ଦୀର୍ଘ ୫ ଦିନ ପରେ ବସ୍ ଚଳାଚଳ ହେଲା ସ୍ୱାଭାବିକ ।ଜଗତସିଂହପୁର ଘରୋଇ ବସ୍ ମାଲିକ ସଂଘର ଚକା ବନ୍ଦ ଆନ୍ଦୋଳନ ସ୍ଥଗିତ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ବସ୍ ସେବାକୁ ବିରୋଧ କରି ପାରାଦୀପରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଡାକରା ଦିଆଯାଇଥିବା ଘରୋଇ ବସ୍ ଧର୍ମଘଟକୁ ସାମୟିକ ଭାବରେ ସ୍ଥଗିତ ରଖାଯାଇଛି, ଯାହା ଜଗତସିଂପୁର ଜିଲ୍ଲାର ଯାତ୍ରୀମାନଙ୍କୁ ଅତ୍ୟନ୍ତ ଆଶ୍ୱସ୍ତି ଦେଇଛି । ରାଜ୍ୟ ପରିବହନ କମିଶନରଙ୍କ ପ୍ରତିଶୃତି ପରେ ବସ୍‌ ଧର୍ମଘଟ ସ୍ଥଗିତ ହୋଇଛି।

ଜଗତସିଂହପୁର ଘରୋଇ ବସ ମାଲିକ ସଂଘ, କଟକ ଓ ପାରାଦୀପ ସଂଘର ପକ୍ଷରୁ ଜଗତସିଂହପୁର କଲେକ୍ଟର, ଏସପି, ରାଜ୍ୟ ପରିବହନ କମିଶନର, ପରିବହନ ମନ୍ତ୍ରୀ,କଟକ ଓ କେନ୍ଦ୍ରାପଡ଼ା କଲେକ୍ଟରଙ୍କ ନିକଟରେ ଇ-ମେଲ୍ ଜରିଆରେ ଲିଖିତ ଅଭିଯୋଗ ହେବା ପରେ, ପ୍ରଶାସନର ପଦକ୍ଷେପ ଗ୍ରହଣ କରିଛି ।

ଅନ୍ୟପଟେ ପାରାଦୀପ ଘରୋଇ ବସ୍ ମାଲିକ ସଂଘର ଅଧ୍ୟକ୍ଷା ରଶ୍ମିରଞ୍ଜନ ପରିଡା କହିଛନ୍ତି ଯେ ଆଜି ମଧ୍ୟାହ୍ନରେ ଜଗତସିଂହପୁର ଜିଲ୍ଲାପାଳ, ରାଜ୍ୟସ୍ତରୀୟ ପଦାଧିକାରୀ ଏବଂ ସ୍ଥାନୀୟ ବସ୍ ମାଲିକ ସଂଘର ପ୍ରତିନିଧିମାନଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ଆଲୋଚନାର ଫ । ଳାଫଳ ପରେ ଏହି ପ୍ରସଙ୍ଗରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ

ତଥାପି, ସଂଘର ଅଧ୍ୟକ୍ଷା ସ୍ପଷ୍ଟ କରିଛନ୍ତି ଯେ ଜିଲ୍ଲା ମୁଖ୍ୟାଳୟ ଏବଂ ବ୍ଲକ ମୁଖ୍ୟାଳୟ ମଧ୍ୟରେ କାର୍ଯ୍ୟ କରୁଥିବା ରୁଟଗୁଡ଼ିକ ସହିତ ମୁଖ୍ୟମନ୍ତ୍ରୀଙ୍କ ବସ୍ ସେବା ଅଧୀନରେ ସେବାଗୁଡ଼ିକ ଏକ ନିର୍ଣ୍ଣାୟକ ସମାଧାନ ନହେବା ପର୍ଯ୍ୟନ୍ତ ସ୍ଥଗିତ ରହିବ।

Leave a Reply

Your email address will not be published. Required fields are marked *