ଭାରତୀୟ ଅଲିମ୍ପିକ୍ ଆସୋସିଏସନ୍ (ଆଇଓଏ)ର ସଭାପତି ପି.ଟି ଉଷା ଆଜି ପ୍ୟାରିସ୍ ଅଲିମ୍ପିକ୍ସରେ ୫୦ କିଲୋଗ୍ରାମ ଇଭେଣ୍ଟ ଫାଇନାଲରୁ ଭିନେଶ ଫୋଗାଟଙ୍କ ଡିସକ୍ୱାଲିଫାଏଡ୍ କୁ ନେଇ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ଏହା ଏକ ଚକିତ ଏବଂ ନିରାଶ ଜନକ ନିଷ୍ପତ୍ତିର । ଭିନେଶଙ୍କ ଅଯୋଗ୍ୟ ଘୋଷଣା ବହୁତ ଆଘାତଜଣକ । ଭିନେଶଙ୍କ ସହିତ ଆଇଓଏ ରହିଛି । ସେ କହିଛନ୍ତି ମୁଁ କିଛି ସମୟ ପୂର୍ବରୁ ଅଲିମ୍ପିକ୍ ଗ୍ରାମ ପଲିକ୍ଲିନିକରେ ଭିନେଶଙ୍କୁ ଭେଟିଥିଲି ଏବଂ ତାଙ୍କୁ ଭାରତୀୟ ଅଲିମ୍ପିକ୍ ଆସୋସିଏସନ୍, ସରକାରଙ୍କ ସମ୍ପୂର୍ଣ୍ଣ ସମର୍ଥନ ବିଷୟରେ ନିଶ୍ଚିତ କରିଥିଲି। କିନ୍ତୁ ଏହି ପରି ପ୍ରତିଯୋଗିତାରୁ ଭିନେଶଙ୍କୁ ଅଯୋଗ୍ୟ ଘୋଷିତ କରି ମୁଁ ଆଶ୍ଚର୍ଯ୍ୟ ଏବଂ ନିରାଶ ହୋଇଛି। ଏହି ନିଷ୍ପତ୍ତିର ପୁନର୍ବିଚାର ପାଇଁ ଭାରତୀୟ ରେସଲିଂ ଫେଡେରେସନ୍ ନିକଟରେ ଦାଖଲ କରାଯାଇଛି ।

ସେହିପରି ମୁଖ୍ୟ ଚିକିତ୍ସା ଅଧିକାରୀ ଦିନେଶ କୁସ୍ତି ଯୋଦ୍ଧାମାନେ ସାଧାରଣତଃ ସେମାନଙ୍କର ପ୍ରାକୃତିକ ଓଜନଠାରୁ କମ୍ ଓଜନ ବର୍ଗରେ ଅଂଶଗ୍ରହଣ କରନ୍ତି। ଏହା ସେମାନଙ୍କୁ ଏକ ସୁବିଧା ପ୍ରଦାନ କରିଥାଏ କାରଣ ସେମାନେ କମ୍ ଶକ୍ତିଶାଳୀ ପ୍ରତିଦ୍ୱନ୍ଦ୍ୱୀମାନଙ୍କ ସହ ଲଢ଼ୁଛନ୍ତି। ଓଜନ କମିବା ପ୍ରକ୍ରିୟାରେ ଖାଦ୍ୟ ଏବଂ ଜଳର ଏକ ଗଣିତ ପ୍ରତିବନ୍ଧକ ଅନ୍ତର୍ଭୁକ୍ତ । ଏହାବ୍ୟତୀତ ଖେଳାଳୀମାନଙ୍କ ଆବଶ୍ୟକ ଅନୁଯାୟୀ ସେମାନଙ୍କୁ ଯୋଗ ଏବଂ ବ୍ୟୟମ କରାଯାଇଥାଏ । ତେଣୁ ଅଧିକାଂଶ କୁସ୍ତିଯୋଦ୍ଧାମାନେ ସୀମିତ ଜଳ ଏବଂ ଉଚ୍ଚ ଶକ୍ତିଯୁକ୍ତ ଖାଦ୍ୟ ଖାଇଥାନ୍ତି । ଆଥଲେଟମାନଙ୍କୁ ନିଜର ଓଜନ ରିପୋର୍ଟ ଦାଖଲ କରିବା ପାଇଁ ଗୋଟିଏ ନିର୍ଦ୍ଦିଷ୍ଟ ସମୟ ଦିଆଯାଇଥାଏ।

