ରାଜ୍ୟ ବିଜେପି କାର୍ଯ୍ୟାଳୟରେ ନୂଆପଡ଼ା ବିଧାନସଭାର ଉପନିର୍ବାଚନରେ ବିଜୟୀ ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଜୟଙ୍କୁ ସ୍ୱାଗତ ଜଣାଇଛନ୍ତି । ଜୟଙ୍କ ମାଆ କଳ୍ପନା ଢୋଲକିଆ ଏହି ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଏଥିରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ନୂଆପଡ଼ାରେ ନୂଆ ଇତିହାସ ସୃଷ୍ଟି ହୋଇଛି । ଏହି ବିଜୟ ପାଇଁ ସେ ନୂଆପଡ଼ାବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ନୂଆପଡ଼ାବାସୀ ବିଜେପି ଉପରେ ଭରସା କରିଛନ୍ତି । ନୂଆପଡ଼ାରେ ଏଥର ବିକାଶ ହେବ । ଆମ ସରକାର ୧୧୦୧ କୋଟି ଟଙ୍କାର ପ୍ରକଳ୍ପ ଲାଗି ଘୋଷଣା କରିଛନ୍ତି । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ନେତୃତ୍ବରେ ବିଜେପିର କାର୍ଯ୍ୟକର୍ତ୍ତାମାନେ ଅକ୍ଳାନ୍ତ ପରିଶ୍ରମ କରି ବିଜେପିକୁ ବିପୁଳ ବିଜୟ ଆଣିଥିବାରୁ ସେମାନେଙ୍କ ପାଖରେ କୃତଜ୍ଞ । ଦଳ ପରିବର୍ତ୍ତନ କ’ଣ ବେଇମାନ ବୋଲି ବିଜୟ ଉତ୍ସବରେ ନବୀନଙ୍କୁ ଟାର୍ଗେଟ୍ କରି ମୁଖ୍ୟମନ୍ତ୍ରୀ ପ୍ରଶ୍ନ କରିଛନ୍ତି । ବେଇମାନ କହିଥିବାରୁ ଉପନିର୍ବାଚନରେ ନୂଆପଡ଼ାବାସୀ ଉଚିତ୍ ଜବାବ ଦେଲେ ବୋଲି ସେ କହିଛନ୍ତି । ସମସ୍ତଙ୍କ ପରିଶ୍ରମରୁ ଏହି ବଡ଼ ସଫଳତା ମିଳିଛି ବୋଲି ମନମୋହନ ସାମଲ କହିଛନ୍ତି । ବିଜୟ ଉତ୍ସବରେ ନୂଆପଡ଼ାବାସୀଙ୍କୁ ଜୟ ଢୋଲକିଆ ଧନ୍ୟବାଦ ଜଣାଇଛନ୍ତି । ଏହି ବିଜୟ ନୂଆପଡ଼ାବାସୀ ଓ ବିକାଶର ବିଜୟ ବୋଲି ଢୋଲକିଆ କହିଛନ୍ତି । Post navigation BJP Wins Nuapada Bypoll: ବିଶ୍ୱାସ ଓ ବିକାଶ ହିଁ ପ୍ରଗତିର ନନ୍ଦିଘୋଷ: ମୁଖ୍ୟମନ୍ତ୍ରୀ ମୋହନ ମାଝୀ