ମହାକାଶରେ ଇତିହାସ ରଚିଲା ଇସ୍ରୋ । ଭାରତୀୟ ମହାକାଶ ଗବେଷଣାକାରୀ ସଂଗଠନ(ଇସ୍ରୋ)ର ସଫଳତାର କାହାଣୀରେ ଆଉ ଏକ ସଫଳତାର ପୃଷ୍ଠା ଯୋଡ଼ି ହୋଇଛି । ଇସ୍ରୋର ସ୍ପେଡେକ୍ସ ମିଶନ୍ ସଫଳ ହୋଇଛି । ମହାକାଶରେ ସ୍ପେଶ୍ ଡକିଂ ପ୍ରକ୍ରିୟା ସଫଳ ହୋଇଛି । ଏ ନେଇ ଇସ୍ରୋ ପକ୍ଷରୁ ସୋସିଆଲ୍ ମିଡିଆ ଆକାଉଣ୍ଟର ଏକ୍ସରେ ସୂଚନା ଦିଆଯାଇଛି । ଏହି ସଫଳତା ସହ ସ୍ପେଶ ଡକିଂ କ୍ଷେତ୍ରରେ ବିଶ୍ବର ଚତୁର୍ଥ ଦେଶ ହୋଇଛି ଭାରତ । ସ୍ପେଶ ଡକିଂରେ ଆମେରିକା, ରୁଷ ଓ ଚୀନ ପରେ ଚତୁର୍ଥ ଦେଶ ହୋଇଛି ଭାରତ। ଡିସେମ୍ବର ୩୦ ତାରିଖରେ ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଧାଓ୍ଵନ ପ୍ରଥମ ଲଞ୍ଚ ପ୍ୟାଡ୍‌ରୁ ସ୍ପେଡେକ୍ସ ମିଶନ ଉତକ୍ଷେପଣ କରାଯାଇଥିଲା ।

ମହାକାଶରେ ଦୁଇ ଉପଗ୍ରହ ସ୍ପେଶକ୍ରାଫ୍ଟ ଏ(ଏସଡିଏକ୍ସ୦୧) ଓ ସ୍ପେଶକ୍ରାଫ୍ଟ ବି(ଏସଡିଏକ୍ସ୦୨)କୁ ଯୋଡାଯାଇଛି । ଇସ୍ରୋ ତାର ପଥମ ପ୍ରୟାସରେ ତ୍ରୁଟିଶୂନ୍ୟଭାବରେ ଏହି ଉପଲବ୍ଧି ହାସଲ କରିଛି । ସ୍ପେଶ ଡକିଂ ପ୍ରଯୁକ୍ତି ମାଧ୍ୟମରେ ମହାକାଶଚାରୀ ଓ ମହାକାଶରେ ବ୍ୟବହାର ହେବାକୁ ଥିବା ଜରୁରୀ ଉପକରଣ ଗୋଟିଏ ମହାକାଶ ଯାନରୁ ଆଉ ଗୋଟିଏ ମହାକାଶ ଯାନକୁ ଯାଇପାରିବ । ସ୍ପେଶ ଡକିଂ ମାଧ୍ୟମରେ ମହାକାଶଚାରୀମାନେ ବିଭିନ୍ନ ମହାକାଶ ଯାନରେ ଯାତ୍ରା କରିପାରିବେ । ସ୍ପେଡେକ୍ସ ମିଶନ ଅନୁଯାୟୀ, ମହାକାଶରେ ଦୁଇଟି ସାଟେଲାଇଟ୍ସର ଡକିଂ ଚତୁର୍ଥ ପ୍ରୟାସରେ ସଫଳତାଭାବେ ପୂରଣ ହୋଇଛି।

ଇସ୍ରୋର ଏହି ସଫଳତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି । ସ୍ପେସ୍ ଡକିଂ ମିଶନରେ ଯୋଡି ହୋଇଥିବା ଇସ୍ରୋର ସମସ୍ତ କର୍ମଚାରୀଙ୍କୁ ପ୍ରଧାନମନ୍ତ୍ରୀ ଶୁଭକାମନା ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *