ପ୍ରକାଶ ପାଇଲା ଜେଇଇ ଆଡ୍‌ଭାନ୍ସ ରେଜଲ୍ଟ ୨୦୨୫ ।jeeadv.ac.inରେ ଛାତ୍ରଛାତ୍ରୀ ପରୀକ୍ଷା ଫଳ ଦେଖିପାରିବେ । ଚଳତବର୍ଷ ପାସ୍‌ କରିଛନ୍ତି ୫୪ ହଜାର ୩୭୮ ଛାତ୍ରଛାତ୍ରୀ । ସେମାନଙ୍କ ମଧ୍ୟରୁ ଆଇଆଇଟି ଦିଲ୍ଲୀର ରଜିତ ଗୁପ୍ତା ସର୍ବଭାରତୀୟ ସ୍ତରରେ ପ୍ରଥମ ସ୍ଥାନ ଅକ୍ତିଆର କରିଛନ୍ତି । ସେ ମୋଟ ୩୬୦ରୁ ୩୩୨ ଅଙ୍କ ରଖିଛନ୍ତି ।

ଚଳିତ ବର୍ଷ ମୋଟ ୧ ଲକ୍ଷ ୮୦ ହଜାର ୪୨୨ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଳେ ସେମାନଙ୍କ ମଧ୍ୟରୁ ୫୪ ହଜାର ୩୭୮ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ତେବେ ଏଥର ୭ଟି ଆଇଆଇଟି ଜୋନ୍ ମଧ୍ୟରୁ ହାଇଦ୍ରାବାଦରେ ସର୍ବାଧିକ ପାସ୍ ହାର ରହିଛି ।

Leave a Reply

Your email address will not be published. Required fields are marked *