ଜଗନ୍ନାଥ ପ୍ରଧାନଙ୍କ ସପକ୍ଷରେ ବାହାରିଲେ ବରିଷ୍ଠ ନେତା ଜୟନାରାୟଣ ମିଶ୍ର । ବିଏମ୍‌ସି ଅତିରିକ୍ତ କମିସନର ରତ୍ନାକର ସାହୁଙ୍କୁ ହୋଇଥିବା ଆକ୍ରମଣ ମାମଲାରେ ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କ ଗିରଫଦାରିକୁ ନାପସନ୍ଦ କରିଛନ୍ତି ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର । ସେ OAS ଅଫିସରଙ୍କୁ ଟାର୍ଗେଟ କରି କହିଛନ୍ତି OAS ଅଫିସରଙ୍କ ବିଜେଡ଼ି ହ୍ୟାଙ୍ଗଓଭର ଯାଇନି । ଗୋଟିଏ ପଟେ ବନ୍ୟା ସ୍ଥତି, ରଥଯାତ୍ରା ଅଘଟଣ ବେଳେ ଧର୍ମଘଟ। କୋର୍ଟ ଗାଇଡଲାଇନ ନ ମାନି ଯେଉଁ ନାଟକ କଲେ, ଜଣାପଡ଼ୁଛି ବିଜେଡ଼ି ହ୍ୟାଙ୍ଗଓଭର ଯାଇନି ।

ସେ କହିଛନ୍ତି ଜଗା ପ୍ରଧାନଙ୍କ ନାଁରେ FIR ନାହିଁ, ସେ ସ୍ଥାନରେ ବି ସେ ନଥିଲେ । ସେ କହିଛନ୍ତି ଯେ ଜଗନ୍ନାଥ ପ୍ରଧାନ କଣ କରିଥିଲେ? ଜଗନ୍ନାଥ ପ୍ରଧାନ କଣ ସେ ଜାଗାକୁ ଯାଇଥିଲେ ? ସେ କିଛି ବି ଷଡଯନ୍ତ୍ର କରିନାହାନ୍ତି । ଅତିରିକ୍ତ କମିଶନରଙ୍କ ଚରିତ୍ର ମହିଳା ଓଏଏସ ଅଫିସର କହିସାରିଲେଣି । ବହୁତ ଅଫିସରଙ୍କର ବିଜେଡ଼ି ହ୍ୟାଙ୍ଗଓଭର ଯାଉନାହିଁ ।  ବିଜୁ ପଟ୍ଟନାୟକ କହିଥିଲେ ଯେଉଁ ଅଫିସର ଶୁଣୁନି କିମ୍ବା କାମ କରୁନି ତାକୁ ମାଡ଼ ଦିଅ । ସେ ତାଙ୍କର ଗୁରୁ, ଆମେ ତାଙ୍କ ଗୁରୁଙ୍କୁ ଅନୁକରଣ କଲୁ । ଜଗନ୍ନାଥଙ୍କ ଗିରଫଦାରିକୁ ମୁଁ ପସନ୍ଦ କରୁନି ।

ଜୟନାରାୟଣ ମିଶ୍ର ଆଉ ମଧ୍ୟ କହିଛନ୍ତି ବିଜେଡ଼ିର ଦିବ୍ୟଶଙ୍କର, ଅରୁଣ ସାହୁ, ପ୍ରତାପ ଜେନାଙ୍କ ନାଁରେ ହତ୍ୟା ଭଳି ସଙ୍ଗିନ ଅଭିଯୋଗ ଥିଲେ ବି ଗିରଫ କରାଯାଇଥିଲା କି ? ଯେଉଁ ଅଫିସର ଲୋକଙ୍କ ସହ ନ ରହିବେ, ଲୋକେ ରାଗିବା ସ୍ବାଭାବିକ ବୋଲ ପ୍ରଶ୍ନ କହିଛନ୍ତି ଜୟନାରାୟଣ ମିଶ୍ର ।

Leave a Reply

Your email address will not be published. Required fields are marked *