ଭିଜିଲାନ୍ସ ଜାଲରେ ଖୋର୍ଦ୍ଧା ଜିଲ୍ଲା ଜଟଣୀ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟ୍ଟଯୋଶୀ। ଆଜି ସକାଳୁ ଭିଜିଲାନ୍ସର ଟିମ୍ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ଘରେ ଚଢ଼ଉ କରିଛନ୍ତି । ଭୁବନେଶ୍ବର ସ୍ଥିତ ବାସଭବନରେ ଭିଜିଲାନ୍ସର ୨ଜଣିଆ ଟିମ୍‌ର ରେଡ୍‌ ହୋଇଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ଉ ହୋଇଥିବା ସୂଚନା । ଏହା ସହ ତାଙ୍କର କାର୍ଯ୍ୟାଳୟ ସମେତ ୯ଟି ଠିକଣାରେ ଏକକାଳୀନ ଚଢାଉ କରିଛି ଭିଜିଲାନ୍ସ ।

ସୂର୍ଯ୍ୟମଣି ପାଟ୍ଟଯୋଶୀଙ୍କ କାର୍ଯ୍ୟାଳୟ ସମେତ ତାଙ୍କର ଗଞ୍ଜାମ ସୋରଡ଼ା ସ୍ଥିତ ବାସ ଭବନ, ଭୁବନେଶ୍ୱର, ଜଟଣୀ, ବ୍ରହ୍ମପୁର ଏବଂ ଗଞ୍ଜାମରେ ଚଢ଼ଉ କରାଯାଉଛି । ସୋରଡ଼ାରେ ତାଙ୍କର ତିନିଟି ଘର ମଧ୍ୟ ରହିଛି ।

Leave a Reply

Your email address will not be published. Required fields are marked *