ଓଡ଼ିଆଙ୍କ ଧାର୍ମିକ ଭାବନାକୁ ଲାଗିଛି ଶକ୍ତ ଆଘାତ। ମହାପ୍ରଭୁଙ୍କୁ ଦିଆଯାଇଛି ଅସମ୍ମାନ। ବିଦେଶିନୀଙ୍କ ଜଂଘରେ ମହାପ୍ରଭୁ ଜଗନ୍ନାଥଙ୍କ ଟାଟୁକୁ ସାମ୍ନାକୁ ଆସିବ ବେଳେ ସାରା ରାଜ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । ତେବେ ଘଟଣାକୁ ନେଇ ସହିଦ ନଗର ଥାନାର ଦ୍ବାରସ୍ଥ ହେଲେ ଜଗନ୍ନାଥ ପ୍ରେମୀ। ସଂମୃକ୍ତ ଟାଟୁ ଆର୍ଟିଷ୍ଟଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଥିବା ଜଣାପଡ଼ିଛି।

ସୂଚନା ଯୋଗ୍ୟ, ଭୁବନେଶ୍ୱର ସ୍ଥିତ ସହିଦନଗରରେ ଥିବା ରକି ଷ୍ଟୁଡିଓ ପକ୍ଷରୁ ଦିଆଯାଇଥିବା ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଜଣେ ବିଦେଶିନୀଙ୍କ ଆଣ୍ଠୁରେ ଜଗନ୍ନାଥ ଟାଟୁ ଥିବାର ନଜର ଆସିଥିଲା । ଏହା ପରେ ସମଗ୍ର ହିନ୍ଦୁର ଧର୍ମୀୟ ଭାବନାକୁ କୁଠାରଘାତ କରୁଥିବା ଜଗନ୍ନାଥ ପ୍ରେମୀମାନେ ଅଭିଯୋଗ କରିଥିଲେ । ଓଡ଼ିଆଙ୍କ ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥଙ୍କ ଚିତ୍ରକୁ ଶରୀରର ଏଭଳି ସ୍ଥାନରେ ଟାଟୁ କରିବାକୁ ନେଇ ଥାନାରେ ଅଭିଯୋଗ ହୋଇଛି। ଟାଟୁ ଆର୍ଟିଷ୍ଟଙ୍କୁ ଗିରଫ କରିବାକୁ ସାମାଜିକ କର୍ମୀ ଦାବି କରିଛନ୍ତି ।

ଅନ୍ୟପଟେ ଏହି ଘଟଣା ସାମ୍ନାକୁ ଆସିବା ପରେ ରକି ରଞ୍ଜନ ଏଥିପାଇଁ ସମସ୍ତଙ୍କୁ କ୍ଷମା ମଧ୍ୟ ମାଗିଛନ୍ତି । ସେ କହିଛନ୍ତି ମୋର ବହୁତ ବଡ଼ ଭୁଲ ହୋଇଗଲା। ଏଥିପାଇଁ ମୁଁ ସମସ୍ତଙ୍କୁ ସରି କହୁଛି। ଇଟାଲିର ଯୁବତୀ ଜଣଙ୍କ ଶନିବାର ଷ୍ଟୁଡିଓକୁ ଆସି ଜଂଘରେ ଟାଟୁ କରିବାକୁ ଅନୁରୋଧ କରିଥିଲେ । ଏହାପରେ ଜଣେ ଆର୍ଟିଷ୍ଟ୍‌ ତାହା କରିଦେଇଥିଲେ। ଉକ୍ତ ଟାଟୁ କରିଥିବା ଯୁବତୀଙ୍କୁ ସେ ଯୋଗାଯୋଗ କରିଛନ୍ତି । ଯୁବତୀ ଜଣଙ୍କ ମାସେ ପରେ ଏଠାକୁ ଆସି ଟାଟୁକୁ ଲିଭାଇବେ କିମ୍ବା ତାହା ପରିବର୍ତ୍ତେ ସେହି ସ୍ଥାନରେ ଆଉ କିଛି ଆର୍ଟ କରିବେ ବୋଲି ରକି କହିଛନ୍ତି।

ସେହିପରି ଇଟାଲିର ଯୁବତୀ ମଧ୍ୟ କ୍ଷମା ପ୍ରାର୍ଥନା କରିଛନ୍ତି କହିଛନ୍ତି ମୁଁ ଭଗବାନ ଜଗନ୍ନାଥଙ୍କୁ ସମ୍ମାନ କରେ । ମୁଁ ଜାଣେ ମୁଁ ଏକ ବଡ ଭୁଲ କରିଛି । ମୁଁ ସମସ୍ତ ଓଡ଼ିଶାବାସୀଙ୍କ ଭାବନାକୁ ଆଘାତ ଦେଇଥିବାରୁ ମୁଁ କ୍ଷମା ମାଗୁଛି ।

Leave a Reply

Your email address will not be published. Required fields are marked *