ରାଜେନ୍ଦ୍ର ଢୋଲକିଆ ମେଡିକାଲରେ ଥିଲା ବେଳେ ଆସିନଥିଲେ ନବୀନ। ଏବେ ଭୋଟ୍ ପାଇଁ ଆସିଛନ୍ତି ନୂଆପଡ଼ା। ଆଜି କିଛି ଏଭଳି ଭାବେ ସିଧା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ କଡ଼ା ସମାଲୋଚନା କରିଛନ୍ତି ପୂର୍ବତନ ବିଜେଡ଼ି ନେତା ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ। ଗତକାଲି ନବୀନ ପଟ୍ଟନାୟକ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବାକୁ ଆସିବା ପରେ ଆଜି ଜୟ କହିଛନ୍ତି ସାରା ଜୀବନ ଗୋଟିଏ ଦଳ ପାଇଁ ସମର୍ପିତ ଥିବା ବାପାଙ୍କୁ ଶେଷ ମୁହୁର୍ତ୍ତରେ କେହି ପଚାରିଲେ ନାହିଁ । ନବୀନ ବାପା ତୁଲ୍ୟ । ତେଣୁ ତାଙ୍କ ରଣନୀତି ଉପରେ ପଦୁଟିଏ ବି କହିବେ ନାହିଁ । ଦଳର ସଭାପତି ମାସକ ପରେ ଭୋଟ୍ ମାଗିବାକୁ ଆସୁଛନ୍ତି, କିନ୍ତୁ ଏକାଦଶରେ ଶ୍ରଦ୍ଧାଞ୍ଜଳି ଦେବାକୁ ଆସିଲେ ନାହିଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଶେଷ ମୁହୁର୍ତ୍ତରେ ସଭାପତି ଦେଖା କରିବା ତ ଦୂରର କଥା ଥରେ ଫୋନ କରି ମଧ୍ୟ ପଚାରିଲେ ନାହିଁ । କିନ୍ତୁ ଏବେ ମାତ୍ର ଏକ ମାସ ପରେ ନିର୍ବାଚନରେ ଭୋଟ୍ ମାଗିବାକୁ ଆସୁଛନ୍ତି । ସେହିପରି ତାଙ୍କୁ ଖରାପ ପୁଅର ସାର୍ଟିଫିକେଟ୍ ଦେବାକୁ ବିଜେଡ଼ି କିଏ । ପରିବାରରେ ତାଙ୍କୁ ଆଜି କେହି କିଛି କହିନାହାଁନ୍ତି । ତେଣୁ ବିଜେଡ଼ି କଣ କହୁଛି, ସେଥିପ୍ରତି ସେ ଭ୍ରୁକ୍ଷେପ କରି ନାହାଁନ୍ତି । Post navigation IT raids: ଉତ୍କଳ ବିଲ୍ଡରସ୍ ଉପରେ ଆୟକର ଚଢ଼ାଉ Nuapada Bypoll: ନବୀନଙ୍କ ୨୪ ବର୍ଷର ବିଶ୍ୱାସଘାତର ଜବାବ ଦେବେ ନୂଆପଡ଼ାବାସୀ: ପ୍ରଭାତୀ ପରିଡ଼ା