ଇରାନ୍‌ର ସେନାମୁଖ୍ୟ ଅଲ୍ଲି ଶାଦ୍‌ମାନି ନିହତ । ଇସ୍ରାଏଲ ଓ ଇରାନ ମଧ୍ୟରେ ଚାଲିଥିବା ଭୀଷଣ ସଂଘର୍ଷରେ ଇସ୍ରାଏଲ ଇରାନକୁ ବଡ ଝଟକା ଦେଇଛି । ଇସ୍ରାଏଲ୍‌ ସେନାର ଆକ୍ରମଣରେ ଅଲ୍ଲି ଶାଦ୍‌ମାନିଙ୍କ ମୃତ୍ୟୁ ହୋଇଛି। କିଛି ଦିନ ପୂର୍ବରୁ ଆର୍ମି ଚିଫ୍‌ ଭାବେ ନିଯୁକ୍ତି ହୋଇଥିଲେ ଅଲ୍ଲି ଶାଦ୍‌ମାନି ।

ଇସ୍ରାଏଲ ସେନା ଏକ୍ସରେ ପୋଷ୍ଟ କରି ଶାଦମାନୀଙ୍କ ନିପାତ କରିଥିବା ଦାବି କରିଥିଲା । ଇସ୍ରାଏଲ ସେନା ଏକ୍ସରେ ଲେଖିଛନ୍ତି ୫ ଦିନରେ ଦ୍ୱିତୀୟ ଥର ଆଇଡିଏଫ ଇରାନର ସିଡିଏସକୁ ନିପାତ କରିଛି । ଗୁଇନ୍ଦା ସୂଚନା ଆଧାରରେ ଇସ୍ରାଏଲର ବାୟୁ ସେନା ଇରାନର ସବୁଠୁ ବରିଷ୍ଠ ସୈନ୍ୟ ଅଧିକାରୀ ତଥା ଖାମେନେଇଙ୍କ ନିକଟତର ପରାମର୍ଶଦାତା ଅଲୀ ଶାଦମାନୀଙ୍କୁ ତେହରାନରେ ପଶି ନିପାତ କରିଛନ୍ତି ।

ତେବେ ଇସ୍ରାଏଲର ଦାବି ଉପରେ ଇରାନ ପକ୍ଷରୁ ଏ ପର୍ଯ୍ୟନ୍ତ ଶାଦମାନୀଙ୍କ ମୃତ୍ୟୁକୁ ନେଇ କୌଣସି ପ୍ରତିକ୍ରିୟା ଦିଆଯାଇ ନାହିଁ ।

Leave a Reply

Your email address will not be published. Required fields are marked *