ସାରା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାବେଳେ ରାଜ୍ୟରେ କରୋନା ସମେତ ଜଣ୍ଡିସ୍ ଆତଙ୍କ ବଢ଼ିବାରେ ଲାଗିଛି । ମୟୂରଭଞ୍ଜ ଜିଲ୍ଲା ଉଦଳାର ପରିଛିପୁରରେ ଜଣ୍ଡିସ୍ ଆତଙ୍କ ବଢ଼ିବାରେ ଲାଗିଛି। ଜଣ୍ଡିସରେ ୧୫ରୁ ଉର୍ଦ୍ଧ୍ବ ଲୋକ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ଏହା ଖବର ପାଇଁ ଗାଁର ସ୍ଥିତି ଅନୁଧ୍ୟାନ କରିବା ପାଇଁ ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ ଟିମ୍ ପହଞ୍ଚିଛି । ଜଣ୍ଡିସ୍ କେଉଁ କାରଣରୁ ବ୍ୟାପୁଛି ତାହାକୁ ନେଇ ସମୀକ୍ଷା କରିବ ଟିମ୍ । ଜଣ୍ଡିସ୍ ସାଧାରଣତଃ ଦୂଷିତ ପାଣି ପିଇବା ଦ୍ୱାରା ବ୍ୟାପିଥାଏ । ସେଥିପାଇଁ ଗାଁର ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ ଟିମ୍ କୂଅ ପୋଖରୀ, ପାଇପ ପାଣିର ମଧ୍ୟ ନମୁନା ସଂଗ୍ରହ କରିବେ । ଲୋକେ ପିଉଥିବା ପାଣି କେତେ ଦୂଷିତ ତାର ଯାଞ୍ଚ ମଧ୍ୟ କରିବେ ବୋଲି ଜଣାପଡିଛି । Post navigation ଉଦଘାଟିତ ହେଲା ବିଶ୍ୱର ସର୍ବୋଚ୍ଚ ସେତୁ ଚେନାବ ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ଭାବେ ମିଳୁଥିବା ସମ୍ମାନ ନିମାପଡ଼ା-ଗୋପବାସୀଙ୍କର : ପ୍ରଭାତୀ ପରିଡ଼ା