Jammu Attacked by Pakistan; Drone Attack in Punjab and Rajasthan too
ଭାରତ ପାକିସ୍ତାନ ଏବଂ ପାକିସ୍ତାନ ଅଧିକୃତ କାଶ୍ମୀରରେ ଆତଙ୍କବାଦୀ ଶିବିର ଉପରେ ଆକ୍ରମଣ କରିବାର ଗୋଟିଏ ଦିନ ପରେ, ଗୁରୁବାର ରାତି ପ୍ରାୟ ସାଢ଼େ ୮ଟା ସମୟରେ ପାକିସ୍ତାନ ଜମ୍ମୁକୁ ଟାର୍ଗେଟ କରି ଡ୍ରୋନ୍ ଆକ୍ରମଣ କରିଛି ।
 
କେବଳ ଜମ୍ମୁ ବିମାନବନ୍ଦର ନୁହେଁ ଏହାସହ ପଠାନକୋଟ୍ ଏୟାରବେସ ଉପରେ ମଧ୍ୟ ପାକିସ୍ତାନ ଆକ୍ରମଣ କରିଛି । ରକେଟ୍ ଦ୍ୱାରା ଆକ୍ରମଣ କରିଛି ପାକିସ୍ତାନ । ଅଖନୁର, ଆରଏସ ପୁରା ଏବଂ ସାମ୍ବାରେ ବ୍ଲାକଆଉଟ୍ ଜାରି କରାଯାଇଛି । ସାଇରନ ବଜାଇ ସତର୍କ କରିଛି ସେନା । ଏହାର ପ୍ରତି ଜବାବ ଦେଉଛି ଭାରତ ।
 
ଭାରତ, ଜାମୁ କାଶ୍ମୀର ଠାରୁ ପଞ୍ଜାବ ଓ ରାଜସ୍ଥାନ ଯାଏଁ ୪ଟି ଏୟାର ଡିଫେନ୍ସ ବ୍ୟବସ୍ଥା – S-400, L-70, JSU-23 ଓ ସିଲ୍‌କା ସକ୍ରିୟ କରିଛି ।
 
ତେବେ ଭାରତୀୟ ସେନା ଏହି ୮ ଟି ମିସାଇଲ ସମେତ ୩ଟି ଯୁଦ୍ଧ ବିମାନ ଓ କିଛି ଡ୍ରୋନକୁ ଆକାଶରେ ଧ୍ୱଂସ କରିଦେଇଛି ।
 
ପାକିସ୍ତାନର ଡ୍ରୋନ୍ ଆଟାକ ପରେ ଜମ୍ମୁ କାଶ୍ମୀରର ଉରି ଓ ବାରମୂଳା, ଅମୃତସର ସହର, ପଞ୍ଜାବର ଜଳନ୍ଧର ସହର ସମେତ ପଞ୍ଜାବ ଓ ରାଜସ୍ଥାନ ସୀମାର ସମସ୍ତ ଜିଲ୍ଲାକୁ ବ୍ଲାକଆଉଟ୍ କରାଯାଇଛି । 

By Nirvay

Leave a Reply

Your email address will not be published. Required fields are marked *