ଖୋର୍ଦ୍ଧା ଜିଲ୍ଲା ଗୁରୁଜଙ୍ଗସ୍ଥିତ ପିଏମ୍ଶ୍ରୀ ସ୍କୁଲ ଜବାହର ନବୋଦୟ ବିଦ୍ୟାଳୟରେ ଜଣ୍ଡିସ୍ ବ୍ୟାପିବା ଘଟଣାରେ ଖୋର୍ଦ୍ଧା ଜିଲ୍ଲା ଜନସ୍ୱାସ୍ଥ୍ୟ ବିଭାଗର ରିପୋର୍ଟ ଆଜି ଆସିଛି । ସ୍କୁଲ ପରିସରର ୨ଟି ସ୍ଥାନ – ସ୍କୁଲ ପରିସରରେ ଥିବା ରୋଷେଇ ଘର ଏବଂ ଓଭର ହେଡ୍ ଟାଙ୍କି ପାଣିର ନମୁନା ପଜିଟିଭ ଥିବା ରିପୋର୍ଟରେ ଉଲ୍ଲେଖ ଅଛି । ସ୍କୁଲ ପରିସରର ୧୨ଟି ସ୍ଥାନରୁ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଥିଲା ।ନବୋଦୟ ସ୍କୁଲର ଶତାଧିକ ଛାତ୍ରଛାତ୍ରୀ ଜଣ୍ଡିସ୍ରେ ଆକ୍ରାନ୍ତ ହୋଇଛନ୍ତି । କହିରଖୁଛୁ ଯେ, ଜବାହର ନବୋଦୟ ବିଦ୍ୟାଳୟର ଜଣେ ଶିକ୍ଷକଙ୍କ ସହିତ ଶତାଧିକ ଛାତ୍ରଛାତ୍ରୀ ଜଣ୍ଡିସରେ ଆକ୍ରାନ୍ତ ହୋଇଥିଲେ । ପ୍ରାଥମିକ ଚିକିତ୍ସା ପରେ ପିଲାମାନଙ୍କୁ ଘରକୁ ପଠାଇ ଦିଆଯାଇଥିଲା । ଦୂଷିତ ପାଣି ବ୍ୟବହାରରୁ ଏଭଳି ଘଟଣା ଘଟିଥିବା କେତେଜଣ ଅଭିଭାବକ ଗଣମାଧ୍ୟମରେ କହିଥିଲେ । ଅନ୍ୟପଟେ ପିଲାମାନେ ବ୍ୟବହୃତ କରୁଥିବା ପାଣି ନମୁନା ପରୀକ୍ଷଣ ପାଇଁ ଭୁବେନଶ୍ୱର ପରୀକ୍ଷାଗାରକୁ ପଠାଯାଇଥିଲା । Post navigation Cold Wave Alert: ଆଗାମୀ ୨ ସପ୍ତାହ ପର୍ଯ୍ୟନ୍ତ ଶୀତରୁ ମିଳିବ ନାହିଁ ନିସ୍ତାର Bomb Scare At Odisha Courts: ମିଛ ବୋମା ଭୟ; SOP ଜାରି କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