ଯାତ୍ରା କଳାକାର ବାପି ପଣ୍ଡାଙ୍କ ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ । ଗତ ରାତିରେ ଉଭୟଙ୍କୁ ବାଲେଶ୍ବର ନାଥପାଣି ଛକରେ ଥିବା ମନ୍ଦିର ସାମ୍ନାରେ ଦୁର୍ବୃତ୍ତମାନେ ବାପି ପଣ୍ଡାଙ୍କ ୨ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ହାଣି ପକାଇଥିବା ଅଭିଯୋଗ ହୋଇଛି । ଆକ୍ରମଣର ଶୀକାର ହୋଇଛନ୍ତି ଦୁଇ ଭାଇ ବାପୁ ପଣ୍ଡା ଓ ବାବି ପଣ୍ଡା । ଉଭୟଙ୍କୁ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ପରେ ବାବି ପଣ୍ଡାଙ୍କ ଅବସ୍ଥା ଗୁରୁତର ହେବାରୁ କଟକ ସ୍ଥାନାନ୍ତର କରାଯାଇଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆକ୍ରମଣ କରାଯାଇଥିବା ସନ୍ଦେହ କରାଯାଉଛି । ଆକ୍ରମଣ ପରେ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ବାଲେଶ୍ବର ଟାଉନ ଥାନା ପୋଲିସ ଓ ସିଟି ଡିଏସପି ପହଞ୍ଚି ତଦନ୍ତ କରୁଛନ୍ତି । Post navigation କିଟ୍ ମାମଲା: ଉଚ୍ଚ ସ୍ତରୀୟ କମିଟି ନିକଟରେ ହାଜର ହେଲେ ବିଶ୍ବବିଦ୍ୟାଳୟର ୬ ଅଧିକାରୀ ମାଲକାନଗିରିରେ ଦଶମ ଶ୍ରେଣୀ ଛାତ୍ରୀ ମା ହେବା ଘଟଣା: ଅଭିଯୁକ୍ତ ଗିରଫ