ସାମ୍ବାଦିକଙ୍କ ପାଇଁ ହଟିଲା କଟକଣା । ଲୋକସଭା ଭବନରେ ପ୍ରବେଶ କରିବା ପାଇଁ ସାମ୍ବାଦିକଙ୍କୁ ମିଳିଲା ଅନୁମତି । ସ୍ବୀକୃତି ଓ ଅଣସ୍ବୀକୃତିପ୍ରାପ୍ତ ସାମ୍ବାଦିକଙ୍କୁ ଅନୁମତି ମିଳିଛି । ଏନେଇ ଆଜି ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଟିଭି ଓ ଖବରକାଗଜର ଜଣେ ଲେଖାଏଁ ସାମ୍ବାଦିକଙ୍କୁ ଅନୁମତି ମିଳିଛି । କୋଭିଡ ପାଇଁ ପ୍ରବେଶ ଉପରେ ଥିଲା କଟକଣା ଏବେ ଏହାକୁ ଉଠାଇ ଦିଆଯାଇଛି ।

ବିଜ୍ଞପ୍ତି ଅନୁସାରେ, ଲୋକସେବା ଭବନରେ ପ୍ରବେଶ କରିବାକୁ ଇଚ୍ଛୁକ ଥିବା ସାମ୍ବାଦିକ ନିଜ ଆଧାର କାର୍ଡ ଦେବେ, ସଂସ୍ଥାର ପରିଚୟପତ୍ର ମଧ୍ୟ ଦେବେ । ତେବେ ଗୋଟିଏ ସଂଗଠନର ଜଣେ କ୍ୟାମେରା ମ୍ୟାନ ଓ ଜଣେ ରିପୋର୍ଟରଙ୍କୁ ଲୋକସେବା ଭବନକୁ ପ୍ରବେଶ କରିବା ପାଇଁ ଅନୁମତି ମିଳିବ ।  ଉଭୟ ସ୍ୱୀକୃତିପ୍ରାପ୍ତ ଓ ଅଣସ୍ୱୀକୃତିପ୍ରାପ୍ତ ସାମ୍ବାଦିକଙ୍କୁ ପ୍ରବେଶ ଅନୁମତି ମିଳିଛି । ଏହି ବିଜ୍ଞପ୍ତିଟି ଗତ ୨୬ ତାରିଖରେ ଜାରି ହୋଇଥିବା ଦେଖିବାକୁ ମିଳିଛି ।

ସୂଚନାଯୋଗ୍ୟ; କୋରୋନ ପରଠୁ ଦୀର୍ଘଦିନ ଧରି ସାମ୍ବାଦିକଙ୍କୁ ଲୋକସଭା ଭବନରେ ପ୍ରବେଶ ଉପରେ କଟକଣା ଲାଗିରହିଥିବା। କିନ୍ତୁ ନୂଆ ସରକାରରେ ଏହି ପ୍ରତିବନ୍ଧକ ଉଠାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା । ଆଜି ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।

Leave a Reply

Your email address will not be published. Required fields are marked *