୮୬ ବର୍ଷ ବୟସରେ ସବୁଦିନ ପାଇଁ ଆଖି ବୁଜି ଦେଇଛନ୍ତି ବିଶିଷ୍ଟ ଶିଳ୍ପପତି ରତନ ଟାଟା । ଆଜି ରାଜକୀୟ ସମ୍ମାନ ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ । ଅନ୍ୟପଟେ ବିଶିଷ୍ଟ ଶିଳ୍ପପତି ରତନ ଟାଟାଙ୍କ ପରଲୋକରେ ଦିନିକିଆ ଶୋକ । ଦିନିକିଆ ଶୋକ ଘୋଷଣା କଲେ ଝାଡ଼ଖଣ୍ଡ ଓ ମହାରାଷ୍ଟ୍ର ସରକାର । ଝାଡ଼ଖଣ୍ଡ ସରକାରଙ୍କ ପକ୍ଷରୁ ଦିନିକିଆ ଛୁଟି ଘୋଷଣା ହୋଇଛି। ଆଜି ସମସ୍ତ ସ୍କୁଲ କଲେଜ ବନ୍ଦ ରଖାଯାଇଛି। ତାଙ୍କ ବିୟୋରେ ସାରା ଦେଶରେ ଶୋକର ଛାୟା ଖେଳିଯାଇଛି । ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ‘ଏକ୍ସ’ରେ ଏକ ପୋଷ୍ଟ ଶେୟାର କରି ସେ ଲେଖିଛନ୍ତି, ‘ଝାଡ଼ଖଣ୍ଡ ଭଳି ପଛୁଆ ରାଜ୍ୟକୁ ବିଶ୍ୱରେ ପରିଚୟ ଦେଇଥିବା ଟାଟା ଗ୍ରୁପର ପୂର୍ବତନ ଚେୟାରମ୍ୟାନ୍ ଏବଂ ପଦ୍ମଭୂଷଣ ଶ୍ରୀ ରତନ ଟାଟା ଜୀଙ୍କ ନିଧନରେ ରାଜ୍ୟରେ ଦିନିକିଆ ଶୋକ ଘୋଷଣା କରାଯାଉଛି । ସେହିପରି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ  ଏକନାଥ ଶିନ୍ଦେ ଏକ ବୟାନରେ କହିଛନ୍ତି କି ଅକ୍ଟୋବର ୧୦ ତାରିଖ ଦିନ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟରେ ଜାତୀୟ ପତାକା ଅର୍ଦ୍ଧ ନମିତ ରହିବ । ଏହା ସହ ଗୁରୁବାର କୌଣସି ପ୍ରକାର ମନୋରଞ୍ଜକ କାର୍ଯ୍ୟକ୍ରମ ଉପରେ ପ୍ରତିବନ୍ଧକ ରହିଛି ।

ସୂଚନା ଯୋଗ୍ୟ; ଟାଟା ସନ୍ସର ଅଧ୍ୟକ୍ଷ ରତନ ଟାଟାଙ୍କର ବୁଧବାର ମୁମ୍ବାଇର ଏକ ହସ୍ପିଟାଲରେ ଦେହାନ୍ତ ହୋଇଛି। ସେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିଲେ ଏବଂ ଗତକାଲି ତାଙ୍କ ଦେହ ଅତ୍ୟନ୍ତ ଖରାପ ହେବାରୁ ତାକୁ ହସ୍ପିଟାଲରେ ଆଇସିୟୁରେ ଥିଲେ। ରତନ ଟାଟାଙ୍କ ବିୟୋଗ ବାବଦରେ ବିଶିଷ୍ଟ ଶିଳ୍ପପତି ହର୍ଷ ଗୋୟେଙ୍କା ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି।

 

Leave a Reply

Your email address will not be published. Required fields are marked *