦକ ବିଏଲ ସନ୍ତୋଷ ମଧ୍ୟ ବୈଠକରେ ଯୋଗ ଦେଇଛନ୍ତି ।
 
ପୁରୀ କୋଣାର୍କ ରୋଡ ସ୍ଥିତ ସ୍ୱାମୀ ନାରାୟଣ ମନ୍ଦିର ପରିସରରେ ବିଜେପିର ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେଉଛି ।

By Nirvay

Leave a Reply

Your email address will not be published. Required fields are marked *