ଭିଜିଲାନ୍ସ ପକ୍ଷରୁ ଦୁର୍ନୀତି ନିବାରଣ ସପ୍ତାହର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପ୍ରତିବର୍ଷ ପରି ସରକାରୀ ଅଧିକାରୀଙ୍କୁ ଶପଥପାଠ କରାଗଲା । କିନ୍ତୁ ଏହି କାର୍ଯ୍ୟକ୍ରମ ଭିତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ମନ୍ତବ୍ୟ ଥିଲା ବହୁ ଦୃଷ୍ଟିରୁ ଗୁରୁତ୍ଵପୂର୍ଣ । ଏହାକୁ ଯେକୌଣସି କୋଣରୁ ଦେଖିଲେ ସ୍ପଷ୍ଟ ଯେ ଆଗକୁ ଅନେକ କିଛି ଘଟିବାକୁ ଯାଉଛି ।

କ’ଣ କହିଥିଲେ ମୁଖ୍ୟମନ୍ତ୍ରୀ ? ଭିଜିଲାନ୍ସ ପକ୍ଷରୁ ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ସରକାରୀ ଅଧିକାରୀଙ୍କୁ ଶପଥ ପାଠ ପରେ ଅଭିଭାଷଣ ରଖିଥିଲେ ମୁଖ୍ୟମନ୍ତ୍ରୀ । ସେ କହିଥିଲେ ଯେ ମୋ’ କଥାକୁ କେହି ହାଲୁକା ଭାବେ ନିଅନ୍ତୁ ନାହିଁ । ଏବେ ଡ ଟ୍ରେଲର ଚାଲିଛି, ଆଗକୁ ଫିଲ୍ମ ପଡ଼ିବ । ଆଗକୁ ଫିଲ୍ମ ପଡ଼ିବ ? ଏହାର ଅର୍ଥ କ’ଣ ? ଟ୍ରେଲର ତ ବୁଝାପଡୁଛି । ବଡ଼ ବଡ଼ ଅଧିକରୁ ଭିଜିଲାନ୍ସ ହାତରେ ଧାରା ପଡିଲେଣି । ନୂଆ ସରକାର ଆସିବା ପରଠାରୁ ୬ ମୁଖ୍ୟ ଯନ୍ତ୍ରୀଙ୍କୁ କୋର୍ଟ ଚାଲାଣ କରାଯାଇଛି । ୨୪ ଏ କ୍ଲାସ୍‌ଓ୍ୱାନ୍ ଅଫିସରଙ୍କ ସମେତ ୧୨୩ଜଣ ପଢ଼ିଛନ୍ତି ଭିଜିଲାନ୍ସ ଜାଲରେ । ୨୪ ବର୍ଷ ଧରି ଓଡ଼ିଶାରେ ଚାଲିଥିଲା ଦୁର୍ନୀତି । ୫-ଟି ନାଁରେ ଯେଉଁମାନେ ଟଙ୍କା ହେରଫେର କରିଛନ୍ତି ସମସ୍ତେ ତଦନ୍ତ ପରିସରକୁ ଆସିବେ । ଅନେକ ଦୁର୍ନୀତି ଖୋର ଭିଜିଲାନ୍ସ ଜାଲରେ ପଡ଼ନ୍ତି ନାହିଁ । ଏବେ ସେଇଭଳି ଅଧିକାରୀଙ୍କ ନିଦ ହଜିବ । ୫ଟି ନାଆ ରେ ଅଧିକାରୀମାନେ ବ୍ୟାପକ ହେରଫେର କରିଛନ୍ତି । ଆଉ ଦୁର୍ନୀତିଖୋରଙ୍କୁ ଘଣ୍ଟ ଘୋଡ଼ାଯିବନି, ସମସ୍ତଙ୍କର ତଦନ୍ତ କରାଯିବ।

Leave a Reply

Your email address will not be published. Required fields are marked *