ଏବେ ବଦଳିଛି କଳିଙ୍ଗ ଷ୍ଟାଡିୟମର ରୂପରେଖ। ଲଗାତର ଅନ୍ତର୍ଜାତୀୟ ମ୍ୟାଚ ଆୟୋଜନ ଦ୍ୱାରା ଦେଶ ବିଦେଶରେ ପରିଚୟ ପାଇଛି। ଦୁଇ ଦୁଇ ଥର ହକି ଆୟୋଜନ କରି ବିଶ୍ୱପ୍ରସିଦ୍ଧ ହୋଇଛି। ଏହାଦ୍ୱାରା ଓଡ଼ିଶାକୁ ମଧ୍ୟ ମିଳିଛି କ୍ରୀଡ଼ା ରାଜଧାନୀର ମାନ୍ୟତା। ଏହା ମଧ୍ୟରେ ଆଉ ଏକ ଖୁସି ଖବର ଆସିଛି ଯେ ସାମ୍ବାଦିକମାନେ ଯେକୌଣସି ସମୟରେ କଳିଙ୍ଗ ଷ୍ଟାଡିୟମ ବିତରକୁ ପ୍ରବେଶ କରିପାରିବେ।

ପୂର୍ବରୁ କେବଳ ବଡ଼ ବଡ଼ ଇଭେଣ୍ଟ ଅଥବା କୌଣସି କାର୍ଯ୍ୟକ୍ରମ ସମୟରେ ହିଁ ସାମ୍ବାଦିକମାନଙ୍କୁ ଷ୍ଟାଡିୟମ ଭିତରକୁ ଯିବାକୁ ଅନୁମତି ଥିଲା। ହେଲେ ଏବେ ସାମ୍ବାଦିକମାନେ ପରିଚୟପତ୍ର ଦେଖାଇ ପ୍ରବେଶ କରିପାରିବେ ବୋଲି ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ କୁହାଯାଇଛି ।

କଳିଙ୍ଗ ଷ୍ଟାଡିୟମରେ ମଧ୍ୟରେ କ୍ରୀଡ଼ା ସମ୍ବନ୍ଧୀୟ ଅଧିକ ସୂଚନା ପାଇଁ ବିଭାଗ ସବୁବେଳେ ପ୍ରସ୍ତୁତ ରହିଛି। ସାମ୍ବାଦିକମାନେ ବିଭାଗ ସହ ଯୋଗାଯୋଗ କରିବା ସହିତ ପରିଚୟ ପତ୍ର ମାଧ୍ୟମରେ ୩ ନଂ ଗେଟ୍ ମାଧ୍ୟମରେ ପ୍ରବେଶ କରିପାରିବେ ବୋଲି କୁହାଯାଇଛି ।

ରାଜ୍ୟରେ ନୂଆ ସରକାର ଆସିବା ପରେ ପ୍ରଥମେ ଲୋକସେବା ଭବନକୁ ୪ ବର୍ଷ ପରେ ସାମ୍ବାଦିକମାନଙ୍କୁ ପ୍ରବେଶ ଅନୁମତି ମିଳିଥିବା ବେଳେ ଏବେ କଳିଙ୍ଗ ଷ୍ଟାଡିୟମକୁ ପ୍ରବେଶ କରିବା ମଧ୍ୟ ସହଜ ହୋଇଛି। ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ସାମ୍ବାଦିକ ମହଲରେ ସ୍ୱାଗତ କରାଯାଇଛି।

Leave a Reply

Your email address will not be published. Required fields are marked *