ଖୋର୍ଦ୍ଧା ବୋଲଗଡ଼ର କାଉଁରିପାଟଣା ବୁଥରେ ଇଭିଏମ୍ ଫିଙ୍ଗାଯିବା ଅଭିଯୋଗ ମାମଲାରେ ଚାଲିଛି ତଦନ୍ତ। କେବଳ ପ୍ରିଜାଇଡିଂ ଅଫିସରଙ୍କ ଏତଲା ଆଧାରରେ ଗିରଫ ହୋଇଛନ୍ତି ପ୍ରଶାନ୍ତ ଜଗଦ୍ଦେବ। ଘଟଣାର ସତ୍ୟତା ଜାଣିବା ପାଇଁ ସିସିଟିଭିକୁ ଯାଞ୍ଚ କରାଯିବ। ଆଜି ଏନେଇ ସୂଚନା ଦେଇଛନ୍ତି ଖୋର୍ଦ୍ଧା ଏସ୍‌ପି ଅବିନାଶ କୁମାର। ସେ କହିଛନ୍ତି,କେବଳ ପ୍ରିଜାଇଡିଂ ଅଫିସରଙ୍କ ଏତଲା ଆଧାରରେ ଗିରଫ କରାଯାଇଛି,କେବଳ ଗିରଫ ହୋଇଛନ୍ତି ଜଗଦ୍ଦେବ, ସିସିଟିଭି ଯାଞ୍ଚ ହୋଇନାହି, ନିର୍ବାଚନ ପ୍ରକ୍ରିୟା ସରିବା ପରେ ଯାଞ୍ଚ ହେବ ସିସିଟିଭି।ଅନ୍ୟ କେହି ସଂପୃକ୍ତ ଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସପି ଅବିନାଶ କୁମାର କହିଛନ୍ତି।

ସୂଚନା ଯୋଗ୍ୟ ଯେ ଶନିବାର ତୃତୀୟ ପର୍ଯ୍ୟାୟ ନିର୍ବାଚନ ଚାଲିଥିବା ବେଳେ ପ୍ରଶାନ୍ତ ଜଗଦ୍ଦେବ କାଉଁରିପାଟଣା ବୁଥରେ ମତଦାନ ପାଇଁ ପହଞ୍ଚିଥିଲେ ସେଠାରେ ଉପସ୍ଥିତ କିଛି ଯୁବକ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ ଯାହାକୁ ନେଇ ସେଠାରେ ଉତ୍ତେଜନା ଦେଖାଦେଇଥିଲା। ଏବଂ EVM ତଳେ ପଡି ଯାଇଥିଲା ଏଥି ପାଇଁ ଜଗଦ୍ଦେବଙ୍କୁ ଦାୟୀ କରାଯାଇଥିଲେ ହେଁ ସେ ଏହାକୁ ଖଣ୍ଡନ କରିଥିଲେ।

ଗିରଫ ପୂର୍ବରୁ ସିସିଟିଭି ଯାଞ୍ଚ ପାଇଁ ଦାବି କରି ବୋଲଗଡ଼ ଥାନା ସମ୍ମୁଖରେ ଧାରଣା ଦେଇଥିଲେ। ତାଙ୍କ ଅଭିଯୋଗ ଆଧାରରେ ସିସିଟିଭି ଯାଞ୍ଚ ହେବ, ଯେଉଁଥିରୁ ପ୍ରକୃତ ସତ୍ୟସତ୍ ଜଣା ପଡ଼ିବ ବୋଲି ଆଶା କରାଯାଉଛି। ଏହାସହ ଏପର୍ଯ୍ୟନ୍ତ ଅନ୍ୟ ଯୁବକଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି?

By Nirvay

Leave a Reply

Your email address will not be published. Required fields are marked *