ରାଜଧାନୀର ହାଇପ୍ରୋଫାଇଲ୍ ଠକ ହଂସିତା ଅଭିଲିପ୍ସାଙ୍କ ଘରେ ଆଜି ଆୟକର ବିଭାଗ ଟିମ୍ ଚଢ଼ଉ କରିଛି । ହଂସିତାଙ୍କର ୧୨ଟି ଠିକଣାରେ ଖୋଲତାଡ଼ କରୁଛି ଆଇଟି ଟିମ୍ । ଭୁବନେଶ୍ୱର, ଦିଲ୍ଲୀ, ଝାଡ଼ଖଣ୍ଡର ୧୨ଟି ସ୍ଥାନରେ ଏକକାଳୀନ ଚଢ଼ଉ ଆରମ୍ଭ ହୋଇଛି ଆଇଟି ଟିମ୍ । ଅନିଲ ଓ ହଂସିତାଙ୍କ ଘର ଓ ଅଫିସରେ ଜାରି ରହିଛି ଚଢ଼ାଉ । ଆକାଉଣ୍ଟ ଟ୍ରାନଜାକ୍ସନର ଖୋଳତାଡ଼ ଚାଲିଛି । କୋଟି କୋଟି ଟଙ୍କାର ନେଣ ଦେଣ ନେଇ ଏହି ଚଢ଼ଉ କରାଯାଉଥିବା ନେଇ ସୂଚନା ମିଳିଛି। ସେପଟେ ଗତକାଲି ଅନୀଲଙ୍କ ପତ୍ନୀଙ୍କୁ ୫ରୁ ୬ ଘଣ୍ଟା ପଚରାଉଚୁରା କରିଛି ପୋଲିସ। ବହୁ ଭିଭିଆଇପିଙ୍କ ସଂପର୍କୀୟ କହି ଠକେଇ କରୁଥିଲେ କରିତକର୍ମା ହଂସିତା ଓ ଅନୀଲ। ଏମାନଙ୍କ ଟାର୍ଗେଟରେ ଥିଲେ ବଡ଼ବଡ଼ିଆ, ଶିଳ୍ପପତି ଓ ବଡ଼ ବ୍ୟବସାୟୀ ।

ସୂଚନା ଯୋଗ୍ୟ; କନ୍ଧମାଳ ଜିଲ୍ଲାର ନର୍ଲାର ହଂସିତା ଅଭିଲିପ୍ସା ଏବଂ ତାଙ୍କ ସହଯୋଗୀ ଅନୀଲ ମହାନ୍ତି ନିଜକୁ ସ୍ୱାମୀ-ସ୍ତ୍ରୀର ପରିଚୟ ଦେଉଥିଲେ । ଏମାନେ ନିଜକୁ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡ. ପି.କେ ମିଶ୍ରଙ୍କ ସଂପର୍କୀୟ କହି ବଡ଼ ବଡ଼ ଲୋକଙ୍କୁ ଠକୁଥିଲେ । ଖଣି ବ୍ୟବସାୟ ସମେତ ବଡ଼ ବଡ଼ କଣ୍ଟ୍ରାକ୍ଟର, ବିଲଡର୍, କୁ ନିଜ ଜାଲରେ ଫସାଉଥିଲେ ଏବଂ କୋଟି କୋଟି ଟଙ୍କା ହଡ଼ପ କରୁଥିଲେ । ବିନା ଋଣରେ ନଗଦ ଟଙ୍କା ଦେଇ ହଂସିତା ଦାମୀ ଗାଡ଼ି କିଣିବା ନେଇ ବିବାଦରେ ଥିଲେ ।ଏନେଇ ଆୟକର ବିଭାଗକୁ ପ୍ରମାଣ ମିଳିଛି । ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗରେ ଡିସେମ୍ବରରେ ଏ ଦୁଇ ଜଣଙ୍କୁ ଭୁବନେଶ୍ୱର ଇନଫୋସିଟି ଥାନା ପୋଲିସ ଗିରଫ କରିଥିଲା । ମୁଖ୍ୟ ଶାସନ ସଚିବଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଫଟୋ ସହିତ ନିଜ ଫଟୋକୁ ଏଡ଼ିଟ୍ କରି ଲୋକଙ୍କୁ ଦେଖାଉଥିଲେ ଏବଂ ଲୋକଙ୍କଠାରୁ କୋଟି କୋଟି ଟଙ୍କା ହଡ଼ପ କରୁଥିଲେ । ଠକେଇ ଟଙ୍କାରେ ବିଳାସମୟ ଜୀବନ ବିତାଉଥିଲେ ହଂସିତା ଓ ଅନୀଲ । ଦାମୀ କାର୍ ଚଢ଼ିବା ସହିତ ଦେଶ ବିଦେଶ ବୁଲୁଥିଲେ ।

Leave a Reply

Your email address will not be published. Required fields are marked *