ଭରତପୁର ଥାନା ବିବାଦରେ କ୍ରାଇମବ୍ରାଞ୍ଚ ତଦନ୍ତ ଭାର ନେଇଛି। ଡିଜିପି ୱାଇ. ବି ଖୁରାନିଆ ସିବିଆଇକୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ତେବେ ଏହି ମେଜର ଓ ବାନ୍ଧବୀଙ୍କୁ ମାଡ଼ ଘଟଣାରେ କ୍ରାଇମବ୍ରାଞ୍ଚର ତନାଘନା ଜାରି ରହିଛି। ୧୨୦ ବାଟାଲିୟନ୍‌ରେ ମେଜର ଗୁରୁବଂଶ ସିଂଙ୍କୁ ପଚରାଉଚରା କରୁଛି କ୍ରାଇମବ୍ରାଞ୍ଚ। ଥାନାରେ ପୋଲିସ କିଭଳି ଆଚରଣ କରିଥିଲା ସେ ନେଇ ଖୋଳତାଡ଼ ଆରମ୍ଭ ହୋଇଛି। କାଲି ତାଙ୍କ ବାନ୍ଧବୀ ଅଙ୍କିତାଙ୍କ ବୟାନ ରେକର୍ଡ କରାଯାଇଛି। ତେବେ ଏହି ଘଟଣାରେ ଅଙ୍କିତାଙ୍କ ଲାଏ ଡିଟେକ୍ସନ ଟେଷ୍ଟ ହୋଇପାରେ ବୋଲି କୁହାଯାଉଛି।

Leave a Reply

Your email address will not be published. Required fields are marked *