ସ୍କୁଲ୍‌ରେ ଅଙ୍ଗନବାଡି ସାମିଲ ନେଇ ଆଜି ପ୍ରତିକ୍ରିୟା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ସେ କହିଛନ୍ତି ବର୍ତ୍ତମାନ ସମସ୍ତ ଅଙ୍ଗନବାଡ଼ିକୁ ବିଦ୍ୟାଳୟରେ ମିଶାଇବା ସମ୍ଭବ ନୁହେଁ । ଶିଶୁବାଟିକା ୩କୁ ବିଦ୍ୟାଳୟରେ ସାମିଲ କରାଯାଇଅଛି। ଏବେ ବି ଶିଶୁବାଟିକା ୧ ଓ ୨ ଅଙ୍ଗନୱାଡ଼ି କେନ୍ଦ୍ରରେ ଅଛି । ବର୍ତ୍ତମାନ ପରିପ୍ରେକ୍ଷୀରେ ସବୁ ଅଙ୍ଗନୱାଡି ବନ୍ଦ କରି ସ୍କୁଲରେ ସାମିଲ କରିବା ସମ୍ଭବ ନୁହେଁ ।

ଗଣଶିକ୍ଷା ମନ୍ତ୍ରୀ ଆଉ ମଧ୍ୟ କହିଛନ୍ତି ପ୍ରାରମ୍ଭିକ ଭାବେ ସ୍କୁଲରେ ଶିଶୁ ବାଟିକା ୩ ଆରମ୍ଭ ହେବ। ୫ ବର୍ଷ ବୟସ ପରେ ପିଲା ଶିଶୁ ବାଟିକା ୩ରେ ନାମ ଲେଖାଇବେ । ୪୫ ହଜାର ସ୍କୁଲରେ ଶିଶୁ ବାଟିକା ୩ ଖୋଲାଯାଇଛି । ସବୁ ସ୍କୁଲରେ ଶିଶୁ ସେବିକା ଖୋଲିବା ପାଇଁ ନିଷ୍ପତ୍ତି ହୋଇଛି । ପରବର୍ତ୍ତୀ  ସମୟରେ ନିର୍ଦ୍ଦେଶ ଆସିଲେ ଶିଶୁ ବାଟିକା ୧ ଓ ୨କୁ ବିଦ୍ୟାଳୟରେ ସାମିଲ କରାଯିବ । ସବୁ ଅଙ୍ଗନୱାଡି ସାମିଲ ହେଲେ ତାହାର ଭିତ୍ତିଭୂମିର ଆବଶ୍ୟକତା ରହିଛି ।

Leave a Reply

Your email address will not be published. Required fields are marked *