ଜମ୍ମୁ ଓ କାଶ୍ମୀର ପହଲଗାମରେ ପର୍ଯ୍ୟଟକଙ୍କ ଉପରେ ଆତଙ୍କବାଦୀଙ୍କ ଆକ୍ରମଣ। ପହଲଗାମ୍ ସହରରେ ଥିବା ଏକ ପର୍ଯ୍ୟଟନ ସ୍ଥାନରେ ଆଜି ଅତର୍କିତ ଭାବେ ଗୁଳିମାଡ଼ କରିଛନ୍ତି ଆତଙ୍କବାଦୀ । ଗୁଳିମାଡ଼ରେ ୩ ପର୍ଯ୍ୟଟକ ଓ ୨ ସ୍ଥାନୀୟ ବାସିନ୍ଦା ଗୁରୁତର ଆହତ ହୋଇଛନ୍ତି । ଆକ୍ରମଣ ପରେ ଘଟଣା ସମ୍ପର୍କରେ ଖବର ପାଇବା ମାତ୍ରେ, ସୁରକ୍ଷା ବାହିନୀ ଦଳଗୁଡ଼ିକୁ ସେହି ଅଞ୍ଚଳକୁ ପଠାଯାଇଥିଲା। ସୁରକ୍ଷାକର୍ମୀ ସେହି ଅଞ୍ଚଳରେ ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି। ଆହତ ହୋଇଥିବା ପର୍ଯ୍ୟଟକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୂଚନା ମୁତାବକ, ଜମ୍ମୁ ଓ କାଶ୍ମୀର ପହଲଗାମରେ ପର୍ଯ୍ୟଟକ ସ୍ତଳିଲି ରାଜସ୍ଥାନରୁ କିଛି ପର୍ଯ୍ୟଟକ ବୁଲିବାକୁ ଆସିଥିବା ଜଣାପଡ଼ିଛି । ତେବେ ଆଜି କିଛି ଅଜଣା ବନ୍ଧୁକଧାରୀମାନେ ଟ୍ରେକିଂ ପାଇଁ ଆସିଥିବା ପର୍ଯ୍ୟଟକଙ୍କ ଉପରେ ଅତର୍କିତ ଗୁଳି ଚଳାଇଥିଲେ। ଆକ୍ରମଣରେ ଦୁଇ ଜଣ ସ୍ଥାନୀୟ ଏବଂ ତିନି ଜଣ ବାହାର ରାଜ୍ୟର ପର୍ଯ୍ୟଟକ ଆହତ ହୋଇଛନ୍ତି। ଆହତମାନଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି, ଏବଂ ସେମାନଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡ଼ିଛି। Post navigation ଆସନ୍ତା ଦୁଇ ଦିନରେ ହୋଇପାରେ ସ୍କୁଲ ଛୁଟି; ଆଗୁଆ ଖରା ଛୁଟି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଲା ରାଜସ୍ଵ ବିଭାଗ ଡେଲାଙ୍ଗ ନାବାଳକ ହତ୍ୟାକାଣ୍ଡ ଘଟଣା; ହତ୍ୟା ପୂର୍ବରୁ ଦିଆଯାଇଥିଲା ଯୌନ ନିର୍ଯାତନା: ଏସ୍ପି