ମଙ୍ଗଳବାର ନିଜର ମ୍ୟାଚ୍‌ ଶେଷ କରିବା ପରେ ବିନେଶ ସିଧା ଟ୍ରେନିଂ ସେକସନଙ୍କୁ ଯାଇଥିଲା। ସେ ଖାଦ୍ୟ ମଧ୍ୟ ଖାଇ ନଥିଲେ। ବୁଧବାର ଟ୍ରେନିଂରୁ ତାଙ୍କ ସକାଳ ଆରମ୍ଭ ହୋଇଥିଲା। ପୂର୍ବରୁ ସେ ୫୩ କେଜି ବର୍ଗରେ କୁସ୍ତି କରୁଥିଲେ। କିନ୍ତୁ ପ୍ୟାରିସ ପାଇଁ ସେ ନିଜର ଓଜନ କମାଇଥିଲେ। ଏଥିପାଇଁ ତାଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ିଛି। ପ୍ୟାରିସ ଅଲିମ୍ପିକ୍ସ ପୂର୍ବରୁ ଭିନେଶଙ୍କ କୋଚ ତାଙ୍କୁ ଚୁଟି କାଟିବାକୁ ପରାମର୍ଶ ଦେଇଥିଲେ। ଏହାଦ୍ୱାରା ଓଜନ ୫୦ ଗ୍ରାମ କମିବ ବୋଲି ସେ କହିଥିଲେ। ହେଲେ ସେତେବେଳେ ଭିନେଶ ଚୁଟି କାଟି ନଥିଲେ।

ସେହିପରି ତାଙ୍କର ଓଜନ କମେଇବା ପାଇଁ କେଶ କାଟିବା ସମେତ ସମସ୍ତ ସମ୍ଭାବ୍ୟ କଠୋର ପଦକ୍ଷେପ ନିଆଯାଇଛି ବୋଲି ଡାକ୍ତର କହିଛନ୍ତି। ତଥାପି, ସେ ଆବଶ୍ୟକ ଓଜନ ପୂରଣ କରିନଥିଲେ | ଡିହାଇଡ୍ରେସନ୍ ନ ହେବାପାଇଁ କିଛି ପରିମାଣର ଜଳ ଦେବାକୁ ପଡ଼ିଥିଲା ଏବଂ ତାଙ୍କ ସୁସ୍ଥତା ନିଶ୍ଚିତ କରିବାକୁ ରକ୍ତ ପରୀକ୍ଷା କରାଯାଇଥିଲା। ଏହି ପ୍ରକ୍ରିୟାରେ ଭିନେଶଙ୍କର ସମସ୍ତ ପାରାମିଟର ସ୍ୱାଭାବିକ ଥିଲା ।

ସେ ଆଉ ମଧ୍ୟ କହିଛନ୍ତି ଆମେ ଜାଣିଛୁ ଯେ ତାଙ୍କର ଅଂଶଗ୍ରହଣ ପରେ ଓଜନ ସାଧାରଣ ଅପେକ୍ଷା ଅଧିକ ବୃଦ୍ଧି ପାଇଲା ଏବଂ କୋଚ୍ ଓଜନ କାଟିବାର ସାଧାରଣ ପ୍ରକ୍ରିୟା ଆରମ୍ଭ କଲେ ଯାହା ସେ ସର୍ବଦା ବିନେଶଙ୍କ ସହିତ ନିୟୋଜିତ ଥିଲେ ।

ଅନ୍ୟପଟେ ବିନେଶ ଫୋଗଟଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ସୁଧାର ଆସିବ ପରେ ଭାରତୀୟ ଅଲମ୍ପିକ୍‌ ଆସୋସିଏସନ୍‌ର ସଭାପତି ପିଟି ଉଷା ଡାକ୍ତରଖାନାରେ ତାଙ୍କୁ ଭେଟିଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *