ଭୁବନେଶ୍ବରରେ ମହିଳା ସାମ୍ବାଦିକା ମଧୁମିତାଙ୍କ ଆତ୍ମହତ୍ୟା ଘଟଣାର ଭୁବନେଶ୍ବରରେ ମହିଳା ସାମ୍ବାଦିକା ମଧୁମିତାଙ୍କ ଆତ୍ମହତ୍ୟା ଘଟଣାରେ ତଥ୍ୟ ନେଲେ ବାୟୁସେନା ଅଧିକାରୀ। ମଧୁମିତାଙ୍କ ସ୍ବାମୀ ତଥା ଗିରଫ ଅଭିଯୁକ୍ତ ଶ୍ରୀଧର ଜେନାଙ୍କ କେସ୍ ସମ୍ପର୍କିତ ତଥ୍ୟ ନେଇଛନ୍ତି ବାୟୁସେନା । ଶ୍ରୀଧର ବାୟୁସେନାରେ ଚାକିରି କରିଥିବାରୁ ତାଙ୍କୁ ଗିରଫ କରାଯିବା ପରେ ବାୟୁସେନା ପକ୍ଷରୁ ଶ୍ରୀଧର ଏବଂ ଏହି ମାମଲା ବିଷୟରେ ତଥ୍ୟ ନେଇଛନ୍ତି। ବାୟୁସେନା ଅଧିକାରୀ ଭୁବନେଶ୍ଵର କମିଶନରେଟ ପୁଲିସଠାରୁ ଏ ସମ୍ପର୍କିତ ତଥ୍ୟ ନେଇଛନ୍ତି ବୋଲି ଡିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି।

ଅନ୍ୟପଟେ ଶ୍ରୀଧରଙ୍କ ଫୋନ୍‌ ଫରେନ୍‌ସିକ୍‌ ଲ୍ୟାବ୍‌କୁ ପଠାଯିବ ବୋଲି କମିଶନରେଟ୍‌ ପୋଲିସ କହିଛି। ରିପୋଟ୍ ଆସିଲା ପରେ ଶ୍ରୀଧରଙ୍କ କେତେ ଝିଅଙ୍କ ସହ ସମ୍ପର୍କ ଥିଲା ତାହା ନେଇ ସ୍ପଷ୍ଟ ହେବ।

Leave a Reply

Your email address will not be published. Required fields are marked *