ଏମିତିଆ ବାହାଘର ଯେ, ବିହାରଠୁ ଆରମ୍ଭକରି ଓଡ଼ିଶା ଯାଏଁ ଧୂମ ରାଜନୈତିକ ଚର୍ଚ୍ଚା। ସବୁ ଦଳରୁ ନେତା ଯାଇ ଆସାମରେ ଠୁଳ ହେବେ, ଚର୍ଚ୍ଚା ନିହାତି ହବ । ଆସାମରେ ବି କମ ଚର୍ଚ୍ଚା ହେଇନାହିଁ । ବାହାଘର ଥିଲା ପୂର୍ବତନ ସନଟାଇମସ, ସମ୍ବାଦ ଏବଂ ମେଲଟୁଡେ/ ଇଣ୍ଡିଆଟୁଡେର ପ୍ରତିନିଧି ରାକେଶ ଦୀକ୍ଷିତଙ୍କ ଭଣଜା ବାହାଘର । ରାକେଶଙ୍କ ବାପା ଥିଲେ ଇଣ୍ଡିଆନ ଏକ୍ସପ୍ରେସର ଓଡ଼ିଶା ପ୍ରତିନିଧି । ସେହି ସୁବାଦେ ବାବୁ ରାକେଶ ଓଡ଼ିଶାରୁ କିଛି ଲୋକଙ୍କୁ ଆମନ୍ତ୍ରଣ କରିଥିଲେ । ଏମାନଙ୍କ ଭିତରେ ନେତା ଥିଲେ ଅନେକ । ତେଣୁ ବାହାଘର କାମ ସରିବା ଆଗରୁ ଓଡ଼ିଶାରେ ନାହିଁ ନଥିବା ଚର୍ଚ୍ଚା। ପଚାରନ୍ତୁ ଯାଇଥିଲେ କଉଁମାନେ ? ସେମାନଙ୍କ ଭିତରେ ଥିଲେ ବରିଷ୍ଠ ନେତା ବିଜୟ ମହାପାତ୍ର, ପ୍ରଭାତ ତ୍ରିପାଠୀ, ରବି ପାଣି। ବିଧାୟକଙ୍କ ଭିତରେ ଥିଲେ ଭାଜପାର ଗଣେଶ ଜଗଦେବ, ଛବି ମଲ୍ଲିକ, ବିଜଦର ସୁଶାନ୍ତ ରାଉତ, ପୂର୍ବତନ ବିଧାୟକ ସଂଳୟ ଦାସବର୍ମା, ଅତନୁ ସବ୍ୟସାଚୀ ନାୟକ,ସମ୍ବିତ ରାଉତରାୟ, ଯୁବନେତା ସଂଗ୍ରାମ ପାଇକରାୟ,ଭାଜପାର ପୂର୍ବତନ କେନ୍ଦ୍ରାପଡା ସାଂସଦ ପ୍ରାର୍ଥୀ ବିଷ୍ଣୁ ବାସ, ଭାଜପା ନେତା ଅମୀୟ ମହାପାତ୍ର, କଂଗ୍ରେସ ନେତା ଅସିତ ପଟ୍ଟନାୟକ, ବିଶିଷ୍ଟ ଶିଶ୍ଵପତି ଚାରାରଞ୍ଜନ ପଟ୍ଟନାୟକ ଏବଂ ତୃପ୍ତି ଗ୍ରୁପର ବୁବୁ ସାମନ୍ତରାୟ ଏବଂ ଆହୁରି ଅନେକ ନେତା ତାଙ୍କ ପରିବାର ସହିତ । ସବୁ ଦଳର ନେତାମାନେ ଗୁଆହାଟୀକୁ ବାହାଘର ପାଇଁ ଯାଇଥିବାରୁ ସ୍ବାଭାବିକ ଭାବେ ଚର୍ଚ୍ଚା ହେଲା ଯେ, ବାହାଘର ବାହାନାରେ ମେଳି। କିଏ କହିଲା ପାଣ୍ଡିଆନ ବିରୋଧୀ ମେଳି। ଆଉ କିଏ ଭାବିଲା ଯେ, ନୂଆ ଆଞ୍ଚଳିକ ଦଳ ପାଇଁ ସଜବାଜ। କଥାର ସତ୍ୟତା ଥାଇ ହିଁ ନଥାଉ ଏଟେ ନେତା ଏକାଠି ହେଲେ ବର୍ଜ୍ୟ କେମିତି ନହବ ? ସେପଟୁ ବିହାରରୁ ଯେଉଁମାନେ ଆସିଥିଲେ ସେମାନଙ୍କ ନାଁ ଶୁଣିଲେ ଆଖି ଟେରା ହେଇଯିବ । ଆସିଥିଲେ ଭାଜପାର କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ, ମନ୍ତ୍ରୀ ରାମେଶ୍ଵର ତେଲି, ରାଜୀବ ରଞ୍ଜନ ପ୍ରସାଦ ଓରଫ ଭଲନ ସିଂ, ବିହାରର କ୍ୟାବିନେଟ ମନ୍ତ୍ରୀ ବିଜୟ କୁମାର ଚୌଧୁରୀ, ଅଶୋକ ଚୌଧୁରୀ ପିସିସି ସଭାପତି ଆଖିସେଳା ପ୍ରସାଦ ସିଂ, ଲୋକ ଜନଶରି ପାର୍ଟି ମହାସଚିବ ସୁରତ ଭାନ ସିଂ,ଆସାମର ଦୁଇଜଣ ସାଂସବ, ଜନ୍ମ କାଶ୍ମୀର ଡିଜିପି ମନିଷ ବିଶୋର, ବିହାରର ଟପ୍ କପ୍ ଏବଂ ପୂର୍ବଚନ ଏନଆଇଏଭଆଇଳି ବିକାଶ ବୈଭବ, ଗୁଜରାଟର ପ୍ରମୁଖ ସଚିବ ମୁକେଶ କୁମାର ଓ ମୋନା କାଷାର, କେନ୍ଦ୍ର ସରକାରଙ୍କ ସତନ୍ତ୍ର ସଚିବ ରାଜୀବ କୂ ମାର ଏବଂ ଆହୁରି ଅନେକ ପ୍ରଶାସନିକ ଅଧୁକାରୀ । ୟା’କୁ ନେଇ ବିହାରରେ ବି ତୁମୂଳ ଚର୍ଚ୍ଚା । କେହିକେହି କହୁଥିଲେ ଯେ, ରାଜଦରୁ କେହି ଆସିଯାଇଥିଲେ ସର୍ବଦଳ ସମନ୍ବୟ ହେଇଯାଇଥାନ୍ତା । କିନ୍ତୁ ଓଡ଼ିଶାରୁ ଯଉଁମାନେ ଯାଇଥିଲେ ସେମାନେ ଥିଲେ ସବୁ ବଳର ଏହା ହିଁ ବାହାଘରର ସବୁଠୁ ବଡ ବିଶେଷତ୍ଵ । ବାହାଘର କେବେଠୁ ସରି ଲାଣି । କିନ୍ତୁ ରାଜନୀତି ଚର୍ଚ୍ଚା ଥମିବାର ନାଁ ନଉନାହିଁ । Post navigation ପୁରୀ ଜିଲ୍ଲା ହଇଜା ଭୟାନକ ସ୍ଥିତି; ଉଦବେଗ ପ୍ରକାଶ କଲେ ନବୀନ