ପହଲଗାମ ଆତଙ୍କୀ ହମଲାରେ ସମ୍ପୃକ୍ତ ଆତଙ୍କୀଙ୍କ ପୋଷ୍ଟର ଜାରି । ୩ ପାକିସ୍ତାନୀ ଆତଙ୍କୀଙ୍କ ପୋଷ୍ଟର ଜାରି କଲା ସୁରକ୍ଷା ଏଜେନ୍ସି। ଜମ୍ମୁ କାଶ୍ମୀର ସୋପିଆନ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ୩ ଜଣ ଆତଙ୍କବାଦୀଙ୍କ ଫଟୋ ଜାରି କରାଯାଇଛି । ଯେଉଁମାନେ ଆତଙ୍କବାଦୀଙ୍କ ବିଷୟରେ ଅଧିକାରୀଙ୍କୁ ସୂଚନା ଦେବେ ସେମାନଙ୍କୁ ୨୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ ନେଇ ସୂଚନା ମିଳିଛି । ଏହା ସହିତ ସେମାନଙ୍କ ପରିଚୟକୁ ସମ୍ପୂର୍ଣ୍ଣ ଗୋପନୀୟ ରଖାଯିବ ବୋଲି କୁହାଯାଇଛି ।

ସୂଚନା ଯୋଗ୍ୟ; ଜମ୍ମୁ କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କୀ ଆକ୍ରମଣରେ ୨ ଜଣ ପାକିସ୍ତାନୀ ଏବଂ ଜଣେ ସ୍ଥାନୀୟ ଆତଙ୍କବାଦୀ ସମ୍ପୃକ୍ତି ଥିବା ଗୁଇନ୍ଦା ବିଭାଗ ତଦନ୍ତରୁ ସ୍ପଷ୍ଟ କରିଛି । ପ୍ରଥମେ ତିନି ଜଣଙ୍କ ସ୍କେଚ୍ ଜାରି କରିଥିଲା । ଏବେ ସେମାନଙ୍କ ଫଟୋ ଜାରି କରାଯାଇଛି ।

Leave a Reply

Your email address will not be published. Required fields are marked *