ଚତୁର୍ଥ ସ୍ତମ୍ଭ କୁହାଯାଉଥିବା ଗଣମାଧ୍ୟମ ଫେରିପାଇଲା ସ୍ୱାଧୀନତା। ୪ ବର୍ଷ ପରେ ସାମ୍ବାଦିକଙ୍କ ପାଇଁ ଖୋଲିଲା ଲୋକସେବା ଭବନ। ନୂଆ ସରକାର ଶପଥ ନେବାର କିଛି ସମୟ ମଧ୍ୟରେ ନେଇଛି ଏକ ବଡ଼ ନିଷ୍ପତ୍ତି । ସାମ୍ବାଦିକଙ୍କ ପାଇଁ ଲୋକସେବା ଭବନ ଖୋଲିଲେ ନୂଆ ସରକାର। ଦୀର୍ଘ ୪ ବର୍ଷ ପରେ ଲୋକସେବା ଭବନକୁ ଗଲେ ଗଣମାଧ୍ୟମ ପ୍ରତିନିଧି। ୨୦୨୦ ମାର୍ଚ୍ଚ ମାସଠାରୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ଲୋକସେବା ଭବନକୁ ପ୍ରବେଶ ମନା ଥିଲା । କୋଭିଡ୍‌-୧୯ ଆଳରେ ପୂର୍ବ ସରକାର ଏହି କଟକଣା ଲଗାଇଥିଲେ। କିନ୍ତୁ ନୂଆ ସରକାର ଶପଥ ନେବାର କିଛି ସମୟ ମଧ୍ୟରେ ହିଁ ସାମ୍ବାଦିକଙ୍କୁ ମିଳିଛି ଲୋକସେବା ଭବନ ପାଇଁ ପ୍ରବେଶ ଅନୁମତି ।

ଲୋକସେବା ଭବନକୁ ପ୍ରବେଶ ଅନୁମତି ମିଳିବା ପରେ ଶହ ଶହ ସାମ୍ବାଦିକ ଖୁସିମନରେ ଲୋକସେବା ଭବନ ଅଭିମୁଖେ ବାହାରିପଡିଛନ୍ତି। ପୂର୍ବ ସରକାରରେ ସାମ୍ବାଦିକଙ୍କ ପାଇଁ ଲୋକସେବା ଭବନ ବନ୍ଦ କରାଯାଇଥିବାବେଳେ ବିଜେପି ତା’ର ନିର୍ବାଚନୀ ଇସ୍ତାହାରରେ ସରକାରକୁ ଆସିଲେ ତୁରନ୍ତ ଲୋକସେବା ଭବନ ସାମ୍ବାଦିକଙ୍କ ପାଇଁ ଖୋଲା ହେବ ବୋଲି ପ୍ରତିଶୃତି ଦେଇଥିଲା । ଯାହାକି ସରକାର ଗଠନ ହେବାର ଗୋଟିଏ ଘଣ୍ଟା ମଧ୍ୟରେ କାର୍ୟ୍ୟକାରୀ କରାଯାଇଛି ।

ଲୋକସେବା ଭବନକୁ ଏକ ବସ୍‌ ଯୋଗେ ସାମ୍ୱାଦିକଙ୍କୁ ସମ୍ମାନର ସହିତ ନିଆଗଲା । ଲୋକସେବା ଭବନରେ ଗଣମାଧ୍ୟମ ପ୍ରତିନିଧି ପ୍ରବେଶ ପରେ ଉତ୍ସାହିତ ଅଛନ୍ତି । ନୂଆ ବିଜେପି ସରକାରଙ୍କ ଏହି ଉଦ୍ୟମକୁ ସାମ୍ୱାଦିକ ମହଲରେ ପ୍ରଶଂସା କରାଯାଇଛି।

Leave a Reply

Your email address will not be published. Required fields are marked *