କେନ୍ଦ୍ରୀୟ ଡେପୁଟେସନରୁ ଓଡ଼ିଶା ଫେରିବେ ଆଇପିଏସ୍ ସୁଶାନ୍ତ ନାଥ । ଆଇପିଏସ୍ ସୁଶାନ୍ତ ନାଥ ୨୦୨୦ ସେପ୍ଟେମ୍ବରରେ କେନ୍ଦ୍ରୀୟ ଡେପୁଟେସନକୁ ଯାଇଥିଲେ । ସୁଶାନ୍ତ କୁମାର ନାଥ ସୀମା ସୁରକ୍ଷା ବଳ (ବିଏସ୍ଏଫ୍) ଆଇଜି ଭାବେ କାର୍ଯ୍ୟରତ ଅଛନ୍ତି ।
ତେବେ ସେ ଓଡ଼ିଶା ଫେରିବାକୁ ଆବେଦନ କରିଥିଲେ, ଯାହାକୁ କେନ୍ଦ୍ର ଅନୁମତି ଦେଇଛି ।
ସୁଶାନ୍ତ ହେଉଛନ୍ତି ୧୯୯୩ ବ୍ୟାଚର ଓଡ଼ିଶା କ୍ୟାଡର୍ ଆଇପିଏସ୍ ଅଫିସର । ସୁଶାନ୍ତଙ୍କ ଘର ଢେଙ୍କାନାଳ ଜିଲ୍ଲାରେ ।