ଗୋହତ୍ୟାକୁ ନେଇ ବିବାଦ ପରେ ସୁନ୍ଦରଗଡ଼ ଜିଲ୍ଲାରେ ହିଂସା ଦେଖାଦେଇଛି । ଟାଉନ ଥାନା ଅନ୍ତର୍ଗତ ରିଜେଣ୍ଟ ବଜାର ନିକଟରେ ଗୋଷ୍ଠୀ ସଂଘର୍ଷ ପରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି । ଏଥିରେ ଅନେକ ଯୁବକ ଏବଂ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ତେଣୁ ଘଟଣା ସ୍ଥଳରେ BNS ୧୬୩ ଲାଗୁ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ, ଆହତମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷରେ ପରସ୍ପରକୁ ଟେକାପଥର ମାଡ଼ କରିବା ପରେ ସୁନ୍ଦରଗଡ଼ରେ ଆଜି ସଂଧ୍ୟା ୬ଟା ରୁ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି । ପରିସ୍ଥିତି ଉପରେ ତୀକ୍ଷଣ ନଜର ରଖାଯାଇଛି ବୋଲି ଜିଲ୍ଲାପାଳ କହିଛନ୍ତି । ଇଣ୍ଟରନେଟ୍ ବାବଦରେ ଜିଲ୍ଲାପାଳ, ଏସ୍ପି ବିଚାରବିମର୍ଶ କରୁଛନ୍ତି । ଶାନ୍ତିଶୃଙ୍ଖଳା ରଖିବାକୁ ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ ରାୟ ଅପିଲ୍ କରିଛନ୍ତି ଏବଂ ଶାନ୍ତି କମିଟି ବୈଠକ ଡାକି ସମାଧାନ କରିବାକୁ ଏସ୍ପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସ୍ଥିତିକୁ ଆୟତ୍ତ କରିବା ୧୦ ପ୍ଲାଟୁନ ପୁଲିସ ବଳ ବ୍ୟବସ୍ଥା କରାଯାଇଥିବା ରାୟ କହିଛନ୍ତି । Post navigation New Odisha Assembly & Lok Seva Bhavan: ନୂତନ ବିଧାନସଭା ଏବଂ ଲୋକସେବା ଭବନ ନିର୍ମାଣର ଆବଶ୍ୟକତା ଉପରେ ପ୍ରଶ୍ନ ଉଠାଇଲା ବିଜେଡି BJD Suspends 2 MLAs: ବିଧାୟକ ସନାତନ ମହାକୁଡ଼ ଓ ଅରବିନ୍ଦ ମହାପାତ୍ର ବିଜେଡିରୁ ନିଲମ୍ୱିତ